୫୭ଦିନରୁ ସୂର୍ଯ୍ୟ ଦେଖିନାହାନ୍ତି ସୁଡ଼ଙ୍ଗରେ ଫସିରହିଥିବା ୟୁକ୍ରେନବାସୀ

କ୍ୱିଭ୍‌,୨୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ମାସ ବିତିଥିବା ବେଳେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମାରିଆପୋଲ ସହରକୁ କବ୍‌ଜା କରିନେଇଥିବା ଦାବି କରିଛନ୍ତି। ଅନ୍ୟ ସହରଗୁଡ଼ିକରେ ଏବେ ବି ରୁଷୀୟ ସୈନ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କେତେକ ମହିଳା ଓ ଶିଶୁ ଅଣ୍ଡରଗ୍ରାଉଣ୍ଡ ଟନେଲରେ ଲୁଚିରହିଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ଧରି ବାହାରକୁ ଆସି ନ ଥିବା ବେଳେ ୫୭ଦିନ ହେଲାଣି ସେମାନେ ଖୋଲାଆକାଶ ବା ସୂର୍ଯ୍ୟ ଦେଖି ନ ଥିବା କହିଛନ୍ତି। ଅପରପକ୍ଷେ ସେମାନଙ୍କ ନିକଟରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନ ଥିବା ବେଳେ ବଳକା ଖାଦ୍ୟ ମଧ୍ୟ ସରି ସରି ଯାଉଛି। ତେଣୁ ମହିଳା ଓ ଶିଶୁମାନେ ବାହାରକୁ ଯିବାକୁ ଚାହୁଁଛନ୍ତି ବୋଲି ଉକ୍ତ ଭିଡିଓରେ ନଜର ଆସିଛି। ଶନିବାର ସକାଳେ ଏକ ସୁଡ଼ଙ୍ଗରେ ଲୁଚି ରହିଥିବା ଅନେକ ମହିଳା ଏବଂ ଶିଶୁଙ୍କର ଏକ ଭିଡିଓ ୟୁକ୍ରେନର ନ୍ୟାସନାଲ ଗାର୍ଡର ଏଜୋଭ ରେଜିମେଣ୍ଟର ସଦସ୍ୟମାନେ ଜାରି କରିଥିଲେ। ଏହି ଭିଡିଓରେ ଅନେକ ମହିଳା ଓ ଶିଶୁ କହିଛନ୍ତି ଯେ, ସେମାନେ ଦୁଇମାସ ଧରି ଏହି ଅଣ୍ଡରଗ୍ରାଉଣ୍ଡ ଟନେଲରେ ଆଶ୍ରୟ ନେଇଛନ୍ତି ଏବଂ ଦୀର୍ଘ ସମୟ ଧରି ବାହାରକୁ ବାହାରିନାହାନ୍ତି। ସେମାନଙ୍କର ଖାଦ୍ୟ ସରିଆସିଥିବା ବେଳେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି ବୋଲି ଜଣେ ମହିଳା ଉକ୍ତ ଭିଡ଼ିଓରେ କହିଛନ୍ତି। ଏତଦ୍‌ବ୍ୟତୀତ ଭିଡିଓରେ ଜଣେ ବାଳକ କହିଛନ୍ତି, ସେ ଗତ ଦୁଇମାସ ଧରି ଏଠାରେ ରହିଛି, ଏବେ ବାହାରକୁ ଯିବାକୁ ଚାହୁଁଛି। ଗତ ୫୭ଦିନ ହେଲାଣି ସୂର୍ଯ୍ୟ ଦେଖିନାହିଁ। ଏଠାରେ ବହୁତ ଅନ୍ଧକାର, ଏବେ ସୂର୍ଯ୍ୟଙ୍କୁ ଦେଖିବାକୁ ଚାହୁଁଛି ବୋଲି ଉକ୍ତ ବାଳକ କହିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ରେଜିମେଣ୍ଟର ଡେପୁଟି କମାଣ୍ଡର ସ୍ବିଟୋସ୍ଲାଭ ପାଲମାର କହିଛନ୍ତି ଯେ, ଏହି ଭିଡିଓ ଗୁରୁବାର କରାଯାଇଛି। ସେହି ଦିନ ହିଁ ରୁଷିଆ ମାରିଆପୋଲ ଉପରେ ନିଜର ବିଜୟ ଘୋଷଣା କରିଥିଲା। ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ମାରିଅପୋଲରେ ଏବେ ବି ୧ଲକ୍ଷରୁ ଅଧିକ ଲୋକ ଫସିରହିଛନ୍ତି। ୨ମାସ ଯୁଦ୍ଧ ମଧ୍ୟରେ ମାରିଆପୋଲରେ ପ୍ରାୟ ୨୦ହଜାରରୁ ଅଧିକ ନାଗରିଙ୍କ ମୃତ୍ୟୁ ହୋଇଛି ବୋଲି ଉକ୍ତ ଅଧିକାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri