ଭାଙ୍ଗିଲା ଘର, ଉଜୁଡ଼ିଲା ଫସଲ

ଦେଓଗାଁ,୩ା୮(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବ୍ୟାପକ ଅଞ୍ଚଳ ପାଣିଘେରରେ ରହିଛି। ବିଭିନ୍ନ ଗାଁରେ ଗଛ ଉପୁଡି ପଡିବା ସହ ଲୋକଙ୍କ ଘର ଭାଙ୍ଗିଯାଇଛି। ଧାନ ଓ ପନିପରିବା ଫସଲ ଉଜୁଡି ଯାଇଛି। ତେଲ ଓ ସୋନଗଡ ନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି। କୁଲୁତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଓ ସିଂହାଟିମାଲ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। କୁଲୁତାପଡା ଓ ଅର୍ଜୁନପୁର ରାସ୍ତା ଉପରେ ପାଣି ବୋହୁଛି। ମଝିରେ ନିର୍ମାଣାଧୀନ ପୋଲ ଭାଙ୍ଗିଯିବାରୁ ବର୍ତ୍ତମାନ ସମ୍ପୃକ୍ତ ପଥରେ ଯାତାୟାତ ବିଚ୍ଛିନ୍ନ ରହିଛି। ବ୍ରାହ୍ମଣୀପାଲିରୁ ଖଇରମାଲ ରାସ୍ତାରେ ଥିବା ପୋଲ ନିକଟରେ ଘାଇ ସୃଷ୍ଟି ହେବାରୁ ପଞ୍ଚାୟତ ମୁଖ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ତେଲନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଖଇରମାଳ, ସିଂହାଟିମାଲ ତଥା ଆଖପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି ଗୁଡଖାପଲା ପଞ୍ଚାୟତ ଅନ୍ତର୍ଗତ ମାଲପଡା ନିକଟସ୍ଥ ବଢ଼ିଆପଡାରେ ଅନେକ ପରିବାର ଜଳବନ୍ଦୀ ଭାବେ ରହିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟାସୁଦ୍ଧା ଖଇରମାଲ ଅଙ୍ଗନୱାଡି ପର୍ଯ୍ୟନ୍ତ ବନ୍ୟାଜଳ ମାଡିଆସିଛି। ଘଟଣାସ୍ଥଳରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ବିଡିଓ ସୁରେନ୍ଦ୍ର କୁମାର ମେହେର,ତୁଷୁରା ଥାନାଧିକାରୀ ସଞ୍ଜୀବ ପଧାନ ପହଞ୍ଚତ୍ ସ୍ଥିତି ଅନୁଧ୍ୟ୍ୟାନ କରୁଥିବା ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ରାତି ସୁଦ୍ଧା ଖଇରମାଲ ଗାଁର ୪୫ପରିବାରର ପ୍ରାୟ ୩୨୦ ଜଣଙ୍କୁ ଅର୍ଜୁନପୁର ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ତହସିଲଦାର ବିଶ୍ୱାଳ ସୂଚନା ଦେଇଛନ୍ତି।
ଲଗାଣବର୍ଷା ଯୋଗୁଁ ବ୍ଲକର ବିଭିନ୍ନ ଗାଁରେ ଘର ଭାଙ୍ଗିବା ଚିତ୍ର ସାମ୍ନାକୁ ଆସିଛି। ସାରସବାହାଲ ଗାଁର ଜିତେଶ ରଣା, ନନ୍ଦ ମାହାକୁରଙ୍କ ଘର ଭାଙ୍ଗିଛି। ଘୁଚିପାଲିର ସୁରେନ୍ଦ୍ର ମାଝି, ସୁକାନ୍ତି ମାଝି, ବିକଳ ମାଝି, ବନ୍ଧପଡା ଗାଁର ସୁଧିର କୁମ୍ଭାର, ଗୁଡଖାପଲା ଗାଁର ଲକ୍ଷ୍ମଣ ସୁନା ତଥା ଲଣ୍ଡାପଥର ପଞ୍ଚାୟତ ଅନ୍ତର୍ଗତ ଝିକେରମାଲ ଗାଁର ୨ଟି ପରିବାରର ଘର ଭାଙ୍ଗିଥିବା ବେଳେ ସେମାନେ ସ୍ଥାନୀୟ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ସରପଞ୍ଚ ଦେବାନ୍ତୀ କ୍ଷେତି ସୂଚନା ଦେଇଛନ୍ତି। ପଞ୍ଚାୟତ ତରଫରୁ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇଛି। ତହସିଲ ପକ୍ଷରୁ ଏକ ଟିମ ଗାଁକୁ ଗାଁ ଯାଇ ସର୍ଭେ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri