ହତାଶ ପ୍ରେମିକର ଉନ୍ମତ୍ତ କାଣ୍ଡ, ହତ୍ୟା ପରେ ପ୍ରେମିକାଙ୍କ ମୃତଦେହ କୂଅରେ ଫିଙ୍ଗି ଦେଲେ

ବରଗଡ଼ ଅଫିସ,୧୯।୩: ବିବାହ କରିବାରେ ବିଫଳ ହେବା ପରେ ଜଣେ ହତାଶ ପ୍ରେମିକ ନିଜ ପ୍ରେମିକାଙ୍କୁ ମାରି କୂଅ ଭିତରକୁ ଫିଙ୍ଗିଦେବା ଘଟଣା ବରଗଡ଼ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ବରଗଡ଼ ଜିଲା ବିଜେପୁର ଥାନା ସାଇପାଲି ଗ୍ରାମରେ ଘଟିଛି। ଗ୍ରାମର ପଦ୍ମିନୀ ଛତ୍ରିଆଙ୍କ ସହିତ ଉକ୍ତ ଗ୍ରାମର ଚନ୍ଦ୍ରଶେଖର ସେଠ୍‌ଙ୍କ ପ୍ରେମ ସମ୍ପର୍କ ରହିଥିଲା। ଇତିମଧ୍ୟରେ ପଦ୍ମିନୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇ ସାରିଥିବା ବେଳେ ଗତ ୧୫ତାରିଖରୁ ପଦ୍ମିନୀ ନିଖୋଜ ହୋଇଯାଇ ଥିଲେ। ଚନ୍ଦ୍ରଶେଖର ତାଙ୍କୁ ଅପହରଣ କରି ନେଇଥିବା ପଦ୍ମିନୀଙ୍କ ପରିବାର ଲୋକେ ବିଜେପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିବା ସହିତ ଚନ୍ଦ୍ରଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପଦ୍ମିନୀଙ୍କୁ ତଣ୍ଟି ଚିପି ହତ୍ୟା ପରେ ମୃତଦେହ ଗାଁ ଉପକଣ୍ଠରେ ରହିଥିବା ଏକ କୂଅ ଭିତରକୁ ଫିଙ୍ଗି ଦେଇଥିବା ନେଇ ଚନ୍ଦ୍ରଶେଖର ପୋଲିସ ଆଗରେ ସ୍ବୀକାର କରିବା ସହିତ ଘଟଣାସ୍ଥଳ ଦେଖାଇଥିଲା। ଶନିବାର ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେହିପରି ସାଇଣ୍ଟିଫିକ୍‌ ଟିମ ଉପସ୍ଥିତିରେ ଶବର ପଞ୍ଚନାମା ମଧ୍ୟ କରାଯାଇଥିଲା । ଆଜି ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ ଗିରଫ କରି ସ୍ବାସ୍ଥ୍ୟ ପରୀକ୍ଷା ପରେ ସୋହେଲା କୋର୍ଟକୁ ଚାଲାଣ କରାଯାଇଛି। ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୪, ୩୦୨, ୨୦୧ ଆଇପିସିରେ ଏକ ମାମଲା ନଂ-୫୯/୨୦୨୩ ରୁଜୁ ହୋଇଥିବା ବିଜେପୁର ଥାନା ଅଧିକାରୀ ସନୟ କୁମାର ନାଏକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ବିବାଦରେ ମୈଥିଲୀ ଠାକୁର: ଯୁବକଙ୍କୁ ଧମକ, ଗାଳିଗୁଲଜ କରିବା ନେଇ ଆସିଲା ଅଭିଯୋଗ, ଜାଣନ୍ତୁ କାହିଁକି ରାଗିଲେ ବିଧାୟିକା?

ନୂଆଦିଲ୍ଲୀ, ୭।୭: ବିହାରର ଦରଭଙ୍ଗା ଜିଲା ଅଲୀନଗର ଆସନର ଭାଜପା ବିଧାୟିକା ତଥା ପ୍ରସିଦ୍ଧ ଗାୟିକା ମୈଥିଲୀ ଠାକୁର ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦେବା ଉପରେ BCCIର ବଡ଼ ବୟାନ, ସାମ୍ନାକୁ ଆସିଲା ଚମକାଇ ଦେଲା ଭଳି କାରଣ!

ନୂଆଦିଲ୍ଲୀ, ୭।୭: BCCI ନିକଟରେ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ଦଳରେ ସଞ୍ଜୁ ସାମସନଙ୍କ ନାମ ନଥିବାରୁ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri