ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ସତ୍ତ୍ୱେ ଆବଶ୍ୟକତା ରହୁଛି

ପାରାଦୀପ, ୨୫ା୨(ସ୍ବ.ପ୍ର.): ପାରାଦୀପର ସମୁଦ୍ର କୂଳରେ ଥିବା ଲାଇଟ୍‌ ହାଉସ ବା ବତିଘର ଏବେ ପ୍ରତୀକ (ଲ୍ୟାଣ୍ଡ ମାର୍କ) ଭାବେ ଜନମାନସରେ ରହିଛି। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିଲା ତାହା ପୂର୍ବଭଳି କାମରେ ଲାଗୁନାହିଁ। କାରଣ ଏବେ ପ୍ରତ୍ୟେକ ପଣ୍ୟବାହୀ ଜାହାଜରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସରଞ୍ଜାମ ରହିଛି। ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ)ଠାରୁ ଆରମ୍ଭ କରି ବହୁ ନାଭିଗେଶନ ସିଗ୍‌ନାଲ ବ୍ୟବସ୍ଥା ଜାହାଜରେ ଉପଲବ୍ଧ ହେଲାଣି। କିନ୍ତୁ ଏହି ବତିଘର ଏବେ ସମୁଦ୍ରରେ ମାଛ ଧରିବାକୁ ଯାଉଥିବା ବୋଟ୍‌ କର୍ମଚାରୀଙ୍କ ପାଇଁ କାମରେ ଲାଗୁଛି ବୋଲି ବତିଘର ଷ୍ଟେଶନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପାରାଦୀପର ବତିଘରକୁ ୧୯୮୨ରେ କେନ୍ଦ୍ର ବନ୍ଦର ନୌପରିବହନ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିଲା। ୧୯୮୮ ମାର୍ଚ୍ଚ ୨୫ରେ ଲୋକାର୍ପଣ ହୋଇଥିଲା। ୪୦ ମିଟର ଉଚ୍ଚତା ବିଶିଷ୍ଟ ଏହି ବତିଘର ବତିରେ ଏକ ପ୍ରକାର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଯଥା ଏହି ବତି ପ୍ରତି ୫ ସେକେଣ୍ଡରେ ଧପ୍‌ଧପ୍‌ ହୋଇଥାଏ। ଏହାକୁ ଦେଖିଲେ ଜାହାଜର କ୍ୟାପଟେନ କିମ୍ବା ନାବିକ ପାରାଦୀପ ବୋଲି ଜାଣିପାରନ୍ତି। ଉକ୍ତ ବତି ସିଗ୍‌ନାଲ ସମୁଦ୍ରରେ ୧୦ ନଟିକାଲ ମାଇଲ (୧୮ କିମି) ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି ବୋଲି ବତିଘର ଇନ୍‌ଚାର୍ଜ ପ୍ରଦୀପ କୁମାର ଦତ୍ତା କୁହିଛନ୍ତି। ସମଗ୍ର ବିଶ୍ୱରେ ଥିବା ପ୍ରତ୍ୟେକ ଲାଇଟ୍‌ ହାଉସର ଏଭଳି ସିଗ୍‌ନାଲ ରହିଛି। କେତେ ସେକେଣ୍ଡରେ ଲାଇଟ୍‌ ଅଫ ହୁଏ ତା’ର ଏକ ଲିଖିତ ତାଲିକା ପ୍ରତ୍ୟେକ ଜାହାଜର କ୍ୟାପଟେନଙ୍କ ପାଖରେ ଥାଏ। ସେହି ଆଧାରରେ ସେମାନେ ସମୁଦ୍ରରେ ଥାଇ ଜାଗାର ନାମ ଜାଣୁଥିଲେ। ଝଡ଼ ବାତ୍ୟା ଯୋଗୁ ଯଦି ଜାହାଜର ସମସ୍ତ ସିଗ୍‌ନାଲ ଫେଲ ହୋଇଯାଏ ସେତେବେଳେ ଏହି ବତିଘର ବତି କାମରେ ଲାଗିଥାଏ। ଏବେ ପ୍ରାୟତଃ ଜାହାଜ ପାଇଁ କାମରେ ଲାଗୁନାହିଁ। କିନ୍ତୁ ବୋଟ୍‌ ଡ୍ରାଇଭରଙ୍କ ପାଇଁ ସିଗ୍‌ନାଲ କାମରେ ଲାଗୁଛି। ଓଡ଼ିଶାରେ ଏବେ ୬ଟି ସ୍ଥାନରେ ବତିଘର ରହିଛି। ସେଗୁଡିକ ହେଲା ଗଞ୍ଜାମ ଜିଲାର ଗୋପାଳପୁର ଓ ପ୍ରୟାଗି, ପୁରୀ ଜିଲାର ପୁରୀ ଓ ଚନ୍ଦ୍ରଭାଗା, ଜଗତ୍‌ସିଂହପୁର ଜଲାର ପାରାଦୀପ ଏବଂ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲା। ଏସବୁ ମଧ୍ୟରେ ସବୁଠାରୁ ପୁରୁଣା ବତିଘର ହୁକିଟୋଲା। ୧୮୩୪ ମସିହାରେ ଇଂରେଜମାନେ କରିଥିଲେ।
ପାରାଦୀପ ବତିଘର ଏବେ ପ୍ରତୀକ ହେବାର କାରଣ ସମ୍ପର୍କରେ ଦତ୍ତା କୁହନ୍ତି, ପ୍ରତ୍ୟେକ ସରକାରୀ ବେସରକାରୀ ଲୋଗୋରେ ଏହାର ଛବି ରହିଛି। ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ ସ୍ଥାନ। ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଦେଖୁଛନ୍ତି। ବତିଘର ଉପରକୁ ଚଢିବା ପାଇଁ ୧୮୦ ପାହାଚ ରହିଛି। ଯିଏ ଉପରକୁ ଚଢି ଦେଖିବା ପାଇଁ ଚାହିଁବେ ସେମାନେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଯାଇ ପାରିବେ। ସେଥିପାଇଁ ମାତ୍ର ୧୦ ଟଙ୍କା ଟିକେଟ କରିବାକୁ ଲାଗିବ। ଏହାର ତତ୍ତ୍ୱାବଧାନରେ ଏବେ ୬ ଜଣ କର୍ମଚାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?