ମୌସୁମୀ ବର୍ଷା ବିଳମ୍ବ ସତ୍ତ୍ୱେ ଚାଷକାର୍ଯ୍ୟ ଆରମ୍ଭ

ପଟ୍ଟାମୁଣ୍ଡାଇ,୫ା୭ (କଳ୍ପତରୁ ନାୟକ): ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାଷୀଙ୍କ ପାଇଁ ଯୋଜନାରେ ବିହନ, ସାର ଯୋଗାଇଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଚାଷୀଙ୍କୁ ଚଳିତବର୍ଷ ରିହାତି ଦରରେ ସାର ଓ ବିହନ ମିଳୁନାହିଁ। ପଟ୍ଟାମୁଣ୍ଡାଇରେ ଥିବା ସମବାୟ ସମିତି ଏ ପର୍ଯ୍ୟନ୍ତ ବିହନ ସାର ଚାଷୀଙ୍କୁ ଯୋଗାଉନାହାନ୍ତି। ଫଳରେ ଚାଷ ପାଇଁ ତରବର ହେଉଥିବା ଚାଷୀ ଗାଁ  ଗହଳିରେ ଥିବା ଦୋକାନରେ ବିକ୍ରି ହେଉଥିବା ସରକାରୀ ବିହନ ଅଧିକ ମୂଲ୍ୟରେ କିଣୁଛି ବୋଲି କୃଷକମାନେ ଅଭିଯୋଗ କରୁଛନ୍ତି। ଚାଷ ଆରମ୍ଭରୁ କଳାବଜାର ଚାଷୀଙ୍କୁ ଅଡ଼ୁଆ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
କୃଷକ ନେତା ବିଜୟ ଦାସ କହିଛନ୍ତି, ବିଶେଷକରି ପଟ୍ଟାମୁଣ୍ଡାଇରେ ଧାନଚାଷ ଉପରେ ସର୍ବାଧିକ ଚାଷୀ ନିର୍ଭର କରୁଥିବାବେଳେ ମୌସୁମୀ ବର୍ଷା ବିଳମ୍ବ ହେବାରୁ ଏଥର ଚାଷ କାର୍ଯ୍ୟ ଡେରିରେ ଆରମ୍ଭ ହୋଇଛି। ୨ରୁ ୪ ଦିନ ହେବ ପାଗ ଅନୁକୂଳ ହୋଇ ବର୍ଷା ହେଉଛି। ଚାଷୀ ତରବର ହୋଇ ତଳି ପକାଇବାକୁ ଚେଷ୍ଟା କରୁଥିବା ବେଳେ ବିହନ ପାଉନାହାନ୍ତି। ବିହନ କଳାବଜାରକାରୀଙ୍କ କବ୍‌ଜାରେ ରହିଛି। ପାରମ୍ପରିକ ବିହନରେ କେତେଜଣ ଚାଷୀ ଧାନ ବୁଣାବୁଣି କରିଛନ୍ତି। ଧାନଚାଷ ନିମନ୍ତେ ଏଥର ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ୨ ହଜାର କୁଇଣ୍ଟାଲରୁ ଅଧିକ ବିହନ ଆବଶ୍ୟକ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ସମବାୟ ସମିତି ବିହନ ଯୋଗାଉ ନ ଥିବାବେଳେ ଡିଲର ୧୨୦ କୁଇଣ୍ଟାଲ ବିହନ ଉଠାଇଛନ୍ତି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସରକାର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ମାଧ୍ୟମରେ ବିହନ ଯୋଗାଇବାକୁ ଯୋଜନା କରିଛନ୍ତି। ବିହନ ନିଗମ ପାଖରେ ଯଥେଷ୍ଟ ବିହନ ମହଜୁଦ ଅଛି। କିନ୍ତୁ ସମବାୟ ସମିତି ବିହନ ଉଠାଉ ନ ଥିବାରୁ କଳାବଜାରକାରୀଙ୍କ କବ୍‌ଜାରେ ବିହନ ବିକ୍ରି ହେଉଛି। କଳାବଜାରକାରୀମାନେ ଚାଷ ପାଇଁ ବିହନ ଦରକାର କହି ସରକାରୀ ଦାମରେ ଅଧିକରୁ ଅଧିକ ବିହନ କିଣି କ୍ଷୁଦ୍ରଚାଷୀଙ୍କୁ ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ଚାଷୀ ସୁରେନ୍ଦ୍ର ପରିଡ଼ା କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷ ପ୍ରାୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଏଠାରେ ଜଳସେଚିତ ଜମି ଥାଇ ମଧ୍ୟ ନ ଥିବା ସାଙ୍ଗରେ ସମାନ। ଆବଶ୍ୟକ ବେଳେ କେନାଲ ପାଣି ଛଡ଼ା ଯାଏ ନାହିଁ। ସେଥିପାଇଁ ରବିରେ ଚାଷବାସ ପ୍ରାୟ ହୁଏନାହିଁ । ଖରିଫ ଚାଷକୁ ଚାଷୀ ଗୁରୁତ୍ୱ ଦେଉଥିଲା ବେଳେ ଏଥର ସେପରି ବର୍ଷା ଜୁନ୍‌ ଶେଷ ପର୍ଯ୍ୟନ୍ତ ହୋଇନାହିଁ । ଆଗକୁ ଭଲ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚାଷ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ମାତ୍ର କେନାଲ ପାଣି ନ ଆସିବା ବର୍ଷାର ଅନିୟମିତତା ଯୋଗୁ ଧାନ ବୁଣା ହୋଇପାରି ନ ଥିଲା। ୨ରୁ ୪ ଦିନ ଝିପିଝିପି ବର୍ଷା ହେବାରୁ ଧାନ ଫସଲ ପାଇଁ ବିହନ ବୁଣିବା ଆରମ୍ଭ ହୋଇଛି। ଅଜୟ ନାୟକ, ନରେଶ ଜେନା, ଅଭୟ ବଳ, ନରେନ୍ଦ୍ର ଧଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫରେ ପ୍ରାୟ ୧୦,୩୦୦ ହେକ୍ଟର ଜମିରେ ଧାନଚାଷ କରାଯିବ ବୋଲି ଆକଳନ କରାଯାଇଛି। ପ୍ରାୟ ଦେଢ଼ ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଓ ୫ ଶହ ହେକ୍ଟର ଜମିରେ ତୈଳବୀଜ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଚାଷୀ ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ଚାଷୀଙ୍କ ପାଖରେ ବିହନ ପହଞ୍ଚି ନାହିଁ । ମୌସୁମୀ ବର୍ଷା ଯଦି ଏଭଳି ଲାଗି ରୁହେ, ତେବେ ଧାନତଳି ପକାଇବା ପାଇଁ ଚାଷୀ ବାହାର ବିହନ ଉପରେ ନିର୍ଭର କରିବେ। ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୪ଟି ସମବାୟ ସମିତି ସରକାରୀ ଧାନ ବିହନ ଚାଷୀଙ୍କୁ ଯୋଗାଇଦେବାକୁ କେନ୍ଦ୍ରାପଡ଼ା ଏଆର୍‌ସିଏସ୍‌ ସନ୍ତୋଷ ଦାଶ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି। ମାତ୍ର ଚଳିତବର୍ଷ ସମବାୟ ସମିତିର ସମ୍ପାଦକମାନେ ଚାଷୀଙ୍କୁ କୃଷି ଋଣ ଓ ବିହନ ଯୋଗାଇବା ଉପରେ ଅଣଦେଖା କରିଛନ୍ତି। ବିଶେଷକରି କୃଷି ଋଣ ଫର୍ମ ଏବେ ସୁଦ୍ଧା ଚାଷୀଙ୍କଠାରୁ ସମବାୟ ସମିତି ସମ୍ପାଦକମାନେ ରଖି ନ ଥିବା ବେଳେ ଏବେ ବିହନ ଯୋଗାଣ କରିବା ଦିଗରେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି। ସିସିବି ପଟ୍ଟାମୁଣ୍ଡାଇ ଶାଖରେ ଜଣେ ସମବାୟ ସମ୍ପାଦକ ତପନ ସ୍ବାଇଁଙ୍କୁ ବିହନ, ସାର ଓ କୃଷି ଋଣ ବିଷୟରେ ପଚାରିବାରେ ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ରହୁଥିବା ହେତୁ ଚାଷୀଙ୍କ କଥା ବୁଝିହେଲା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?