Odisha Elections 2024

ଡେରାବିଶ ମାଟିକୁ ଗର୍ବିତ କଲେ ସ୍ମୃତିରେଖା

ଡେରାବିଶ, ୨୪ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାକୁ ପୁଣିଥରେ ସଂସ୍କୃତି ଓ ଯୋଗ ପ୍ରତିଯୋଗିତାରେ ବ୍ଲକ ଅଧୀନସ୍ଥ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗଁାର ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ପାଣି(୧୫) ଗୌରବ ଆଣିଛନ୍ତି। ସ୍ଥାନୀୟ ଭଗବତୀ ସରକାରୀ ଉଚ୍ଚ ନୋଡାଲ ବିଦ୍ୟାଳୟର ଛାତ୍ରୀ ସ୍ମୃତିରେଖା କେନ୍ଦ୍ରାପଡ଼ା ଯୋଗ ବେଦାନ୍ତ କେନ୍ଦ୍ରରେ ଯୋଗାଭ୍ୟାସ କରୁଥିବାବେଳେ କୋଲକାତାରେ ରବିବାର ଅନୁଷ୍ଠିତ ହୋଇଥିବା ନବମ ଅନ୍ତର୍ଜାତୀୟ ଯୋଗ ମହୋତ୍ସବରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି। ସାଇ କାପ୍ରା ଫ୍ରେଣ୍ଡସ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ମହୋତ୍ସବରେ ସ୍ମୃତିରେଖାଙ୍କୁ ରବିବାର ସମ୍ମାନିତ କରାଯାଇଛି। ତେବେ ମେ ୨୩ରେ ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ନବମ ସର୍ବଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ମହୋତ୍ସବରେ ଭାଗନେଇ ସ୍ମୃତିରେଖା ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଥିଲେ। ସେହିପରି କୋଲକାତାରେ ଜୁନ ୨୭ରେ ଅନୁଷ୍ଠିତ ଜାତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ସ୍ମୃତିରେଖା କୃତିତ୍ୱ ଅର୍ଜନ କରି ଡେରାବିଶ ବ୍ଲକ ଓ କେନ୍ଦ୍ରାପଡା ଜିଲାକୁ ଗର୍ବିତ କରିଛନ୍ତି। ରୟାଲ ଡ୍ୟାନ୍ସ ଗ୍ରୁପର ଛାତ୍ରୀ ଭାବେ ଉଭୟ ଅହମ୍ମଦାବାଦ ଓ କୋଲକାତାରେ ସ୍ମୃତିରେଖା ଭାଗ ନେଇଥିଲେ। ତେବେ ଏହି ଖବର ଜଣାପଡ଼ିବା ପରେ ସ୍ମୃତିରେଖାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ବାପା କୈଳାସ ଚନ୍ଦ୍ର ପାଣି, ମାଆ ପ୍ରଜ୍ଞା ପ୍ରାରମ୍ଭିକା, ଅଜା ନିରଞ୍ଜନ ଦାଶ ଓ ଆଈ ଗୀତାଞ୍ଜଳି ନିଜର ପ୍ରତିକ୍ରିୟାରେ ସ୍ମୃତିରେଖା ଜଣେ ଭଲ ଛାତ୍ରୀ ବୋଲି କହିଛନ୍ତି। ନୃତ୍ୟ ଓ ଯୋଗାଭ୍ୟାସ ପ୍ରତି ଥିବା ରୁଚି ପାଇଁ ପରିବାର ପକ୍ଷରୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

ଜମୁଛି ତାଳସଜ ବେପାର

ମୋରଡା,୨୧ା୫(ସ୍ମାରକ ମାଜୀ):ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଖରା ତାତିରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଥଣ୍ଡା ଜାତୀୟ ଖାଦ୍ୟ। ମୟୂରଭଞ୍ଜ ଜିଲା...

ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦%...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri