ଅସାମାଜିକ ଜମାଇଲେଣି ଆଡ୍ଡା

ଅନୁଗୋଳ ଅଫିସ, ୧୨ା୮:  ସକାଳୁ ସଞ୍ଜ ଯାଏ ଅସାମାଜିକ କରୁଛନ୍ତି ଉତ୍ପାତ। ଡ୍ୟାମ୍‌ ଆଡ଼େ ବୁଲିଯାଇଥିବା ଲୋକଙ୍କଠାରୁ ଛଡ଼ାଇ ନେଉଛନ୍ତି ଟଙ୍କା ଓ ମୋବାଇଲ। ନିରୋଳା ହେଉଥିବାରୁ ଏଠାରେ ଘଣ୍ଟା ଘଣ୍ଟା ବସି ନିଶା ସେବନ କରୁଛନ୍ତି। ଆପରାଧିକ କାର୍ଯ୍ୟ ପାଇଁ ଯୋଜନା ଚଳାଉଛନ୍ତି। ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ଡ୍ୟାମ୍‌ ପ୍ରତି ବିପଦ ବଢ଼ାଉଛନ୍ତି। ଦ୍ରୁତଗତିରେ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଉଛନ୍ତି। ଅନୁଗୋଳ ସହର ନିକଟରେ ଥିବା ଡେରଜାଙ୍ଗ ଡ୍ୟାମ୍‌ ବନ୍ଧରେ ଅସାମାଜିକମାନେ ଏପରି ଆଡ୍ଡା ଜମାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ଜନସାଧାରଣଙ୍କ ପାଇଁ ଡ୍ୟାମ୍‌ ଅଞ୍ଚଳ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଥିବା ସହରବାସୀ ଅଭିଯୋଗ କରୁଛନ୍ତି।
ଡେରଜାଙ୍ଗ ଡ୍ୟାମ୍‌ ଅନୁଗୋଳର ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହେଉଛି। ଏଠାକାର ସ୍ବଚ୍ଛ ଓ ସୁନ୍ଦର ପରିବେଶ ସହର ଏବଂ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ସର୍ବଦା ଆକର୍ଷଣ ହୋଇ ରହିଛି। ବିଶେଷକରି ଅପରାହ୍ନ ସମୟରେ ସହରର ବିଭିନ୍ନ ଅଞ୍ଚଳରୁ ଲୋକେ ଡ୍ୟାମ୍‌ ନିକଟକୁ ଭ୍ରମଣରେ ଯାଇଥାନ୍ତି। ଥଣ୍ଡା ପବନ ପାଇବାକୁ ସେଠାରେ କିଛି ସମୟ କଟାଇଥାନ୍ତି। ଖରାଦିନେ ପର୍ଯ୍ୟଟକମାନେ ଏଠାକୁ ଧାଇଁଆସନ୍ତି। କିନ୍ତୁ ଆବଶ୍ୟକ ସୁରକ୍ଷା ଅଭାବରୁ ଏହି ଅଞ୍ଚଳ ଏବେ ଅସାମାଜିକଙ୍କ କବଳକୁ ଚାଲିଗଲାଣି। ଏପରି କି ନିଷିଦ୍ଧାଞ୍ଚଳ ମଧ୍ୟକୁ ଅସାମାଜିକମାନେ ବିନା ବାଧାରେ ପ୍ରବେଶ କରିଯାଉଛନ୍ତି। ବିଳମ୍ବିତ ରାତିଯାଏ ସେଠାରେ ବସି ନିଶା ସେବନ କରୁଛନ୍ତି। ବିଭିନ୍ନ ସମୟରେ ଗଣ୍ଡଗୋଳ କରୁଛନ୍ତି। ଡ୍ୟାମ୍‌ ପାର୍ଶ୍ୱରେ ଲାଗିଥିବା ଲାଇଟ୍‌ଗୁଡ଼ିକୁ ଚୋରି କରିନେଉଛନ୍ତି। ଅତୀତରେ ଏଠାରେ ବଳାତ୍କାର ଭଳି ଅଘଟଣ ଘଟିଥିଲା। ୨୦୧୮ରେ ପେଟ୍ରୋଲ ପମ୍ପ ଲୁଟ୍‌ ପାଇଁ ଯୋଜନା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖଁାକୁ ପୋଲିସ ଏନ୍‌କାଉଣ୍ଟର କରି ଗୁରୁତର କରିଥିଲା। ଗତ ସପ୍ତାହରେ ଏଠାରେ ସିରିଜ ଦୁର୍ଘଟଣା ଘଟାଯାଇଥିଲା। ଭ୍ରମଣରେ ଯାଇଥିବା ରନ୍ତଲେଇ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ମାଡ଼ ମରାଯାଇ ମୋବାଇଲ ଓ ଟଙ୍କା ଛଡ଼ାଇ ନିଆଯାଇଥିଲା। ବାରମ୍ବାର ଏଠାରେ ଅପରାଧ ଘଟାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। ଏହି କାରଣରୁ ଅସାମାଜିକମାନେ ବିନା ବାଧାରେ ଏଠାରେ ଚଳପ୍ରଚଳ ହେଉଥିବା ସହରବାସୀ କହିଛନ୍ତି। ଏ ସମ୍ପର୍କରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଡ୍ୟାମ୍‌ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି। କିନ୍ତୁ ନିଷିଦ୍ଧାଞ୍ଚଳକୁ କିଏ ଯାଉଛି ଓ କ’ଣ କରୁଛି, ତାହା ଦେଖିବା ପୋଲିସର କାର୍ଯ୍ୟ ନୁହେଁ। ତେବେ ହେଉଥିବା ଅଭିଯୋଗ ଉପରେ ପୋଲିସ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

ପାଦେ ପାଦେ ବିପଦ
ଡେରଜାଙ୍ଗ ଡ୍ୟାମ୍‌ ନିକଟକୁ ବୁଲିବାକୁ ଯିବା ବିପଦକୁ ବରଣ କରିବା ଭଳି ହେବ। ଆସାମାଜିକଙ୍କ ଆତଯାତ ଥିବାରୁ ପାଦେ ପାଦେ ବିପଦ ରହିଛି। ପୋଲିସ ପକ୍ଷରୁ ନିୟମିତ ଚଢ଼ାଉ କରାଯାଇ ସେମାନଙ୍କୁ ସାବାଡ୍‌ କରାଯିବା ଆବଶ୍ୟକ। ଏହା ନ ହେଲେ ଉକ୍ତ ମନୋରମ ପରିବେଶ ଅସାମାଜିକମୟ ହୋଇଯିବ।
-ହ୍ରିତିକା ମିଶ୍ର, ଅନୁଗୋଳ

ହୁଗୁଳା ସୁରକ୍ଷା ବ୍ୟବସ୍ଥା
ହୁଗୁଳା ସୁରକ୍ଷା ବ୍ୟବସ୍ଥାରୁ ଏପରି ପରିସ୍ଥିତି ଉପୁଜିଛି। ଡ୍ୟାମ୍‌ ଅଞ୍ଚଳରେ ଖୋଲାଖୋଲି ନିଶା କାରବାର ଚାଲୁଛି। କିନ୍ତୁ ବାରଣ କରିବାକୁ କେହି ନାହାନ୍ତି। ଫଳରେ ସେଠାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବା ସହ ବିଭିନ୍ନ ସମୟରେ ବିଶୃଙ୍ଖଳା ଦେଖାଦେଉଛି। ପ୍ରତିକାର ନ ହେଲେ ଲୋକମାନେ ସେଠାକୁ ଯିବାକୁ ଭୟ କରିବେ।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳ

ଡ୍ୟାମ୍‌ ସୁରକ୍ଷା ନେଇ ପ୍ରଶ୍ନବାଚୀ
ଅସାମାଜିକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରୁଥିବାରୁ ଡେରଜାଙ୍ଗ ଡ୍ୟାମ୍‌ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କେଉଁ ସମୟରେ ଯଦି କିଛି ଅଘଟଣ ଘଟେ, ସେଥିପାଇଁ କିଏ ଦାୟୀ ରହିବେ। ଡ୍ୟାମ୍‌ ଅନୁଗୋଳର ଗୌରବ ହୋଇଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଆବଶ୍ୟକ।
-ପ୍ରିୟଙ୍କା ନାୟକ, ଅନୁଗୋଳ

ପର୍ଯ୍ୟଟକ ମୁହଁ ଫେରାଉଛନ୍ତି
ଅସାମାଜିକମାନେ ଏଠାରେ ନିଶାପାନ କରୁଛନ୍ତି। ଡ୍ୟାମ୍‌ ରାସ୍ତାରେ ଯୁବଗୋଷ୍ଠୀ ବାଇକ୍‌ ରେସିଂ କରୁଛନ୍ତି। ତେଣୁ ବିପଦ ବଢ଼ୁଥିବା ଅନୁମାନ କରି ଅନୁଗୋଳର ପର୍ଯ୍ୟଟନସ୍ଥଳୀ ଭାବେ ଗଣାଯାଉଥିବା ଏହି ଡ୍ୟାମ୍‌ରୁ ପର୍ଯ୍ୟଟକମାନେ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଏଭଳି ଘଟଣା ଆଦୌ ଶୁଭ ସଙ୍କେତ ଦେଉନାହିଁ।
-ଲିଙ୍କନ ସିଂହ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri