ଅସାମାଜିକ ଜମାଇଲେଣି ଆଡ୍ଡା

ଅନୁଗୋଳ ଅଫିସ, ୧୨ା୮:  ସକାଳୁ ସଞ୍ଜ ଯାଏ ଅସାମାଜିକ କରୁଛନ୍ତି ଉତ୍ପାତ। ଡ୍ୟାମ୍‌ ଆଡ଼େ ବୁଲିଯାଇଥିବା ଲୋକଙ୍କଠାରୁ ଛଡ଼ାଇ ନେଉଛନ୍ତି ଟଙ୍କା ଓ ମୋବାଇଲ। ନିରୋଳା ହେଉଥିବାରୁ ଏଠାରେ ଘଣ୍ଟା ଘଣ୍ଟା ବସି ନିଶା ସେବନ କରୁଛନ୍ତି। ଆପରାଧିକ କାର୍ଯ୍ୟ ପାଇଁ ଯୋଜନା ଚଳାଉଛନ୍ତି। ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କରି ଡ୍ୟାମ୍‌ ପ୍ରତି ବିପଦ ବଢ଼ାଉଛନ୍ତି। ଦ୍ରୁତଗତିରେ ଗାଡ଼ି ଚାଳନା କରି ଦୁର୍ଘଟଣା ଘଟାଉଛନ୍ତି। ଅନୁଗୋଳ ସହର ନିକଟରେ ଥିବା ଡେରଜାଙ୍ଗ ଡ୍ୟାମ୍‌ ବନ୍ଧରେ ଅସାମାଜିକମାନେ ଏପରି ଆଡ୍ଡା ଜମାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ଜନସାଧାରଣଙ୍କ ପାଇଁ ଡ୍ୟାମ୍‌ ଅଞ୍ଚଳ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଥିବା ସହରବାସୀ ଅଭିଯୋଗ କରୁଛନ୍ତି।
ଡେରଜାଙ୍ଗ ଡ୍ୟାମ୍‌ ଅନୁଗୋଳର ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହେଉଛି। ଏଠାକାର ସ୍ବଚ୍ଛ ଓ ସୁନ୍ଦର ପରିବେଶ ସହର ଏବଂ ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ସର୍ବଦା ଆକର୍ଷଣ ହୋଇ ରହିଛି। ବିଶେଷକରି ଅପରାହ୍ନ ସମୟରେ ସହରର ବିଭିନ୍ନ ଅଞ୍ଚଳରୁ ଲୋକେ ଡ୍ୟାମ୍‌ ନିକଟକୁ ଭ୍ରମଣରେ ଯାଇଥାନ୍ତି। ଥଣ୍ଡା ପବନ ପାଇବାକୁ ସେଠାରେ କିଛି ସମୟ କଟାଇଥାନ୍ତି। ଖରାଦିନେ ପର୍ଯ୍ୟଟକମାନେ ଏଠାକୁ ଧାଇଁଆସନ୍ତି। କିନ୍ତୁ ଆବଶ୍ୟକ ସୁରକ୍ଷା ଅଭାବରୁ ଏହି ଅଞ୍ଚଳ ଏବେ ଅସାମାଜିକଙ୍କ କବଳକୁ ଚାଲିଗଲାଣି। ଏପରି କି ନିଷିଦ୍ଧାଞ୍ଚଳ ମଧ୍ୟକୁ ଅସାମାଜିକମାନେ ବିନା ବାଧାରେ ପ୍ରବେଶ କରିଯାଉଛନ୍ତି। ବିଳମ୍ବିତ ରାତିଯାଏ ସେଠାରେ ବସି ନିଶା ସେବନ କରୁଛନ୍ତି। ବିଭିନ୍ନ ସମୟରେ ଗଣ୍ଡଗୋଳ କରୁଛନ୍ତି। ଡ୍ୟାମ୍‌ ପାର୍ଶ୍ୱରେ ଲାଗିଥିବା ଲାଇଟ୍‌ଗୁଡ଼ିକୁ ଚୋରି କରିନେଉଛନ୍ତି। ଅତୀତରେ ଏଠାରେ ବଳାତ୍କାର ଭଳି ଅଘଟଣ ଘଟିଥିଲା। ୨୦୧୮ରେ ପେଟ୍ରୋଲ ପମ୍ପ ଲୁଟ୍‌ ପାଇଁ ଯୋଜନା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖଁାକୁ ପୋଲିସ ଏନ୍‌କାଉଣ୍ଟର କରି ଗୁରୁତର କରିଥିଲା। ଗତ ସପ୍ତାହରେ ଏଠାରେ ସିରିଜ ଦୁର୍ଘଟଣା ଘଟାଯାଇଥିଲା। ଭ୍ରମଣରେ ଯାଇଥିବା ରନ୍ତଲେଇ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ମାଡ଼ ମରାଯାଇ ମୋବାଇଲ ଓ ଟଙ୍କା ଛଡ଼ାଇ ନିଆଯାଇଥିଲା। ବାରମ୍ବାର ଏଠାରେ ଅପରାଧ ଘଟାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। ଏହି କାରଣରୁ ଅସାମାଜିକମାନେ ବିନା ବାଧାରେ ଏଠାରେ ଚଳପ୍ରଚଳ ହେଉଥିବା ସହରବାସୀ କହିଛନ୍ତି। ଏ ସମ୍ପର୍କରେ ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଡ୍ୟାମ୍‌ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି। କିନ୍ତୁ ନିଷିଦ୍ଧାଞ୍ଚଳକୁ କିଏ ଯାଉଛି ଓ କ’ଣ କରୁଛି, ତାହା ଦେଖିବା ପୋଲିସର କାର୍ଯ୍ୟ ନୁହେଁ। ତେବେ ହେଉଥିବା ଅଭିଯୋଗ ଉପରେ ପୋଲିସ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଛନ୍ତି।

ପାଦେ ପାଦେ ବିପଦ
ଡେରଜାଙ୍ଗ ଡ୍ୟାମ୍‌ ନିକଟକୁ ବୁଲିବାକୁ ଯିବା ବିପଦକୁ ବରଣ କରିବା ଭଳି ହେବ। ଆସାମାଜିକଙ୍କ ଆତଯାତ ଥିବାରୁ ପାଦେ ପାଦେ ବିପଦ ରହିଛି। ପୋଲିସ ପକ୍ଷରୁ ନିୟମିତ ଚଢ଼ାଉ କରାଯାଇ ସେମାନଙ୍କୁ ସାବାଡ୍‌ କରାଯିବା ଆବଶ୍ୟକ। ଏହା ନ ହେଲେ ଉକ୍ତ ମନୋରମ ପରିବେଶ ଅସାମାଜିକମୟ ହୋଇଯିବ।
-ହ୍ରିତିକା ମିଶ୍ର, ଅନୁଗୋଳ

ହୁଗୁଳା ସୁରକ୍ଷା ବ୍ୟବସ୍ଥା
ହୁଗୁଳା ସୁରକ୍ଷା ବ୍ୟବସ୍ଥାରୁ ଏପରି ପରିସ୍ଥିତି ଉପୁଜିଛି। ଡ୍ୟାମ୍‌ ଅଞ୍ଚଳରେ ଖୋଲାଖୋଲି ନିଶା କାରବାର ଚାଲୁଛି। କିନ୍ତୁ ବାରଣ କରିବାକୁ କେହି ନାହାନ୍ତି। ଫଳରେ ସେଠାରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବା ସହ ବିଭିନ୍ନ ସମୟରେ ବିଶୃଙ୍ଖଳା ଦେଖାଦେଉଛି। ପ୍ରତିକାର ନ ହେଲେ ଲୋକମାନେ ସେଠାକୁ ଯିବାକୁ ଭୟ କରିବେ।
-ଦିବ୍ୟରଞ୍ଜନ ଦାସ, ଅନୁଗୋଳ

ଡ୍ୟାମ୍‌ ସୁରକ୍ଷା ନେଇ ପ୍ରଶ୍ନବାଚୀ
ଅସାମାଜିକମାନେ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରୁଥିବାରୁ ଡେରଜାଙ୍ଗ ଡ୍ୟାମ୍‌ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କେଉଁ ସମୟରେ ଯଦି କିଛି ଅଘଟଣ ଘଟେ, ସେଥିପାଇଁ କିଏ ଦାୟୀ ରହିବେ। ଡ୍ୟାମ୍‌ ଅନୁଗୋଳର ଗୌରବ ହୋଇଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଆବଶ୍ୟକ।
-ପ୍ରିୟଙ୍କା ନାୟକ, ଅନୁଗୋଳ

