Posted inଜାତୀୟ

ଉଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ମନା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତିକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପଡ଼ିଆରେ ଗଣେଶ ପୂଜା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେଠାରେ ଯଥାସ୍ଥିତି ବଜାୟ ରଖାଯିବ।

ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ, ହାଇକୋର୍ଟ ଉଦଗାହ ପଡ଼ିଆରେ ଗଣେଶ ମହୋତ୍ସବ ପାଇଁ ଅନୁମତି ଦେଇଥିଲେ। ଯାହାକୁ ସର୍ବୋଚ୍ଚ ଅଦାଲତରେ ମୁସଲମାନଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା।

ଏହାର ବିଚାର କରି ବିଚାରପତି ଇନ୍ଦିରା ବାନାର୍ଜୀ, ଏ.ଏସ୍‌. ଓକା ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଇଦଗାହ ପଡ଼ିଆରେ ଗତ ୨୦୦ ବର୍ଷ ଧରି ଏଭଳି ହୋଇନାହିଁ। ସେଠାରେ ଯଥାସ୍ଥିତି ବଜାୟ ରଖାଯାଉ। ଗଣେଶ ପୂଜା ଅନ୍ୟ ସ୍ଥାନରେ କରାଯିବାକୁ ଶୀର୍ଷ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶଗଡ଼ ଦୌଡ଼କୁ ଅନୁମତି…

ନୂଆଦିଲ୍ଲୀ, ୧୬।୧୨: ସୁପ୍ରିମ୍‌କୋର୍ଟ ଗୁରୁବାର ମହାରାଷ୍ଟ୍ରରେ ଶଗଡ଼ ଦୌଡ଼କୁ ଅନୁମତି ଦେଇଛନ୍ତି। ଏହାକୁ ପ୍ରାଣୀ କ୍ରୁରତା ନିବାରଣ ଅଧିନିୟମ ଅନ୍ତର୍ଗତ ବନ୍ଦ କରାଯାଇଥିଲା। ବିଚରାରପତି ଏ.ଏମ୍‌.ଖାନଓ୍ବିଲକର...

ଘୁଞ୍ଚୁଛି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୨୩ା୧୧: ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ବଢ଼ାଇଛି।...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୩।୧୨: ପାକିସ୍ତାନ ବାରମ୍ବାର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ମଙ୍ଗଳବାର ପୁଣି ଥରେ ଜମ୍ମୁ-କଶ୍ମୀରର ପୁଞ୍ଛ ସେକ୍ଟରର କିର୍‌ନିରେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ବର୍ଷଣ...

ବଦଳିଲା ସରକାରଙ୍କ ନିଷ୍ପତ୍ତି: ପୂର୍ବପରି କାମ କରିବେ ୨୫ ହଜାର ହୋମଗାର୍ଡ

ଲକ୍ଷ୍ନୌ,୨୪।୧୦: ଉତ୍ତର ପ୍ରଦେଶ ସରକାର ୨୫ ହଜାର ହୋମଗାର୍ଡଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି...

ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ...

କଏଦୀଙ୍କ ଢେଲା ମାଡ଼ରେ ଜେଲରଙ୍କ ସମେତ ୩୦ ପୋଲିସ ଆହତ…

ଫତେଗଡ଼,୭।୧୧: ଉତ୍ତରପ୍ରଦେଶର ଫତେହଗଡ ଜିଲା ଜେଲରେ କଏଦୀମାନଙ୍କ ଢେଲା ମାଡ଼ରେ ଜେଳରଙ୍କ ସମେତ ୩-ୟ୦ ପୋଲିସ ଆହତ ହୋଇଛନ୍ତି। କଏଦୀ ଆକ୍ରମଣ, ଫାୟାରିଂ ଏବଂ ଅଗ୍ନିକାଣ୍ଡ...

ସହପାଠୀଙ୍କ ପାଦତଳେ ପଡ଼ି ଭୋଟ ଭିକ୍ଷା କଲେ ଛାତ୍ରନେତା

ଜୟପୁର,୨୭ା୮: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଛାତ୍ର ସଂଗଠନର ନେତାମାନେ ସହପାଠୀଙ୍କ ପାଦତଳେ ପଡ଼ି ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା...

Advertisement
Archives

Model This Week