Posted inଖେଳ

ନକ୍‌ଆଉଟ୍‌ରେ ଡେନ୍‌ମାର୍କ: ରୁଷିଆ ୪-୧ ଗୋଲରେ ପରାସ୍ତ

କୋପେନହାଗେନ,୨୩।୬: ଘରୋଇ ପରିବେଶରୁ ଫାଇଦା ଉଠାଇ ଡେନ୍‌ମାର୍କ ୟୁରୋ କପ୍‌ ଗ୍ରୁପ୍‌ ବି’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୁଷିଆକୁ ୪-୧ ଗୋଲ ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ସ୍ଥାନୀୟ ପାର୍କେନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡେନ୍‌ମାର୍କ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏହି ବିଜୟ ସହ ଡେନ୍‌ମାର୍କ ରାଉଣ୍ଡ ଅଫ୍‌ ୧୬ ଅର୍ଥାତ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି। ଗ୍ରୁପ୍‌ ବି’ରେ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୩ ପଏଣ୍ଟ ପାଇଥିଲେ ମଧ୍ୟ ଡେନ୍‌ମାର୍କ ଉନ୍ନତ ଗୋଲ ବ୍ୟବଧାନରେ ଫିନ୍‌ଲାଣ୍ଡ ଓ ରୁଷିଆ (ଉଭୟ ୩ ପଏଣ୍ଟ)କୁ ପଛରେ ପକାଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଡେନ୍‌ମାର୍କ ରୁଷିଆକୁ ବହୁ ପଛରେ ପକାଇଥିଲା।
ପ୍ରଥମାର୍ଦ୍ଧର ୩୮ତମ ମିନିଟ୍‌ରେ ମିକେଲ ଡାମ୍ସଗାର୍ଡ ପ୍ରଥମ ଗୋଲ ଦେଇ ଡେନ୍‌ମାର୍କକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ୪ଟି ଗୋଲ ଦେଖିବାକୁ ମିଳିଥିଲା। ୫୯ତମ ମିନିଟ୍‌ରେ ୟୁସୁଫ ପୌଲସେନ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। କିନ୍ତୁ ୭୦ତମ ମିନିଟ୍‌ରେ ରୁଷିଆ ତରଫରୁ ଅର୍ଟେମ ଡିଜିଉବା ପେନାଲ୍ଟି ଜରିଆରେ ଗୋଲ ଦେଇ ଦଳର ପ୍ରତ୍ୟାବର୍ତ୍ତନ କରାଇଥିଲେ। ଏହାପରେ ଡେନ୍‌ମାର୍କ ତରଫରୁ ଆଣ୍ଡ୍ରିଆସ କ୍ରିଷ୍ଟେନସେନ ଓ ଜୋଆକିମ ମାହେଲେ ଯଥାକ୍ରମେ ୭୯ ଓ ୮୨ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୪-୧ରେ ବିଜୟୀ କରାଇଥିଲେ। ଦଳର ବୃହତ୍‌ ବିଜୟରେ ଡେନ୍‌ମାର୍କ କୋଚ୍‌ କାସ୍ପର ହଜୁଲମାଣ୍ଡ ଖୁସି ଜାହିର କରିଛନ୍ତି। ସେ ଖେଳାଳିମାନଙ୍କୁ ଏହି ବିଜୟ ଉତ୍ସର୍ଗ କରିଛନ୍ତି। ଡେନ୍‌ମାର୍କ, ରୁଷିଆ ଓ ଫିନ୍‌ଲାଣ୍ଡ ପ୍ରତ୍ୟେକ ୩ ଲେଖାଏ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଉନ୍ନତ ଗୋଲ ବ୍ୟବଧାନରେ ଡେନ୍‌ମାର୍କ ନକ୍‌ଆଉଟ୍‌ରେ ପ୍ରବେଶ କରିଛି। ଏବେ ଡେନ୍‌ମାର୍କ ଶନିବାର ଓ୍ବେଲ୍ସକୁ ଭେଟିବ। ଏହି ମ୍ୟାଚ୍‌କୁ ଡ୍ର ରଖିପାରିଥିଲେ ରୁଷିଆ ନକ୍‌ଆଉଟରେ ପ୍ରବେଶ କରିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri