ଚିରାଗଙ୍କ ବଂଶ

ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍‌ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା ରହିଛି। ରହିବା ଉଚିତ ମଧ୍ୟ। କାରଣ ଏହା ରାତାରାତି ଜଣଙ୍କୁ ମିଳି ନ ଥାଏ। ଏହା ପୂର୍ବପୁରୁଷଙ୍କଠାରୁ ଗଡ଼ିଆସିଥାଏ। ହେଲେ ଦାୟାଧିକାରକୁ ଠିକ୍‌ ଭାବେ ପରିଚାଳନା କରି ନ ପାରିଲେ ସ୍ଥିତି ବିଗିଡ଼ିଯାଏ। ଏହାର ସଦ୍ୟ ଉଦାହରଣ ଭାବେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଲ୍‌ଜେପି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କର ଗତବର୍ଷ ଅକ୍ଟୋବର ୮ରେ ପରଲୋକ ଘଟିଥିଲା। ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବାକୁ ଥିଲା। ପିତାଙ୍କ ମୃତ୍ୟୁ ପରେ ଚିରାଗ ଧରି ନେଇଥିଲେ ଯେ ଅନୁକମ୍ପାମୂଳକ ଭୋଟ ପାଇ ସେ ବିହାର ସରକାର ଗଠନରେ କିଙ୍ଗ୍‌ ମେକର ଭୂମିକା ନିର୍ବାହ କରିବେ। ସେହି ସମୟରେ ଚିରାଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହନୁମାନ ଆଖ୍ୟ ଦେଇଦେଲେ। ଏତିକିରେ ଉତ୍‌ଫୁଲ୍ଲିତ ହୋଇ ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନୂ୍ୟନ କରି ଦେଖିବା ଆରମ୍ଭ କଲେ। ଏଥିସହିତ ଏଲ୍‌ଜେପି ବିହାର ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଘୋଷଣା କଲେ। କିନ୍ତୁ ଫଳାଫଳ ତାଙ୍କ ପାଇଁ ଅଶୁଭ ହେଲା। ଦଳ ମାତ୍ର ଗୋଟିଏ ଆସନ ପାଇଲା। ଚିରାଗଙ୍କ ଅଙ୍କକଷା ଠିକ୍‌ ନ ହେବାରୁ ତାଙ୍କ ସାନବାପା ଲୋକ ସଭା ଏମ୍‌ପି ପଶୁପତି କୁମାର ପାରସ୍‌ ଏହାର ଫାଇଦା ନେବାକୁ ଆଗେଇ ଆସିଲେ। ଲୋକ ସଭାରେ ଥିବା ୬ ଏମ୍‌ପିଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ପାରସ୍‌ ଅନ୍ୟ ୪ ଜଣଙ୍କୁ ନିଜ ସପକ୍ଷକୁ ନେଇ ୧୪ ଜୁନ୍‌ରେ ନିଜକୁ ଏଲ୍‌ଜେପି ସଂସଦୀୟ ଦଳ ନେତା ଘୋଷଣା କରିଛନ୍ତି। ଏପରି କି ୧୫ ଜୁନ୍‌ରେ ଚିରାଗଙ୍କୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଗଲା ବୋଲି କହିଛନ୍ତି। କିନ୍ତୁ ଏହାର କିଛି ଘଣ୍ଟା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା କହି ଚିରାଗ ତାଙ୍କ ସାନବାପାଙ୍କ ସହିତ ଅନ୍ୟ ୪ ଏମ୍‌ପିଙ୍କୁ ଦଳରୁ ବିଦା କରିଦେଇଛନ୍ତି। ଫଳରେ ଦଳକନ୍ଦଳ ଏବେ ଚରମସୀମାରେ ପହଞ୍ଚିଛି।
ଏହା ଜଣାଶୁଣା ଯେ, ରାମ ବିଳାସ ପାଶ୍ୱାନ ଜଣେ ସୁବିଧାବାଦୀ ରାଜନେତା ଥିଲେ। ତାଙ୍କ ରାଜନୈତିକ ଇତିହାସ ଅତ୍ୟନ୍ତ ଚମତ୍କାର। ଯେକୌଣସି ଦଳ କେନ୍ଦ୍ରରେ ସରକାର ଗଢ଼ିଲା ବେଳକୁ ରାମ ବିଳାସଙ୍କ ନାମ ମନ୍ତ୍ରୀ ତାଲିକାରେ ସ୍ଥାନ ପାଉଥିଲା। ଉଦାହରଣ ସ୍ବରୂପ ୧୯୮୯ରେ ଭି.ପି. ସିଂଙ୍କ ସରକାରରେ ରାମ ବିଳାସ ମନ୍ତ୍ରୀ ହେବାଠାରୁ ପରବର୍ତ୍ତୀ ସମୟରେ ଏଚ.ଡି. ଦେବେଗୌଡା, ଆଇ.କେ. ଗୁଜରାଲ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାରେ ସକ୍ଷମ ହୋଇଥିଲେ। ଏଠାରେ ମନେପଡ଼େ ୧୯୭୭ରେ ସଂସଦୀୟ ନିର୍ବାଚନରେ ହାଜିପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ଜନତା ପାର୍ଟି ଟିକେଟରୁ ଲଢ଼ି ରାମ ବିଳାସ ଜିତିବା ସହ ରେକର୍ଡ ସୃଷ୍ଟି କରିଥିଲେ। ସେତେବେଳେ ତାଙ୍କ ଭୋଟ ବ୍ୟବଧାନ ସର୍ବାଧିକ ରହିଥିଲା। ସେହି ସଂଖ୍ୟା ଥିଲା ୪,୨୪,୦୦୦।
୨୦୦୦ ମସିହାରେ ରାମ ବିଳାସ ଏଲ୍‌ଜେପି ଗଢ଼ିଥିଲେ। ଏହି ଦଳ ଦଳିତ ଓ ପଛୁଆବର୍ଗଙ୍କ ପାଇଁ ଲଢ଼େଇ କରୁଥିବାରୁ ତାଙ୍କ ପ୍ରତି ଜନ ସମର୍ଥନ ଥିଲା। ତାଙ୍କ ଅବର୍ତ୍ତମାନରେ ଏଲ୍‌ଜେପିରେ ସର୍ବେସର୍ବା ହେବା ପାଇଁ ଦ୍ୱନ୍ଦ୍ୱ ଚାଲିଛି। ଯେଉଁ ଲିଗାସି କଥା କୁହାଯାଉଛି, ଚିରାଗ ପିତାଙ୍କ ଦାୟାଦ ହେବା ସ୍ବାଭାବିକ। ତଥାପି ତାଙ୍କ ସାନବାପାଙ୍କ ଯୋଗଦାନ ଦଳ ପାଇଁ ଅନେକ ଗୁରୁତ୍ୱ ରଖୁଥିଲା। ରାମ ବିଳାସ କେନ୍ଦ୍ରରେ ମନ୍ତ୍ରୀ ରହି ଦିଲ୍ଲୀରେ ରହୁଥିବା ବେଳେ ବିହାର ଦାୟିତ୍ୱ ପାରସ୍‌ଙ୍କ ଉପରେ ନ୍ୟସ୍ତ ଥିଲା। ଚିରାଗ ୨୦୧୪ ସାଧାରଣ ନିର୍ବାଚନରେ ଏମ୍‌ପି ହେବା ପରେ ତାଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ରାମ ବିଳାସଙ୍କ ପୁତ୍ର ରାଜନୀତିରେ ପ୍ରବେଶ କରିବା ପରେ ପାରସ୍‌ଙ୍କ ପ୍ରଭାବ ସ୍ବାଭାବିକ ଭାବେ ହ୍ରାସ ପାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାମ ବିଳାସଙ୍କ ପ୍ରଥମ ସ୍ତ୍ରୀ ଜଣେ ଦଳିତ। ତାଙ୍କ ପିଲାମନେ ରାଜନୀତିରେ ପ୍ରବେଶ କରିବାର ସୁଯୋଗ ପାଇ ନାହାନ୍ତି। ଚିରାଗ ହେଉଛନ୍ତି