ଅବହେଳିତ ଅବସ୍ଥାରେ ଡେରାବିଶ ବ୍ଲକର ୧୪ ନଂ. ଜୋନ୍‌

ଡେରାବିଶ,୧୩।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ୧୪ ନଂ. ଜିଲା ପରିଷଦ ଜୋନ୍‌ ଅବହେଳିତ ଅବସ୍ଥାରେ ଥିବା ଶନିବାର ଭାଜପା ନେତୃମଣ୍ଡଳୀଙ୍କ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଜିଲା ଭାଜପା ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଭାଜପା ନେତା ତେଜେଶ୍ୱର ପରିଡ଼ା ଯୋଗଦେଇ ୧୪ ନଂ. ଜୋନ ଅଧୀନରେ ଥିବା ୯ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଥିବା ସେ କହିଥିଲେ।
ବ୍ଲକ ଅଧୀନ ଚାନ୍ଦୋଳଠାରେ ଥିବା ପୋଲିସ ସହାୟକ କେନ୍ଦ୍ର କାର୍ଯ୍ୟ କରୁଛି। ମାତ୍ର ଏହି ସହାୟକ କେନ୍ଦ୍ର ୯ଟି ପଞ୍ଚାୟତର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁରକ୍ଷା ଦେବା ସମ୍ଭବ ପର ହୋଇପାରୁନାହିଁ। ଜିଲାର ଅନ୍ୟ ବ୍ଲକରେ ଥିବା ଫାଣ୍ଡିଗୁଡ଼ିକୁ ଥାନାରେ ପରିଣତ କରାଯାଇଥିବାବେଳେ ଚାନ୍ଦୋଳଠାରେ ଥିବା ପୋଲିସ ସହାୟକ କେନ୍ଦ୍ରକୁ ଥାନା କରାଯାଇନାହିଁ। ସେହିପରି ଚାନ୍ଦୋଳ ଦେଇ ଯାଇଥିବା କଟକ-ଚାନ୍ଦବାଲି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି, ଚାନ୍ଦୋଳଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କାହିଁ ଖୋଲାଯାଇନାହିଁ, ଏହି ରାସ୍ତାରେ ଦୁର୍ଘଟଣାରେ ଗୁରୁତର ହେଉଥିବା ବ୍ୟକ୍ତିଙ୍କୁ କଟକ ଜିଲା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଉଛି। ସେହିପରି ଡେରାବିଶଠାରେ ସ୍ଥାପନ କରାଯାଇଥିବା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରବର ବୋଟ୍‌ ୨ ବର୍ଷ ହେବ କଟକ କାର୍ଯ୍ୟାଳୟକୁ ନିଆଯାଇଥିଲେ ମଧ୍ୟ ତାହା ଫେରସ୍ତ ହୋଇ ନାହିଁ। ନିକଟରେ ଲୁଣାନଦୀରେ ବୁଡ଼ି ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିବାକୁ କଟକ ଜିଲା ନିଶ୍ଚିନ୍ତକୋଇଲି କାର୍ଯ୍ୟାଳୟର କର୍ମଚାରୀମାନେ ସେମାନଙ୍କର ବୋଟ୍‌ ଆଣି ଖୋଜା ଖୋଜି କରିଥିଲେ। ଯାହାକି ସରକାର ଓ ପ୍ରଶାସନର ଅପରଗତାର ଏକ ଜ୍ୱଳନ୍ତ ନିଦର୍ଶନ। ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଶାସକ ଦଳର କର୍ମୀମାନେ ହଡ଼ପ କରୁଛନ୍ତି। ବିଶେଷକରି ବ୍ଲକ ଅଧୀନ ପଲେଇ ପଞ୍ଚୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଦୁର୍ନୀତିକୁ ଜାଣି ମଧ୍ୟ ପ୍ରଶାସନର ନିରବତା ଅବଲମ୍ବନ କରୁଛି। ସମ୍ମିଳନୀରେ ଜିଲା ସଭାପତି ପଣ୍ଡା ତାଙ୍କ ବକ୍ତବ୍ୟରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ବିଧାୟିକାଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେଉଛି। ନିର୍ବାଚନମଣ୍ଡଳୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପୂର୍ଣ୍ଣ ବାଟମାରଣା ହେଉଥିବା ପଣ୍ଡା କହିଥିଲେ। ଡେରାବିଶ ବ୍ଲକ ଅଧୀନ ଲୁଣାନଦୀରେ ୨୦୦୨ରୁ ଆରମ୍ଭ ହୋଇଥିବା ସେତୁ ସମ୍ପୂର୍ଣ୍ଣ ହେବାକୁ ୧୪ ବର୍ଷ ଲାଗିଥିଲା। ୨୦୧୬ରେ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ମାତ୍ର ଏହି ସେତୁକୁ ସଂଯୋଗ କରିଥିବା ରାସ୍ତା ଏହା ଭିତରେ ୫ବର୍ଷ ବିତିଯାଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରିନାହିଁ। ତେବେ ସେତୁକୁ ସଂଯୋଗ କରୁଥିବା ଚାନ୍ଦୋଳ-ଦାନପୁର ରାସ୍ତାଟି ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ବ୍ରିଟିଶ ଅମଳରୁ ନିର୍ମିତ ଅଣଓସାରିଆ ଲକ୍‌ ପୋଲ ଯୋଗୁ ଯାନବାହାନ ଓ ସାଧାରଣ ଲୋକ କାରବାରରେ ଅସୁବିଧା ହେଉଛି। ତେଣୁ ପ୍ରଶାସନିକ ନିରବତା ଓ ପାଟକୁରାର ପ୍ରତିନିଧି ଏଥିପ୍ରତି ଦୃଷ୍ଟି ନ ଦେବା ସାଧାରଣରେ ସମସ୍ତଙ୍କୁ ଚକିତ କରିଛି। ସେହିପରି କଟକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ବଜାରରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ପୂର୍ବରୁ ହୋଇ ସାରିଥିଲା ବେଳେ ଚାନ୍ଦୋଳ ବଜାରରେ ଅକ୍ଟୋବରରେ ବିଧାୟିକା ଆଲୋକୀକରଣ କାର୍ଯ୍ୟକୁ ଉଦ୍‌ଘାଟନ କରିଥିଲେ। ପ୍ରତିମାସରେ ଏହି ବିଦ୍ୟୁତ୍‌ ଆଲୋକୀକରଣର ମାସିକ ଦେୟ ଚାନ୍ଦୋଳ ସରପଞ୍ଚ ପୈଠ କରିବେ। ସରପଞ୍ଚ ଓ ବଜାର କମିଟିକୁ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନ ଥିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପଣ୍ଡା ସୂଚନା ଦେଇଥିଲେ। ଏହି ସମସ୍ତ ବିଷୟରେ ଆସନ୍ତା ବିଧାନସଭା ଅଧିବେଶନରେ ଭାଜପା ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ସଭାପତି ପଣ୍ଡା ଓ ଭାଜପା ନେତା ପରିଡ଼ା ଖବରଦାତାଙ୍କୁ ସୂଚନା ଦେଇଥିଲେ। ଏଥିରେ ଚାନ୍ଦୋଳ ସରପଞ୍ଚ ସୁରେନ୍ଦ୍ର ମଲ୍ଲିକ, ଭାଜପା ନେତା ବିଭୁଦେନ୍ଦୁ ପଣ୍ଡା ଓ ମମତା ସେଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri