ଡେରାବିଶ: ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରହସନ

ଡେରାବିଶ,୨୬।୪ (ସ୍ବ.ପ୍ର.) ଜିଲା, ତହସିଲ, ବ୍ଲକ ଓ ସଦର ମହକୁମାରେ ସରକାରୀ ଯୋଜନାରୁ ବଞ୍ଚତ୍ତ ହେଉଥିବା ସାଧାରଣ ଲୋକ ନିଜର ଅଭିଯୋଗ ପାଇଁ ଖର୍ଚ୍ଚାନ୍ତ ହୋଇ ଏତେ ଦୂର ଯାଇ ପାରୁ ନାହାନ୍ତି। ଏହାକୁ ଲକ୍ଷ୍ୟ କରି କେନ୍ଦ୍ରାପଡ଼ା ଜିଲାରେ ୨୦୨୨ ମସିହାରୁ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରାଯାଉଛି। ପ୍ରଶାସନିକ ଅଧିକାରୀମାନେ ପଞ୍ଚାୟତରେ ପହଞ୍ଚତ୍ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ଥିବା ହିତାଧିକାରୀଙ୍କଠାରୁ ଅଭିଯୋଗ ଗ୍ରହଣ କରି ଏହାର ତ୍ୱରିତ ସମାଧାନ ପାଇଁ ପ୍ରୟାସ କରୁଛନ୍ତି। ଜିଲାର ଡେରାବିଶ ବ୍ଲକରେ ସପ୍ତାହର ପ୍ରତ୍ୟେକ ସୋମବାର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ସଫଳତା ହାସଲ କରିଥିବା ବେଳେ ବହୁ ଅଭିଯୋଗ ଆସୁଥିଲା। ହେଲେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରଚାର, ପ୍ରସାର ଓ ଲୋକମାନଙ୍କ ପୂର୍ବ ଅଭିଯୋଗର ସମାଧନ ହୋଇ ନ ଥିବାରୁ ଏବେ ସଂଖ୍ୟା କମିବାରେ ଲାଗିଛି। ଫଳରେ ବ୍ଲକ ଅଞ୍ଚଳରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ଏବେ ଏହା ପ୍ରହସନରେ ପରିଣତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ବ୍ଲକର ୨୬ଟି ପଞ୍ଚାୟତରୁ ୮୮୪୬ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଆବାସ ଯୋଜନା, ରାଶନ କାର୍ଡ, ଭତ୍ତା, ନିର୍ମାଣ ଶ୍ରମିକଙ୍କ ପାଇଁ ଯୋଜନାରୁ ବଞ୍ଚତ୍ତ ଥିବା ହିତାଧିକାରୀମାନେ ସେମାନଙ୍କ ଅଭିଯୋଗ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଅଭିଯୋଗମାନ କରିଥିଲେ। ଏଥିରେ ବିଡିଓ, ତହସିଲଦାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ସମ୍ପ୍ରସାରଣ ଅଧିକାରୀ ଉପସ୍ଥିତ ରହି ଅଭିଯୋଗଗୁଡ଼ିକୁ ଗ୍ରହଣ କରୁଥିଲେ। ସେହିପରି ୨୦୨୨ ଡିସେମ୍ବରରୁ ଦ୍ୱିତୀୟ ପର୍ଯ୍ୟାୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏପ୍ରିଲ ୩ୟ ସୋମବାର ସୁଦ୍ଧା ବ୍ଲକ ଅଧୀନ ୨୬ଟି ପଞ୍ଚାୟତ ମଧ୍ୟରୁ ୧୮ଟିରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ମାତ୍ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ପଞ୍ଚାୟତର ସାଧାରଣ ଲୋକଙ୍କ ମଧ୍ୟରେ ଅନାଗ୍ରହ ଦେଖିବାକୁ ମିଳୁଛି। ଏଥିସହ ବହୁ ପଞ୍ଚାୟତରେ ଦୁଇଅଙ୍କ ମଧ୍ୟରେ ଅଭିଯୋଗଗୁଡ଼ିକ ସୀମିତ ରହୁଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ୨୦ରୁ ଊର୍ଦ୍ଧ୍ୱ ଷ୍ଟଲ ପଡ଼ିବା ସହ ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରୁଥିଲେ। ମାତ୍ର ଦ୍ୱିତୀୟ ପର୍ଯ୍ୟାୟରେ ଏହି ସଂଖ୍ୟା ୧୦କୁ କମିଯିବା ସହ ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଅନୁପସ୍ଥିତ ରହୁଛନ୍ତି।
