କାନାରା ବ୍ୟାଙ୍କର ମେଗା ରିଟେଲ ଲୋନ୍‌ ଏକ୍ସପୋ

ଭୁବନେଶ୍ୱର,୨୫ା୨: କାନାରା ବ୍ୟାଙ୍କର ୨ ଦିନିଆ ମେଗା ରିଟେଲ ଲୋନ୍‌ ଏକ୍ସପୋ ଶୁକାବାରଠାରୁ ଆରମ୍ଭ ହୋଇଯାଇଛି। ଏହା ଜେନେରାଲ ମ୍ୟାନେଜର ବି.ଏଲ୍‌.ମୀନାଙ୍କ ନେତୃତ୍ୱରେ ବ୍ୟାଙ୍କର ସର୍କଲ ଅଫିସ୍‌ ପରିସରରେ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ପ୍ରତିଷ୍ଠିତ ବିଲ୍ଡର ଏବଂ ନାମୀଦାମୀ ଗାଡ଼ିର ଡିଲରମାନେ ମଧ୍ୟ ଯୋଗଦେଇଛନ୍ତି। ଉକ୍ତ ଏକ୍ସପୋରେ ବିଭିନ୍ନ କମ୍ପାନୀ ସେମାନଙ୍କର ନୂତନ ପ୍ରଡକ୍ଟ ପ୍ରଦର୍ଶନ କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କାନାରା ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଋଣଗୁଡ଼ିକୁ ଗ୍ରାହକମାନେ ସୁଲଭ ଓ ସୁବିଧାରେ ପାଇପାରିବେ। ବିଶେଷକରି ବ୍ୟାଙ୍କ ଆବାସ ଋଣ, ଗାଡ଼ି ଋଣ, ଶିକ୍ଷା ଋଣ ଏବଂ ବନ୍ଧକ ଋଣ ଉପରେ ସମସ୍ତ ଶୁଳ୍କ ଛାଡ଼ କରିଛନ୍ତି। କିନ୍ତୁ ଉକ୍ତ ଶୁଳ୍କ ଛାଡ଼ ନିଷ୍ପତ୍ତି ସୀମିତ ଅବଧି ପାଇଁ ଧାର୍ଯ୍ୟ ରହିଛି। ସେହିଭଳି ବ୍ୟାଙ୍କର ଗ୍ରାହକଙ୍କ ସ୍ବାର୍ଥ ଏବଂ ସୁବିଧାକୁ ନଜରରେ ରଖି ବ୍ୟାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛି। ଅପରପକ୍ଷରେ ଉକ୍ତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଗ୍ରାହକ ଯୋଗଦେଇ ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧାର ଲାଭ ଉଠାଇବେ ବୋଲି ବ୍ୟାଙ୍କ ପକ୍ଷରୁ ଆଶା କରାଯାଉଛି। ଏକ୍ସପୋର ଉଦ୍‌ଘାଟନୀ ଉତ୍ସବରେ ବ୍ୟାଙ୍କ ଦ୍ୱାରା ଆବାସ ଋଣ, ଗାଡ଼ି ଋଣ ଏବଂ ଶିକ୍ଷାଋଣ ଭଳି ସୁବିଧା ୧୫୦ ଜଣ ଲାଭାର୍ଥୀଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ଏକ୍ସପୋର ୧ମ ଦିନ ହୋଇଥିବା ବେଳେ ୨ୟ ଦିନରେ ସବୁ ବର୍ଗର ଗ୍ରାହକ ଅଂଶ ଗ୍ରହଣ କରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀର ଓପିଜିସି ଅଂଶଧନ ଅଧିଗ୍ରହଣକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୭-ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି)ର ୪୯% ଇକ୍ୱିଟି ଶେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦାନୀ ପାଓ୍ବାର...

ଏସ୍‌ବିଆଇ ମହିଳା ସଂଘ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର,୩୦ ।୪: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ମହିଳା ସଂଘ ଭୁବନେଶ୍ୱର ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। କୋଭିଡ୍‌-୧୯ ଯୋଗୁ ଫସି ରହିଥିବା ଲୋକଙ୍କ ଲାଗି...

ଅଟୋମୋବାଇଲ ଡିଲରଶିପରେ ଛଟେଇ ଆଶଙ୍କା

ନୂଆଦିଲ୍ଲୀ,୧୫।୬: ଗତ ବର୍ଷ ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଡିଲରଶିପ ନିଯୁକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥିଲା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଏହି...

ଅଟୋ ଶିଳ୍ପରେ ଶୀଘ୍ର ଉନ୍ନତି ଆସିବ

ଗ୍ରାହକଙ୍କ ଚାହିଦାକୁ ଅଟୋ କମ୍ପାନୀଗୁଡିକ ସର୍ବଦା ଧ୍ୟାନରେ ରଖିଥାନ୍ତି। ବିଭିନ୍ନ କମ୍ପାନୀ ଏଥି ଲାଗି ବିଭିନ୍ନ ଯୋଜନା ସହ କାମ କରୁଛନ୍ତି। ଗ୍ରାହକଙ୍କ ନିକଟରେ ଅତି...

୯.୩୪ ଲକ୍ଷ କୋଟିକୁ ହ୍ରାସ ପାଇଛି ବ୍ୟାଙ୍କ ଏନ୍‌ପିଏ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ମୋଟ ଅନାଦାୟ ଋଣ(ଏନ୍‌ପିଏ) ପରିମାଣ ୨୦୧୮-୧୯ରେ ୧.୦୨ ଲକ୍ଷ କୋଟି...

ଭେଣ୍ଡିଂ ମେସିନରେ କାର ବିକ୍ରି କରି ଅରବପତି ହେଲେ ବାପପୁଅ

ଓ୍ବାଶିଂଟନ୍‌,୧୬।୪: ଆମେରିକାର ଭେଣ୍ଡିଂ ମେସିନରେ କାର ବିକ୍ରି କରି କୋଟିପତି ହେଲେ ବାପପୁଅ। ବର୍ତ୍ତମାନ ସମୟରେ ଦୁଇଜଣ ୪୭ହଜାର କୋଟିର ମାଲିକ ବୋଲି ଜଣାପଡିଛି। କାରଭାନ...

ପୁରୀରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ପୁରୀରେ ଏୟାରଟେଲ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପୁରୀରେ...

ପିଏଫ୍‌ ଆକାଉଣ୍ଟରେ ମିଳିବ ୮.୬୫% ସୁଧ

ନୂଆଦିଲ୍ଲୀ,୩୧-୮: ଚାକିରିରତ କର୍ମଚାରୀଙ୍କ ପାଇଁ ଖୁସୀଖବର। ଭବିଷ୍ୟନିଧି ଆକାଉଣ୍ଟ(ପିଏଫ ଆକାଉଣ୍ଟ)ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୮.୬୫% ସୁଧ ହାର ମିଳିବ। କେନ୍ଦ୍ର ଶ୍ରମ ମନ୍ତ୍ରୀ...

Advertisement
Archives

Model This Week