ଫସଲ ଉଜାଡ଼ିଦେଲା କାଳବୈଶାଖୀ

ବରଗଡ଼ ଅଫିସ୍‌,୨୫।୪: କାଳବୈଶାଖୀ ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଶନିବାର ସନ୍ଧ୍ୟାରେ କୁଆପଥର ସହ ବର୍ଷାହେବା ଯୋଗୁ ରବିଧାନ ଫସଲ ଉଜୁଡ଼ିଯାଇଛି। ଅମଳକ୍ଷମ ଅବସ୍ଥାରେ ଥିବା ଧାନ ନଷ୍ଟ ହୋଇଯାଇଛି। ପରିବା ଫସଲ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ପୋଟଳ, ବାଇଗଣ, ଟମାଟୋ ଆଦି ବିଶେଷ ପ୍ରଭାବିତ ହୋଇଛି। ଜିଲାର ଅତାବିରା, ବରଗଡ଼, ବରପାଲି, ବିଜେପୁର ବ୍ଲକ ଏଥିରେ ଅଧିକ ପ୍ରଭାବିତ ହୋଇଛି। ଅନ୍ୟପକ୍ଷେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ୨ସପ୍ତାହ ବାକି ଥିବାବେଳେ ଫସଲ କ୍ଷତି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି ଜୋର୍‌ ଧରିଛି।
ସୋମବାର ବରଗଡ଼ ବ୍ଲକ ବନ୍ଦା, ନୁନିଆଁପାଲି ପଞ୍ଚାୟତ ଓ ବିଜେପୁର ବ୍ଲକ ତାଲପଦର ଅଞ୍ଚଳର ଶତାଧିକ ଚାଷୀ ନମୁନା ସ୍ବରୂପ କ୍ଷତିଗ୍ରସ୍ତ ଧାନଗଛ ଧରି ଜିଲାପାଳ ଏବଂ ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉଭୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ନିରୂପମା ବୁଡ଼େକ ସ୍ମାରକପତ୍ର ଗ୍ରହଣ କରିଥିଲେ। ସେହିପରି ମୁଖ୍ୟ ଜିଲା କୃଷି ଅଧିକାରୀ ଅଶୋକ କୁମାର ଅମାତଙ୍କୁ ପୃଥକ୍‌ଭାବେ ସ୍ମାରକପତ୍ର ପ୍ରଦାନ କରିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରା ନ ଗଲେ ସେମାନେ ଜିଲାପାଳ ଅଫିସ ଘେରାଉ ସହିତ ରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ମୁଖ୍ୟ ଜିଲା କୃଷି ଅଧିକାରୀ ଅମାତ୍‌ କହିଛନ୍ତି, ଜିଲାର ସବୁ ବ୍ଲକରେ କ୍ଷୟକ୍ଷତି ଆକଳନ ଚାଲିଛି। ବର୍ତ୍ତମାନ ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ କରାଯାଉଛି। ଏହାପରେ କୃଷି, ରାଜସ୍ବ, ବୀମା କମ୍ପାନୀକୁ ନେଇ ଯୁଗ୍ମ ଯାଞ୍ଚ(ଜଏଣ୍ଟ ଭେରିଫିକେଶନ) ହେବ ଏବଂ ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ରିପୋର୍ଟକୁ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପଠାଇ ଦିଆଯିବ। ଏହାପରେ ରାଜ୍ୟ ସରକାର ଯାହା କିଛି ପଦକ୍ଷେପ ନେବେ ବୋଲି ଅମାତ କହିଛନ୍ତି।
ଏଥର ଅନୁକୂଳ ପାଗ ଯୋଗୁ ଧାନ ଏବଂ ପରିବା ଫସଲ ଭଲ ହୋଇଥିଲା। ଫସଲ ଅମଳ ସମୟ ପାଖେଇ ଆସିଲା ବେଳକୁ ଧାନ ଫସଲରେ ରୋଗପୋକ ଉପଦ୍ରବ ଦେଖାଦେଲା। ଧାନଗଛର ଅଗ୍ରଭାଗ ଏବଂ କେଣ୍ଡାଗୁଡ଼ିକ ଶୁଖିଗଲା। କୃଷି ଅଧିକାରୀମାନେ ଏହି ରୋଗକୁ ନେକ୍‌ବ୍ଲାଷ୍ଟ ବୋଲି କହିଲେ। କୀଟନାଶକ ପ୍ରୟୋଗ ସତ୍ତ୍ବେ ସୁଫଳ ମିଳିଲାନାହିଁ। ସେହି ରୋଗରୁ ବର୍ତ୍ତିିଯାଇଥିବା ଫସଲକୁ ଅମଳକରି ପରିବାର ଗୁଜୁରାଣ ମେଣ୍ଟାଇବ ବୋଲି ଚାଷୀ ଆଶା ବାନ୍ଧିଥିଲା। ମାତ୍ର ଗତ ୨୨ତାରିଖ ସନ୍ଧ୍ୟାରେ କୁଆପଥର ସହ ବର୍ଷାହେବା ଯୋଗୁ ତାହା ମଧ୍ୟ ନଷ୍ଟ ହୋଇଯାଇଛି ବୋଲି ଚାଷୀମାନେ କହିଛନ୍ତି। ବରଗଡ଼ ବ୍ଲକ କୁର୍ଲା ଗ୍ରାମର ଚାଷୀ ସୋମନାଥ ପ୍ରଧାନ କହିଛନ୍ତି, କୃଷିଋଣ କରି ସେ ଚାଷ କରିଥିଲେ। କରାମାଡ଼ ଯୋଗୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଋଣ ପରିଶୋଧ ତ ଦୂରର କଥା ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇ ପଡ଼ିବ। ଏଣୁ ସରକାର ତୁରନ୍ତ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସେହି ଗଁାର ଆଉ ଜଣେ ଚାଷୀ ଲକ୍ଷ୍ମଣ ପ୍ରଧାନ କହିଛନ୍ତି, ସେ ଚଳିତ ବର୍ଷ ୨୦ଏକର ଜମିରେ ଧାନଚାଷ କରିଥିଲେ। ୬୦ ପ୍ରତିଶତରୁ ଅଧିକ ଫସଲ କରାମାଡ଼ ଯୋଗୁ ନଷ୍ଟ ହୋଇଛି। ବନ୍ଦା ଗ୍ରାମର ଚାଷୀ ଶାନ୍ତନୁ ପ୍ରଧାନ କହିଛନ୍ତି, କୁଆପଥର ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହୋଇଯିବା ତାଙ୍କୁ ସର୍ବସ୍ବାନ୍ତ କରି ପକାଇଛି। ସରକାର କ୍ଷତିପୂରଣ ପ୍ରଦାନ ନ କଲେ ଚାଷୀମାନେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