ପର୍ଯ୍ୟଟକ ମୁହଁ ଫେରାଉଛନ୍ତି
ଅସାମାଜିକମାନେ ଏଠାରେ ନିଶାପାନ କରୁଛନ୍ତି। ଡ୍ୟାମ୍‌ ରାସ୍ତାରେ ଯୁବଗୋଷ୍ଠୀ ବାଇକ୍‌ ରେସିଂ କରୁଛନ୍ତି। ତେଣୁ ବିପଦ ବଢ଼ୁଥିବା ଅନୁମାନ କରି ଅନୁଗୋଳର ପର୍ଯ୍ୟଟନସ୍ଥଳୀ ଭାବେ ଗଣାଯାଉଥିବା ଏହି ଡ୍ୟାମ୍‌ରୁ ପର୍ଯ୍ୟଟକମାନେ ଧୀରେ ଧୀରେ ମୁହଁ ଫେରାଇ ନେଉଛନ୍ତି। ଏଭଳି ଘଟଣା ଆଦୌ ଶୁଭ ସଙ୍କେତ ଦେଉନାହିଁ।
-ଲିଙ୍କନ ସିଂହ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚିହ୍ନଟ ହୋଇ ନ ଥିଲେ ଉଚ୍ଛେଦ

ଅନୁଗୋଳ ଅଫିସ,୬।୮:  ଜାଗା ମିଶନରେ ଅନୁଗୋଳ ଜିଲାର ବସ୍ତି ବାସିନ୍ଦାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଜିଲା ପୌର ଉନ୍ନୟନ ଏଜେନ୍ସି (ଡୁଡା)ର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା...

ଛେଣ୍ଡିପଦାରେ ବିଚାର ବିଭାଗୀୟ ଅଦାଲତ ଉଦ୍‌ଘାଟିତ: ମହିକିଲଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ଛେଣ୍ଡିପଦା,୨୧।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦରମହକୁମାରେ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦେୱାନୀ ବିଚାରପତି (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ଅସୁରକ୍ଷିତ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା, ୨୧।୫(ଡି.ଏନ.ଏ.) ଲୋକଙ୍କୁ ମାଗଣାରେ ଜରୁରିକାଳୀନ ସେବା ଯୋଗାଇବାକୁ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନା। ଏଥିପାଇଁ ଖର୍ଚ୍ଚ ହେଉଛି ବହୁ ଅର୍ଥ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ...

କଂଗ୍ରେସ ଦେଲା ଖଣି ବନ୍ଦ ଚେତାବନୀ

ତାଳଚେର,୩ା୮(ନି.ପ୍ର.) ତାଳଚେରସ୍ଥିତ ଭରତପୁର ଖଣି ଦୁର୍ଘଟଣାରେ ମୃତାହତ ଶ୍ରମିକଙ୍କୁ ନେଇ ଭାଜପା ଏବଂ ବିଜେଡି ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏକ ଖବରଦାତା ସମ୍ମିଳନୀରେ...

ବିରଳ ଅହିରାଜକୁ ଗୁଳି କରି ଶିକାର

ବନ୍ତଳା,୧୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ।...

କାର୍ଯ୍ୟାଳୟ, ବାସଗୃହ ଉଦ୍‌ଘାଟିତ

ଛେଣ୍ଡିପଦା,୧।୫(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ମିତ କୋଶଳା ବନପାଳ କାର୍ଯ୍ୟାଳୟ ଓ ବନରକ୍ଷୀଙ୍କ ବାସଗୃହ ଉଦ୍‌ଘାଟିତ...

ସ୍କୁଲ ପରିଦର୍ଶନ ବେଳେ ଡିଇଓ ଖପ୍ପା

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଅଞ୍ଚଳର ବିଭିନ୍ନ ସ୍କୁଲକୁ ଅଚାନକ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟଗୁଡିକୁ...

ବାରାହା ଫାଶରେ ଫସି ଚାଷୀ ମୃତ

ଛେଣ୍ଡିପଦା,୭।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଗୋପିବଲ୍ଲଭପୁର ଗାଁରେ ବାରାହା ଫାସରେ ପଡି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ କୋଶଳା ଖଳିନାଳ...

Advertisement
Archives

Model This Week