ରାଜଧାନୀରେ ଥମୁନି ଡେଙ୍ଗୁ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଜ୍ୱର ହେବାମାତ୍ରେ ଭୟ ଘାରୁଛି। କେଉଁ ଜ୍ୱର ଡେଙ୍ଗୁର ଲକ୍ଷଣ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ସାଧାରଣ ଲୋକେ। ଡେଙ୍ଗୁ ଦମନରେ ପ୍ରଥମରୁ ଅବହେଳା ଯୋଗୁ ସହରରେ ସ୍ଥିତି ବିଗିଡିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଖାମଖିଆଲ ନୀତି ଓ ସଚେତନତା ଅଭାବକୁ ଦାୟୀ କରାଯାଉଥିବାବେଳେ ବିଳମ୍ବ ପଦକ୍ଷେପ ସଂକ୍ରମଣକୁ ରୋକିପାରୁନି। ଫଳରେ ସହରରୁ ଦିନକୁ ୩୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେଉଛନ୍ତି। ଗୁରୁବାର ପୁଣି ସହରରୁ ୨୯ଜଣ ଡେଙ୍ଗୁରୋଗୀ ବାହାରିଛନ୍ତି। ଫଳରେ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗୀ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି। ତେବେ ବେସରକାରୀ ତଥ୍ୟ ଏହାଠାରୁ ଢେର୍‌ ଅଧିକ ରହୁଛି। କାରଣ ବହୁ ଡେଙ୍ଗୁ ରୋଗୀ ଘରୋଇ ହସ୍ପିଟାଲରେ ଟେଷ୍ଟିଂ ସହ ଚିକିତ୍ସିତ ହେଉଥିଲେ ମଧ୍ୟ ଏହାର ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଏପରିକି ଅନେକେ ଜ୍ୱରରେ ଆକ୍ରାନ୍ତ ହେବା ପରେ କରୋନା ଭୟରେ ମେଡିସିନ ଷ୍ଟୋର୍‌ରୁ ଔଷଧ ଆଣି ଘରେ ଖାଉଥିବା ଜଣାପଡିଛି।
ଗତ ଜାନୁୟାରୀରୁ ଜୁନ୍‌ ୨୯ ପର୍ଯ୍ୟନ୍ତ ସହରରୁ ମାତ୍ର ୧୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଜୁନ୍‌ ୩୦ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ମାତ୍ର ୧୬ ଦିନରେ ୧୦୩ଜଣ ଆକ୍ରାନ୍ତ ହୋଇଥିଲେ। ସେହିପରି ଗତ ୨୧ ତାରିଖରେ ୧୨୨ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩୫ରେ ପହଞ୍ଚତ୍ଥିଲା। କେବଳ ସେତିକି ନୁହେଁ, କରୋନା ଭଳି ଡେଙ୍ଗୁ ସଂକ୍ରମଣରେ ମଧ୍ୟ ଖୋର୍ଦ୍ଧା ଜିଲା ଓ ଭୁବନେଶ୍ୱର ଏବେ ରାଜ୍ୟରେ ଶୀର୍ଷରେ ରହିଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରୁ ୩୦୧ଜଣ ଡେଙ୍ଗୁ ରୋଗୀ ବାହାରିଥିବାବେଳେ ସେଥିରୁ କେବଳ ଭୁବନେଶ୍ୱରରୁ ୧୯୨ଜଣ ରହିଥିଲେ। ସେହିପରି ୨୭ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୫୪୭ ଡେଙ୍ଗୁରୋଗୀ ଥିବାବେଳେ ଏଥିରୁ ୪୨୧ଜଣ ଭୁବନେଶ୍ୱରର ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି।
ଅପରପକ୍ଷେ ଡେଙ୍ଗୁ ବଢି ଚାଲିଥିବାରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ହସ୍ପିଟାଲରେ ଏବେ ୪୬ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବା ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେହିପରି ଗୁରୁବାର ୧୦୪ଟି ନମୁନା ପରୀକ୍ଷା ହୋଇଥିବାବେଳେ ୧୪ଜଣ ନୂଆ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ୬ଟି ବେଡ୍‌ ରହିଥାଏ। ମାତ୍ର ଚଳିତବର୍ଷ ସଂକ୍ରମଣ ବଢୁଥିବାରୁ ବେଡ୍‌ ସଂଖ୍ୟା ୪୬ରେ ପହଞ୍ଚତ୍ଛି। ଏତଦ୍‌ବ୍ୟତୀତ ଖାଲି ବେଡ୍‌କୁ ମଧ୍ୟ ଡେଙ୍ଗୁରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଉଛି। ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇ ନ ଥିଲେ ମଧ୍ୟ ଧୀରେ ଧୀରେ ବିଗୁଡୁଛି। ତେଣୁ ହସ୍ପିଟାଲ ଉପରେ ମଧ୍ୟ ଅଧିକ ଭାର ପଡୁଛି। ଲୋକମାନେ ସଚେତନ ହୋଇ ରହିଲେ ଏହାକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ଡା. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?