ସର୍ବସାଧାରଣଙ୍କୁ ବତିଘର ପ୍ରବେଶ ମନା, ପର୍ଯ୍ୟଟକ ନିରାଶ

ଗୋପାଳପୁର,୨୫।୪: (ଡି.ଏନ.ଏ.) ଗୋପାଳପୁର ବେଳାଭୂମି ନିକଟରେ ଥିବା ବତୀଘରକୁ ସର୍ବସାଧାରଣ ପାଇଁ ପ୍ରବେଶ ଉପରେ ରୋକ ଲାଗିଛି। ବେଳାଭୂମି ଭ୍ରମଣରେ ଆସୁଥିବା ଦେଶ ତଥା ବିଦେଶୀ ପର୍ଯ୍ୟଟକମାନେ ବତିଘର ଦେଖିବାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ର ବନ୍ଦର ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବତିଘର ପରିଚାଳିତ ହେଉଛି। ଜିଲାପ୍ରଶାସନ ଗୋପାଳପୁରକୁ ଏକ ପର୍ଯ୍ୟଟନ ସ୍ଥଳୀ ରୁପେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ହାତକୁ ନେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବତିଘରକୁ ନୁଆ ରୁପରେଖା କରିବା ପାଇଁ ସୂଚନା ମଧ୍ୟ ମିଳିଥିଲା। ୧୯୬୬ରେ ୩ ଏକର ପରିମିତ ଜମିରେ ବତିଘର ପ୍ରତିଷ୍ଠା ହୋଇଥିଲା। ଏହାର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୪୫ ମିଟର ଉଚ୍ଚ ରହିଛି। ଏହାଦ୍ୱାରା ଜାହାଜର ନାବିକକୁ ବତିଘର ଆଲୋକଦ୍ୱାରା ସ୍ଥାନ ଓ ଦିଗ ନିରୁପଣ ଦେଖାଇଥାଏ। ପୂର୍ବରୁ ବତୀଘର ପ୍ରବେଶ ନିମନ୍ତେ ଛୋଟ ଶିଶୁଙ୍କ ନିମେନ୍ତ ୩ ଟଙ୍କା ଓ ବୟସ୍କଙ୍କ ନିମନ୍ତେ ଟିକଟ ୧୦ଟଙ୍କା ରହିଥିଲା। ପର୍ଯ୍ୟଟକ ମାନେ ବତିଘର ଉପରେ ରହି ସମୁଦ୍ର ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ବତିଘର ଉପରେ ରାଡ଼ାର ଓ ଅତ୍ୟାଧୁନିକ ଯନ୍ତ୍ରପାତୀ ଲଗାଇବା ଦ୍ୱାରା ୨୦୧୩ ମସିହାଠାରୁ କେନ୍ଦ୍ରସରକାରଙ୍କ ପକ୍ଷରୁ ବତିଘର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି କଟକଣା ବର୍ତ୍ତମାନ ଯାଏ ବଳବତ୍ତର ରହିଥିବାରୁ ପର୍ଯ୍ୟଟକମାନେ ନିରାଶ ହେଉଛନ୍ତି। ପରବର୍ତ୍ତୀ ସମୟରେ ବତୀଘର ଆଖାପାଖରେ ଉଦ୍ୟାନ କରାଯିବା ସହ ଏଥିରେ ଲିଫ୍ଟ ଲଗାଯାଇ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଉପରେ ରାଡ଼ାର ଓ ଅତ୍ୟାଧିକ ଯନ୍ତ୍ରପାତି ଥିବାଯୋଗୁ ଜାଗା ଓ କୌଣସି ଦୁର୍ଘଟଣା ଘଟିବାର ଆଶାଙ୍କା ରହିଥିବା ନେଇ ପ୍ରବେଶକୁ ବାରଣ କରାଯାଇଥିବା ନେଇ ଜୈନିକ ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ଏକ ଟାୱାର ନିର୍ମାଣ ଯୋଜନା କରିଥିବା ବେଳେ ଉପର ରାଡ଼ାରକୁ ସ୍ଥାନାନ୍ତର କରାଯାଇ ପର୍ଯ୍ୟଟକଙ୍କୁ ଛଡ଼ାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ମତ୍ସ୍ୟଜୀବୀଙ୍କୁ ବତୀଘର ସହାୟକ ହେଉଛି। ତୁରନ୍ତ ବତୀଘରକୁ ପର୍ଯ୍ୟଟକଙ୍କ ପ୍ରବେଶ ନିମନ୍ତେ ଖୋଲାଯିବାକୁ
ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

ଥୁଆମୂଳ ରାମପୁରରେ ତୈଳ ସଙ୍କଟ:  ପମ୍ପ ବନ୍ଦ, ‘ଲୋକ ଦେଖି’ ତେଲ ବଣ୍ଟନ ଅଭିଯୋଗ; ବାସ୍ତବତାକୁ ଏଡ଼ାଇ ସବୁ ସ୍ୱାଭାବିକ ଥିବା….

ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

ରେଳ ବିଭାଗ କଲା ବଡ଼ ଘୋଷଣା: ଖୁସିରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳିଲେ ବିଜେଡିର କର୍ମକର୍ତ୍ତା, ଜନସାଧାରଣ

ବଲାଙ୍ଗୀର, ୨୨।୫ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନଠାରେ ବିଜେଡିର ଶତାଧିକ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜନସାଧାରଣ ଶୁକ୍ରବାର ବିଜୟ ଉତ୍ସବ ପାଳନ…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri