ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ର

ଡେରାବିଶ, ୮।୧୧(ବେବର୍ତ୍ତା ଅଜୟ ଦାସ): ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ କରାଯାଇଛି। ଏହି ବିଭାଗ ଅଧୀନରେ ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଖୋଲା ଯାଇଥିବା ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ।
ବ୍ଲକରେ ୨୦୨୨ ଶିକ୍ଷାବର୍ଷରେ ସ୍ଥାନୀୟ ଚାଟରାଚକଡ଼ା ପଞ୍ଚାୟତରେ ବନ୍ଦ ହୋଇ ରହିଥିବା ହାପିମେଳକସ୍ଥିତ ଛତାବଟ ବାଳିକା ଉଚ୍ଚବିଦ୍ୟାଳୟରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଦ୍ୱାରା ଅସ୍ଥାୟୀ ଭାବେ ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟନ ହୋଇଥିଲା। ଆଦର୍ଶ ବିଦ୍ୟାଳୟ ପାଇଁ ବ୍ଲକ ଅଧୀନସ୍ଥ କୁରୁଜଙ୍ଗାଠାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ୭ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଅବଧି ଶେଷ ପରେ ମଧ୍ୟ ନବନିର୍ମିତ ଗୃହ କାର୍ଯ୍ୟ ଶେଷ ହୋଇନାହିଁ। ଫଳରେ ଅସ୍ଥାୟୀ ଭାବେ ଚାଲୁଥିବା ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି କରିଛି। ସେହିପରି ଗୋଟିଏ କୋଠରିରେ ବିଦ୍ୟାଳୟ କାର୍ଯ୍ୟାଳୟ ସହ କମନ ରୁମ୍‌ ଚାଲୁଛି। ଶ୍ରେଣୀଗୃହର ଅଭାବ ସହ ପିଲାମାନେ ପାଠ ପଢ଼ିବାକୁ ବେଞ୍ଚ, ଡେସ୍କ ନାହିଁ। ଜିଲା ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷାବିତ୍‌ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ପିଲାଙ୍କ ବେଞ୍ଚ, ଡେସ୍କ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇଛି। ହେଲେ ଛାତ୍ରୀଛାତ୍ରମାନେ ତଳେ ବସି ପାଠ ପଢ଼ିବା ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଦିଗହରା କରିଛି। ଏ ସମ୍ପର୍କରେ ସେପ୍ଟେମ୍ବରରେ ଜିଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ପିଲାଙ୍କ ପାଇଁ ବେଞ୍ଚ, ଡେସ୍କ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଇତିମଧ୍ୟରେ ୨ ମାସ ଅତିକ୍ରମ କରି ସାରିଥିଲେ ସୁଦ୍ଧା ଜିଲା ଶିକ୍ଷାଧିକାରୀ ଏ ଦିଗରେ ପଦକ୍ଷେପ ନ ନେବା ସାଧାରଣରେ ସମସ୍ତଙ୍କୁ ଚିକିତ କରିଛି ବୋଲି ଶିକ୍ଷାବିତ୍‌ ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି। ଏ ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟ ଖୋଲାଯିବା ଇତିମଧ୍ୟରେ ବର୍ଷେ ଅତିକ୍ରମ କଲାଣି। ଶ୍ରେଣୀ ଗୃହରେ ଛାତ୍ରୀଛାତ୍ର ବସି ପାଠ ପଢ଼ିବା ପାଇଁ ଜିଲାପାଳ, ପିଡି ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନ ନେବା ଅତି ଦୁଃଖଦାୟକ ଘଟଣା ବୋଲି ସେ କହିଛନ୍ତି। ଏଥିସହ ଅସ୍ଥାୟୀ ଭାବେ ଚାଲିଥିବା ବିଦ୍ୟାଳୟ ପରିସରରେ ଶୌଚାଳୟଟିଏ ନାହିଁ। ମଧ୍ୟାହ୍ନଭୋଜନ ପାଇଁ ବାରଣ୍ଡାରେ ନଡ଼ିଆ ବାଉଙ୍ଗାର ଅସ୍ଥାୟୀ ଛାମୁଡ଼ିଆ କରାଯାଇ ତଳେ ରୋଷେଇ ଚାଲିଛି। ଏହି ଆଦର୍ଶ ବିଦ୍ୟାଳୟର ନବନିର୍ମିତ ଗୃହର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଅଭିଭାବକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ଏଭଳି ଛାତ୍ରୀଛାତ୍ରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି କୁଠାରାଘାତ ମନୋଭାବ କାହିଁକି ବୋଲି ସାମାଜିକ କର୍ମୀ ହଳଧର ଦାଶ କହିଛନ୍ତି।
କୁରୁଜଙ୍ଗାଠାରେ ନିର୍ମାଣ ହେଉଥିବା ନବନିର୍ମିତ ଗୃହର କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ନେଇଥିବା ଠିକାସଂସ୍ଥା ୨୦୨୧ ସେପ୍ଟେମ୍ବର ୨୧ରୁ କାର୍ଯ୍ୟ ଆରମ୍ଭ କରି ୨୦୨୨ ଅଗଷ୍ଟ ୧୯ ସୁଦ୍ଧା ଶେଷ କରିବାକୁ ଚୁକ୍ତି କରିଥିଲେ। ମାତ୍ର ଇତିମଧ୍ୟରେ ଅବଧି ଶେଷ ହେବାର ବର୍ଷେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଗୃହ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରିୟବ୍ରତ ସ୍ବାଇଁଙ୍କୁ ପଚାରିବାରେ ନବନିର୍ମିତ ଗୃହରେ ବିଦ୍ୟାଳୟ ପାଇଁ ୬ଟି କୋଠରି ସହ ଶୌଚାଳୟ ତୁରନ୍ତ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଦେଇଛି। ଏ ନେଇ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପତିଙ୍କୁ ପଚାରିବାରେ ବର୍ତ୍ତମାନ ୬ଟି କୋଠରିର କାର୍ଯ୍ୟ ଶେଷ ହୋଇଥିବା ବେଳେ ଶୌଚାଳୟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ବିଦ୍ୟୁତ୍‌, ପାନୀୟ ଜଳ ଓ କୋଠରି ମଧ୍ୟରେ ଟାଇଲ୍‌ କାର୍ଯ୍ୟ ଚାଲିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ବିଦ୍ୟାଳୟ ପାଇଁ ୬ଟି କୋଠରି ହସ୍ତାନ୍ତର ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଅବଧିର ବର୍ଷେ ପରେ ମଧ୍ୟ ଗୃହ କାର୍ଯ୍ୟ ଶେଷ ହେଉ ନ ଥିବା ନେଇ ପଚାରିବାରୁ ଠିକାଦାର ଜଣକ କାର୍ଯ୍ୟରେ ବିଳମ୍ବ କରୁଥିବାରୁ ତାଙ୍କୁ ତୁରନ୍ତ କାର୍ଯ୍ୟ ସାରିବା ନେଇ ବାରମ୍ବାର ଚିଠି କରାଯାଉଛି। ତେବେ ଡିସେମ୍ବର ସୁଦ୍ଧା ଏହି ଗୃହ କାର୍ଯ୍ୟ ଶେଷ ହେବା ନେଇ ସେ ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?