ଅଢ଼େଇ ଲକ୍ଷରେ ଡେମୋନଷ୍ଟ୍ରେଟର

ଢେଙ୍କାନାଳ ଅଫିସ, ୧୩।୩

ଡେମୋନଷ୍ଟ୍ରେଟର ନିଯୁକ୍ତିରେ ଜାଲିଆତି। ଟିଚିଂ ଷ୍ଟାଫ୍‌ ଦର୍ଶାଇ ଦିଆଯାଇଥିଲା ଚାକିରି। ଏଥିଲାଗି ନିଆଯାଇଥିଲା ଅଢ଼େଇ ଲକ୍ଷ ଟଙ୍କା। ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟକିରି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ସେକେଣ୍ଡ୍‌ କ୍ଲର୍କ ଭାବେ କାର୍ଯ୍ୟରତ ଗଙ୍ଗାଧର ସାମଲ। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଡିଭିଜନରେ କେସ୍‌ ନଂ. ୬/୨୧ରେ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାପରେ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ପ୍ରିନ୍ସିପାଲ, ପୂର୍ବତନ ପ୍ରିନ୍ସିପାଲ, ପରିଚାଳନା କମିଟିର ଦୁଇ ପୂର୍ବତନ ସମ୍ପାