ସର୍ବସାଧାରଣଙ୍କୁ ବତିଘର ପ୍ରବେଶ ମନା, ପର୍ଯ୍ୟଟକ ନିରାଶ

ଗୋପାଳପୁର,୨୫।୪: (ଡି.ଏନ.ଏ.) ଗୋପାଳପୁର ବେଳାଭୂମି ନିକଟରେ ଥିବା ବତୀଘରକୁ ସର୍ବସାଧାରଣ ପାଇଁ ପ୍ରବେଶ ଉପରେ ରୋକ ଲାଗିଛି। ବେଳାଭୂମି ଭ୍ରମଣରେ ଆସୁଥିବା ଦେଶ ତଥା ବିଦେଶୀ ପର୍ଯ୍ୟଟକମାନେ ବତିଘର ଦେଖିବାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ର ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବତିଘର ପରିଚାଳିତ ହେଉଛି। ଜିଲାପ୍ରଶାସନ ଗୋପାଳପୁରକୁ ଏକ ପର୍ଯ୍ୟଟନ ସ୍ଥଳୀ ରୁପେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ହାତକୁ ନେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବତିଘରକୁ ନୁଆ ରୁପରେଖା କରିବା ପାଇଁ ସୂଚନା ମଧ୍ୟ ମିଳିଥିଲା। ୧୯୬୬ରେ ୩ ଏକର ପରିମିତ ଜମିରେ ବତିଘର ପ୍ରତିଷ୍ଠା ହୋଇଥିଲା। ଏହାର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୪୫ ମିଟର ଉଚ୍ଚ ରହିଛି। ଏହାଦ୍ୱାରା ଜାହାଜର ନାବିକକୁ ବତିଘର ଆଲୋକଦ୍ୱାରା ସ୍ଥାନ ଓ ଦିଗ ନିରୁପଣ ଦେଖାଇଥାଏ। ପୂର୍ବରୁ ବତୀଘର ପ୍ରବେଶ ନିମନ୍ତେ ଛୋଟ ଶିଶୁଙ୍କ ନିମେନ୍ତ ୩ ଟଙ୍କା ଓ ବୟସ୍କଙ୍କ ନିମନ୍ତେ ଟିକଟ ୧୦ଟଙ୍କା ରହିଥିଲା। ପର୍ଯ୍ୟଟକ ମାନେ ବତିଘର ଉପରେ ରହି ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ବତିଘର ଉପରେ ରାଡ଼ାର ଓ ଅତ୍ୟାଧୁନିକ ଯନ୍ତ୍ରପାତୀ ଲଗାଇବା ଦ୍ୱାରା ୨୦୧୩ ମସିହାଠାରୁ କେନ୍ଦ୍ରସରକାରଙ୍କ ପକ୍ଷରୁ ବତିଘର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି କଟକଣା ବର୍ତ୍ତମାନ ଯାଏ ବଳବତ୍ତର ରହିଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ପରବର୍ତ୍ତୀ ସମୟରେ ବତୀଘର ଆଖାପାଖରେ ଉଦ୍ୟାନ କରାଯିବା ସହ ଏଥିରେ ଲିଫ୍ଟ ଲଗାଯାଇ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଉପରେ ରାଡ଼ାର ଓ ଅତ୍ୟାଧିକ ଯନ୍ତ୍ରପାତି ଥିବାଯୋଗୁ ଜାଗା ଓ କୌଣସି ଦୁର୍ଘଟଣା ଘଟିବାର ଆଶାଙ୍କା ରହିଥିବା ନେଇ ପ୍ରବେଶକୁ ବାରଣ କରାଯାଇଥିବା ନେଇ ଜୈନିକ ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ଏକ ଟାୱାର ନିର୍ମାଣ ଯୋଜନା କରିଥିବା ବେଳେ ଉପର ରାଡ଼ାରକୁ ସ୍ଥାନାନ୍ତର କରାଯାଇ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ମତ୍ସ୍ୟଜୀବୀଙ୍କୁ ବତୀଘର ସହାୟକ ହେଉଛି। ତୁରନ୍ତ ବତୀଘରକୁ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ଖୋଲାଯିବାକୁ
ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri