ହତାଶ ପ୍ରେମିକର ଉନ୍ମତ୍ତ କାଣ୍ଡ, ହତ୍ୟା ପରେ ପ୍ରେମିକାଙ୍କ ମୃତଦେହ କୂଅରେ ଫିଙ୍ଗି ଦେଲେ

ବରଗଡ଼ ଅଫିସ,୧୯।୩: ବିବାହ କରିବାରେ ବିଫଳ ହେବା ପରେ ଜଣେ ହତାଶ ପ୍ରେମିକ ନିଜ ପ୍ରେମିକାଙ୍କୁ ମାରି କୂଅ ଭିତରକୁ ଫିଙ୍ଗିଦେବା ଘଟଣା ବରଗଡ଼ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ବରଗଡ଼ ଜିଲା ବିଜେପୁର ଥାନା ସାଇପାଲି ଗ୍ରାମରେ ଘଟିଛି। ଗ୍ରାମର ପଦ୍ମିନୀ ଛତ୍ରିଆଙ୍କ ସହିତ ଉକ୍ତ ଗ୍ରାମର ଚନ୍ଦ୍ରଶେଖର ସେଠ୍‌ଙ୍କ ପ୍ରେମ ସମ୍ପର୍କ ରହିଥିଲା। ଇତିମଧ୍ୟରେ ପଦ୍ମିନୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇ ସାରିଥିବା ବେଳେ ଗତ ୧୫ତାରିଖରୁ ପଦ୍ମିନୀ ନିଖୋଜ ହୋଇଯାଇ ଥିଲେ। ଚନ୍ଦ୍ରଶେଖର ତାଙ୍କୁ ଅପହରଣ କରି ନେଇଥିବା ପଦ୍ମିନୀଙ୍କ ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହିତ ଚନ୍ଦ୍ରଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା ପରେ ମୃତଦେହ ଗାଁ ଉପକଣ୍ଠରେ ରହିଥିବା ଏକ କୂଅ ଭିତରକୁ ଫିଙ୍ଗି ଦେଇଥିବା ନେଇ ଚନ୍ଦ୍ରଶେଖର ପୋଲିସ ଆଗରେ ସ୍ବୀକାର କରିବା ସହିତ ଘଟଣାସ୍ଥଳ ଦେଖାଇଥିଲା। ଶନିବାର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ ଉପସ୍ଥିତିରେ ଶବର ପଞ୍ଚନାମା ମଧ୍ୟ କରାଯାଇଥିଲା । ଆଜି ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ ଗିରଫ କରି ସ୍ବାସ୍ଥ୍ୟ ପରୀକ୍ଷା ପରେ ସୋହେଲା କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୪, ୩୦୨, ୨୦୧ ଆଇପିସିରେ ଏକ ମାମଲା ନଂ-୫୯/୨୦୨୩ ରୁଜୁ ହୋଇଥିବା ବିଜେପୁର ଥାନା ଅଧିକାରୀ ସନୟ କୁମାର ନାଏକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଜେଲ ଗଲେ ଅଭିଯୁକ୍ତ

ରୂପ୍‌ସା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଚ୍ଛମନଖୁଣ୍ଟା ଗ୍ରାମର ଅଭିଯୁକ୍ତ ମକରା ଦେହୁରୀଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି ା ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ...

ମାନିଲେନି ସାମାଜିକ ଦୂରତ୍ୱ: ୫ ଦୋକାନ ସିଲ୍‌, ୨୯ ଗିରଫ

ଭଦ୍ରକ ଅଫିସ,୬ା୪ : ସାମାଜିକ ଦୂରତ୍ୱ କଟକଣା ନିୟମ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ସିଲ୍‌ କରିଛି ଟାଉନ୍‌ ପୋଲିସ। ସହରରେ ସଟ୍‌ଡାଉନ୍‌...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୩୧।୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବ୍ୟବସ୍ଥା ଲାଗି ରହିଛି। ବିକ୍ରି ପାଇଁ ଚାଷୀମାନେ ଟୋକନ୍‌ ସହିତ ଧାନ ଆଣୁଥିଲେ ସୁଦ୍ଧା...

ଯୁକ୍ତ ୨ ପ୍ରଥମବର୍ଷ ପରୀକ୍ଷା ବାତିଲ

ବ୍ରହ୍ମପୁର ଅଫିସ,୨୦ା୧୨- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ଅର୍ଦ୍ଧବାର୍ଷିକ ପରୀକ୍ଷା କେବଳ ନାମକୁ ମାତ୍ର।...

ଚମ୍ପୁଆରୁ ଝାଡ଼ଖଣ୍ଡକୁ ଚୋରାଚାଲାଣ, କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ

କେନ୍ଦୁଝର,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ପୋଲିସ ସୋମବାର ୮୦ କେଜି ଗଞ୍ଜେଇ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି...

କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼, କଳାପତାକା ପ୍ରଦର୍ଶନ

ରାଉରକେଲା ଅଫିସ,୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ. ଉଦିତରାଜଙ୍କୁ ବିରୋଧ ବଢିବାରେ ଲାଗିଛି। ଅଣସଙ୍ଗଠିତ...

ପୋଲିଂ ପାର୍ଟିକୁ ଡଙ୍ଗାରୁ ମୁକ୍ତି

ସମ୍ବଲପୁର,୨୩ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ଏହି ନିର୍ବାଚନ ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରବାସୀଙ୍କ ପାଇଁ ନିଆରା...

ବେଆଇନ ବାଣ କାରଖାନାରେ ଚଢ଼ାଉ,୩ ଗିରଫ

ଆସିକା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ୭ ବାଣ କାରଖାନା ଉପରେ ପୋଲିସ ସୋମବାର ଚଢ଼ାଉ କରିଥିଲା। ସେଠାରୁ...

Advertisement
Archives

Model This Week