‘ପ୍ରଥମେ ନିଜ ନେମ୍‌ ଟ୍ୟାଗ ଲଗାନ୍ତୁ…’ ସାମ୍ବାଦିକମାନଙ୍କ ପାଇଁ ଦିଲ୍ଲୀ ପୋଲିସର ପରାମର୍ଶ ଉପରେ ଦୀପକେଙ୍କ ବ୍ୟଙ୍ଗ

ନୂଆଦିଲ୍ଲୀ,୬।୧୦: ଏକ ସୋସିଆଲ ମିଡିଆ ପୋଷ୍ଟରେ, ଦିଲ୍ଲୀ ପୋଲିସ କହିଛି ଯେ କାହାଣୀ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହାକୁ କିପରି ଗ୍ରହଣ କରାଯାଏ ତାହା ମଧ୍ୟ ସମାନ…

ଯାତ୍ରୀଙ୍କୁ ବଡ଼ ଝଟକା; ଆଜି ରାତିରୁ ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୬ା୧୦: ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟରେ କ୍ରମାଗତ ବୃଦ୍ଧି ହେତୁ ଇଣ୍ଡିଗୋ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ ବିମାନ ଯାତ୍ରା ଉପରେ ଇନ୍ଧନ ଶୁଳ୍କ (ଫ୍ୟୁଏଲ ଚାର୍ଜ) ବଢ଼ାଇବାକୁ…

‘ମିଡିଆ ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କ ଚୟନ ହୋଇଥିଲା…’ କୋଚ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କଲେ ଅଭିଜ୍ଞ ଖେଳାଳି

ନୂଆଦିଲ୍ଲୀ,୬।୧୦: ପୂର୍ବତନ କ୍ରିକେଟର ସୁବ୍ରମଣ୍ୟମ ବଦ୍ରିନାଥ ଦାବି କରିଛନ୍ତି ଯେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଗଣମାଧ୍ୟମର ଚାପ ଯୋଗୁ ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?