ରାମ ବିଳାସଙ୍କ ଦ୍ୱିତୀୟ ସ୍ତ୍ରୀ, ଜଣେ ହରିୟାଣା ମହିଳାଙ୍କ ପୁତ୍ର। ଏହି ଦ୍ୱିତୀୟ ସ୍ତ୍ରୀ ଦଳିତ ନୁହନ୍ତି। ତେବେ ଚିରାଗ ଦଳରେ ଗୁରୁତ୍ୱ ପାଇବା ଓ ପାରସ୍‌ଙ୍କୁ ଅଣଦେଖା କରାଯିବା ଦଳ ପାଇଁ ବିଷମ ସ୍ଥିତି ସୃଷ୍ଟି କରିଛି। ଏଥିସହିତ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଚିରାଗ ବଡ଼ ହେବା ପାଇଁ ଯେଉଁ ସ୍ବପ୍ନ ଦେଖିଲେ ସେହି ଅନୁଯାୟୀ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାରେ ଅସଫଳ ହେଲେ। ଆଜିର ଯୁବପିଢ଼ି ରାଜନୈତିକ କ୍ଷେତ୍ରରେ ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ପଦବୀ ଧାରଣ କରିବା ଲାଗି ଯେଉଁ ହୋମ୍‌ଓ୍ବାର୍କର ଆବଶ୍ୟକତା ରହିଛି ତାହା ସେମାନେ କରିବାକୁ ଚାହୁଁ ନାହାନ୍ତି। ଫଳରେ ସେମାନେ ନିଜକୁ ଉଚିତ ଭାବେ ଉପସ୍ଥାପନ କରିପାରୁ ନାହାନ୍ତି ଏବଂ ରାଜନୀତି ମଧ୍ୟ କଳୁଷିତ ହେଉଛି।
ଆଜିର ଭାରତରେ କଂଗ୍ରେସର ଗାନ୍ଧୀ ପରିବାରକୁ ଲକ୍ଷ୍ୟକରି ବଂଶବାଦ ବିରୋଧରେ ଯେଉଁ ମତ ସୃଷ୍ଟି କରିବାର ପ୍ରୟାସ କରାଯାଉଛି, ଭାରତୀୟ ସମାଜ ପାଇଁ ହାନି ଘଟାଇପାରେ। ଏହା ସତ୍ୟ ହୋଇପାରେ ଯେ ରାହୁଲ ଗାନ୍ଧୀ ଜଣେ ଅସଫଳ ରାଜନେତା। କିନ୍ତୁ କୁଳ ବା ବଂଶବାଦ ମଣିଷର ଚରିତ୍ରକୁ ଗଢ଼ିଥାଏ। ଯୋଗ୍ୟ ସନ୍ତାନ ହାସଲ କରିବା ପାଇଁ ମାତାପିତାଙ୍କୁ ଯୋଗ୍ୟ ହେବାକୁ ପଡ଼ିଥାଏ। ଅଜଣା ଅଚିହ୍ନା ଚୌକିଦାରକୁ ଘର ଜଗିବା ପାଇଁ ଛଡ଼ାଯାଏ ନାହିଁ। ରାଜନୀତି ସମେତ ସବୁ କ୍ଷେତ୍ରରେ ବଂଶବାଦର ଗୁରୁତ୍ୱ ରହିଛି। ପୃଥ୍ବୀରାଜ କପୁରଙ୍କ ପୁତ୍ର ରାଜ, ସମ୍ମି ଓ ଶଶି କେବଳ ନୁହନ୍ତି, ତାଙ୍କ ନାତି ଓ ଅଣନାତି ମଧ୍ୟ ସିନେମା ଜଗତରେ ପ୍ରତିଷ୍ଠିତ। ଧୀରୁଭାଇଙ୍କ ପୁଅ ମୁକେଶ ଓ ଅନିଲ ଶିଳ୍ପଜଗତରେ ସର୍ବାଗ୍ରେ। ସେହିଭଳି ଭାରତରେ ଯାତ୍ରାପାର୍ଟି ମାଲିକଙ୍କ ପୁଅ ମାଲିକ ଏବଂ ଓକିଲ ଓ ଡାକ୍ତରଙ୍କ ପିଲା ମଧ୍ୟ ସେହି ପେସାରେ ଯାଆନ୍ତି। ଯେତେବେଳେ ବଂଶରେ ଦୁର୍ବଳତା ଆସେ ସେତେବେଳେ ସେହି ସନ୍ତାନର ଅଧୋଗତି ଘଟେ ଓ ସେହି ପରିବାର ଧ୍ୱଂସ ପାଇଯାଏ। କିନ୍ତୁ ତାହାର ଅର୍ଥ ନୁହେଁ ଯେ ବଂଶବାଦର ମୂଲ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri