ରାଜଧାନୀରେ ଥମୁନି ଡେଙ୍ଗୁ

ଭୁବନେଶ୍ୱର,୩୦।୭(ବ୍ୟୁରୋ): କରୋନା ପରେ ଏବେ ଡେଙ୍ଗୁ ସଂକ୍ରମଣରେ ଅତିଷ୍ଠ ହେଲେଣି ରାଜଧାନୀବାସୀ। ଜ୍ୱର ହେବାମାତ୍ରେ ଭୟ ଘାରୁଛି। କେଉଁ ଜ୍ୱର ଡେଙ୍ଗୁର ଲକ୍ଷଣ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ସାଧାରଣ ଲୋକେ। ଡେଙ୍ଗୁ ଦମନରେ ପ୍ରଥମରୁ ଅବହେଳା ଯୋଗୁ ସହରରେ ସ୍ଥିତି ବିଗିଡିବାରେ ଲାଗିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଖାମଖିଆଲ ନୀତି ଓ ସଚେତନତା ଅଭାବକୁ ଦାୟୀ କରାଯାଉଥିବାବେଳେ ବିଳମ୍ବ ପଦକ୍ଷେପ ସଂକ୍ରମଣକୁ ରୋକିପାରୁନି। ଫଳରେ ସହରରୁ ଦିନକୁ ୩୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେଉଛନ୍ତି। ଗୁରୁବାର ପୁଣି ସହରରୁ ୨୯ଜଣ ଡେଙ୍ଗୁରୋଗୀ ବାହାରିଛନ୍ତି। ଫଳରେ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗୀ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି। ତେବେ ବେସରକାରୀ ତଥ୍ୟ ଏହାଠାରୁ ଢେର୍‌ ଅଧିକ ରହୁଛି। କାରଣ ବହୁ ଡେଙ୍ଗୁ ରୋଗୀ ଘରୋଇ ହସ୍ପିଟାଲରେ ଟେଷ୍ଟିଂ ସହ ଚିକିତ୍ସିତ ହେଉଥିଲେ ମଧ୍ୟ ଏହାର ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଏପରିକି ଅନେକେ ଜ୍ୱରରେ ଆକ୍ରାନ୍ତ ହେବା ପରେ କରୋନା ଭୟରେ ମେଡିସିନ ଷ୍ଟୋର୍‌ରୁ ଔଷଧ ଆଣି ଘରେ ଖାଉଥିବା ଜଣାପଡିଛି।
ଗତ ଜାନୁୟାରୀରୁ ଜୁନ୍‌ ୨୯ ପର୍ଯ୍ୟନ୍ତ ସହରରୁ ମାତ୍ର ୧୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଜୁନ୍‌ ୩୦ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ମାତ୍ର ୧୬ ଦିନରେ ୧୦୩ଜଣ ଆକ୍ରାନ୍ତ ହୋଇଥିଲେ। ସେହିପରି ଗତ ୨୧ ତାରିଖରେ ୧୨୨ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩୫ରେ ପହଞ୍ଚତ୍ଥିଲା। କେବଳ ସେତିକି ନୁହେଁ, କରୋନା ଭଳି ଡେଙ୍ଗୁ ସଂକ୍ରମଣରେ ମଧ୍ୟ ଖୋର୍ଦ୍ଧା ଜିଲା ଓ ଭୁବନେଶ୍ୱର ଏବେ ରାଜ୍ୟରେ ଶୀର୍ଷରେ ରହିଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରୁ ୩୦୧ଜଣ ଡେଙ୍ଗୁ ରୋଗୀ ବାହାରିଥିବାବେଳେ ସେଥିରୁ କେବଳ ଭୁବନେଶ୍ୱରରୁ ୧୯୨ଜଣ ରହିଥିଲେ। ସେହିପରି ୨୭ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୫୪୭ ଡେଙ୍ଗୁରୋଗୀ ଥିବାବେଳେ ଏଥିରୁ ୪୨୧ଜଣ ଭୁବନେଶ୍ୱରର ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି।
ଅପରପକ୍ଷେ ଡେଙ୍ଗୁ ବଢି ଚାଲିଥିବାରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ହସ୍ପିଟାଲରେ ଏବେ ୪୬ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବା ହସ୍ପିଟାଲ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେହିପରି ଗୁରୁବାର ୧୦୪ଟି ନମୁନା ପରୀକ୍ଷା ହୋଇଥିବାବେଳେ ୧୪ଜଣ ନୂଆ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ୬ଟି ବେଡ୍‌ ରହିଥାଏ। ମାତ୍ର ଚଳିତବର୍ଷ ସଂକ୍ରମଣ ବଢୁଥିବାରୁ ବେଡ୍‌ ସଂଖ୍ୟା ୪୬ରେ ପହଞ୍ଚତ୍ଛି। ଏତଦ୍‌ବ୍ୟତୀତ ଖାଲି ବେଡ୍‌କୁ ମଧ୍ୟ ଡେଙ୍ଗୁରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଉଛି। ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇ ନ ଥିଲେ ମଧ୍ୟ ଧୀରେ ଧୀରେ ବିଗୁଡୁଛି। ତେଣୁ ହସ୍ପିଟାଲ ଉପରେ ମଧ୍ୟ ଅଧିକ ଭାର ପଡୁଛି। ଲୋକମାନେ ସଚେତନ ହୋଇ ରହିଲେ ଏହାକୁ ବହୁ ମାତ୍ରାରେ ରୋକାଯାଇ ପାରିବ ବୋଲି ଡା. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୧୦ ସୁଦ୍ଧା ୧୨,୦୦୦ ପ୍ରକଳ୍ପ ଲକ୍ଷ୍ୟ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ବର୍ଷା ଜଳ ଅମଳ ବ୍ୟବସ୍ଥା (ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌) ଲାଗି...

କେନ୍ଦ୍ର ଉପରେ ୩ ହଜାର କୋଟି ଜିଏସ୍‌ଟି ବାକି

ଭୁବନେଶ୍ୱର,୧୩।୭(ବ୍ୟୁରୋ):  କେନ୍ଦ୍ର ସରକାରଙ୍କ ଉପରେ ୨୭୩୯ କୋଟି ଟଙ୍କାର ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ବାକି ରହିଛି। ଚଳିତ ମୌସୁମୀ ଅଧିବେଶନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ...

ଜେଲ ଗଲେ ଦୁଇ ଏବିଭିପି ସଦସ୍ୟ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍ସ ଫୋରମ୍‌ ପକ୍ଷରୁ ସେମିନାର ଚାଲିଥିବାବେଳେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟମାନେ ଜେଏନ୍‌ୟୁ ପ୍ରଫେସର, କର୍ମକର୍ତ୍ତା...

ଘରକୁ ଘର ବୁଲି ହେଭିଓ୍ବେଟ୍‌ ମାଗୁଛନ୍ତି ଭୋଟ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନକୁ ନେଇ ପ୍ରଚାର ଜୋରଦାର ଚାଲିଛି। ସବୁ ଦଳର ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଦେଇଛନ୍ତି। ନିର୍ବାଚନ ତାରିଖ...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୨୦ା୯: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି।...

ପ୍ରସ୍ତାବିତ ୫୫ ନଂ. ଜାତୀୟ ରାଜପଥ ସମ୍ପର୍କିତ ସମୀକ୍ଷା ବୈଠକ: ଏପ୍ରିଲରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଜଗତ୍‌ସିଂହପୁର ଅଫିସ୍‌, ୮।୨: ୨୦୧୭ରେ ୫୫ ନଂ. ଜାତୀୟ ରାଜପଥ (ଏନ୍‌ଏଚ୍‌) ସମ୍ପ୍ରସାରଣ ପାଇଁ ଘୋଷଣା ହୋଇଥିଲା। ଏଥିରେ ଜଗତ୍‌ସିଂହପୁର ଜିଲାର ୭୮.୩୫ କିଲୋମିଟର ଅନ୍ତର୍ଭୁକ୍ତ...

ଆଉ ୨ ଦିନ ଅସମ୍ଭାଳ ଶୀତ: ୨୧ରୁ ପୁଣି ବର୍ଷା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା । ରାଜ୍ୟରେ ରାତି ତାପମାତ୍ରାରେ ଆଗାମୀ ୨ ଦିନ ଯାଏ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମାତ୍ର ପରବର୍ତ୍ତୀ...

ଆଶଙ୍କାରେ ଫାସ୍‌ଟାଗ୍‌

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଟୋଲ୍‌ ଗେଟ୍‌ରେ ଟ୍ରାଫିକ ଭିଡ଼ କମାଇବା ଓ ତେଲ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ୨୦୨୧ ଜାନୁୟାରୀ ପହିଲାରୁ ଯାନବାହନରେ ଫାସ୍‌ଟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି।...

Advertisement
Archives

Model This Week