ଏ ସମ୍ପର୍କରେ ଯଅଁରାବାରିମୂଳର ପୂର୍ବତନ ସରପଞ୍ଚ ରଘୁନାଥ ଶତପଥୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନାରୁ ବଞ୍ଚତ୍ତ ହିତାଧିକାରୀମାନେ ତ୍ୱରିତ ନ୍ୟାୟ ପାଇବା ଆଶାରେ ଅଭିଯୋଗମାନ ଆଣିଥିଲେ। ମାତ୍ର ସେମାନଙ୍କ ଅଭିଯୋଗର କୌଣସି ସମାଧାନ ହୋଇ ନ ଥିବାରୁ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ଦେଖାଉନାହାନ୍ତି। ଅପରପକ୍ଷରେ ପ୍ରତ୍ୟେକ ସପ୍ତାହରେ ଅନୁଷ୍ଠିତ ବିଭିନ୍ନ ପଞ୍ଚାୟତରେ ଏ ନେଇ ସରକାରୀ ଅର୍ଥ ମଧ୍ୟ ବ୍ୟୟ କରାଯାଉଛି। ମାତ୍ର ଫଳ ଶୂନ ହେଉଛି। ସେହିପରି ଶିକ୍ଷାବିତ୍‌ ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଏବେ ଏକ ପ୍ରହସନରେ ପରିଣତ ହୋଇଛି। କେବଳ ଏହି କାର୍ଯ୍ୟକ୍ରମରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ପଞ୍ଜୀକୃତ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଘରକୁ ଫେରୁଛନ୍ତି। ଏ ସମ୍ପର୍କରେ ବିଡିଓ ଦାସରଥି ଜେନାଙ୍କୁ ପଚାରିବାରୁ ଏହି କାର୍ଯ୍ୟକ୍ରମରେ ଆସୁଥିବା ଅଭିଯୋଗଗୁଡ଼ିକୁ ଡାଟାବେସ୍‌ କରି ରଖାଯାଉଛି। ବିଶେଷକରି ଆବାସ ଯୋଜନାରୁ ବଞ୍ଚତ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଡାଟାବେସ୍‌ କରାଯାଇଛି। ଏ ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ସେମାନଙ୍କ ନାମ ଆମେ ପଠାଇବା ସହ ସେହି ସମସ୍ୟାର କିପରି ସମାଧାନ ହେବ ସେ ନେଇ ବିଭାଗୀୟ ସ୍ତରରେ ପଦକ୍ଷେପ ନିଶ୍ଚୟ ନିଆଯିବ। ଅପରପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟରେ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ସଚେତନ କରିବାକୁ ୨ଦିନ ପୂର୍ବରୁ ସମ୍ପୃକ୍ତ ପଞ୍ଚାୟତ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଜଣାଇ ଦିଆଯିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେପରି ଲୋକମାନେ ସେମାନଙ୍କ ଅଭିଯୋଗ ପ୍ରଶାସନ ନିକଟରେ କରିପାରିବେ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଅନ୍ତିମ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୪ ଗୁରୁତର

ଜଳେଶ୍ୱର,୪।୫(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଳକ ଡେମୁରିଆ ଗାଁ ମଶାଣିରେ ଶନିବାର ଏକ ଅଘଟଣ ଘଟିଛି। ଗାଁ ମଶାଣିରେ ଅନ୍ତମ ସଂସ୍କାର ଚାଳିଥିବା ବେଳେ...

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୪।୫(ନବୀନ ସାହୁ): ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri