ଭାଙ୍ଗିଲା ଘର, ଉଜୁଡ଼ିଲା ଫସଲ

ଦେଓଗାଁ,୩ା୮(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବ୍ୟାପକ ଅଞ୍ଚଳ ପାଣିଘେରରେ ରହିଛି। ବିଭିନ୍ନ ଗାଁରେ ଗଛ ଉପୁଡି ପଡିବା ସହ ଲୋକଙ୍କ ଘର ଭାଙ୍ଗିଯାଇଛି। ଧାନ ଓ ପନିପରିବା ଫସଲ ଉଜୁଡି ଯାଇଛି। ତେଲ ଓ ସୋନଗଡ ନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି। କୁଲୁତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରମାଲ ଓ ସିଂହାଟିମାଲ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। କୁଲୁତାପଡା ଓ ଅର୍ଜୁନପୁର ରାସ୍ତା ଉପରେ ପାଣି ବୋହୁଛି। ମଝିରେ ନିର୍ମାଣାଧୀନ ପୋଲ ଭାଙ୍ଗିଯିବାରୁ ବର୍ତ୍ତମାନ ସମ୍ପୃକ୍ତ ପଥରେ ଯାତାୟାତ ବିଚ୍ଛିନ୍ନ ରହିଛି। ବ୍ରାହ୍ମଣୀପାଲିରୁ ଖଇରମାଲ ରାସ୍ତାରେ ଥିବା ପୋଲ ନିକଟରେ ଘାଇ ସୃଷ୍ଟି ହେବାରୁ ପଞ୍ଚାୟତ ମୁଖ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ତେଲନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ଖଇରମାଳ, ସିଂହାଟିମାଲ ତଥା ଆଖପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି ଗୁଡଖାପଲା ପଞ୍ଚାୟତ ଅନ୍ତର୍ଗତ ମାଲପଡା ନିକଟସ୍ଥ ବଢ଼ିଆପଡାରେ ଅନେକ ପରିବାର ଜଳବନ୍ଦୀ ଭାବେ ରହିଥିବା ସୂଚନା ମିଳିଛି। ବୁଧବାର ସନ୍ଧ୍ୟାସୁଦ୍ଧା ଖଇରମାଲ ଅଙ୍ଗନୱାଡି ପର୍ଯ୍ୟନ୍ତ ବନ୍ୟାଜଳ ମାଡିଆସିଛି। ଘଟଣାସ୍ଥଳରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ବିଡିଓ ସୁରେନ୍ଦ୍ର କୁମାର ମେହେର,ତୁଷୁରା ଥାନାଧିକାରୀ ସଞ୍ଜୀବ ପଧାନ ପହଞ୍ଚତ୍ ସ୍ଥିତି ଅନୁଧ୍ୟ୍ୟାନ କରୁଥିବା ସୂଚନା ଦେଇଛନ୍ତି। ଆବଶ୍ୟକ ପଡିଲେ ରାତି ସୁଦ୍ଧା ଖଇରମାଲ ଗାଁର ୪୫ପରିବାରର ପ୍ରାୟ ୩୨୦ ଜଣଙ୍କୁ ଅର୍ଜୁନପୁର ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ତହସିଲଦାର ବିଶ୍ୱାଳ ସୂଚନା ଦେଇଛନ୍ତି।
ଲଗାଣବର୍ଷା ଯୋଗୁଁ ବ୍ଲକର ବିଭିନ୍ନ ଗାଁରେ ଘର ଭାଙ୍ଗିବା ଚିତ୍ର ସାମ୍ନାକୁ ଆସିଛି। ସାରସବାହାଲ ଗାଁର ଜିତେଶ ରଣା, ନନ୍ଦ ମାହାକୁରଙ୍କ ଘର ଭାଙ୍ଗିଛି। ଘୁଚିପାଲିର ସୁରେନ୍ଦ୍ର ମାଝି, ସୁକାନ୍ତି ମାଝି, ବିକଳ ମାଝି, ବନ୍ଧପଡା ଗାଁର ସୁଧିର କୁମ୍ଭାର, ଗୁଡଖାପଲା ଗାଁର ଲକ୍ଷ୍ମଣ ସୁନା ତଥା ଲଣ୍ଡାପଥର ପଞ୍ଚାୟତ ଅନ୍ତର୍ଗତ ଝିକେରମାଲ ଗାଁର ୨ଟି ପରିବାରର ଘର ଭାଙ୍ଗିଥିବା ବେଳେ ସେମାନେ ସ୍ଥାନୀୟ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ସରପଞ୍ଚ ଦେବାନ୍ତୀ କ୍ଷେତି ସୂଚନା ଦେଇଛନ୍ତି। ପଞ୍ଚାୟତ ତରଫରୁ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇଛି। ତହସିଲ ପକ୍ଷରୁ ଏକ ଟିମ ଗାଁକୁ ଗାଁ ଯାଇ ସର୍ଭେ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?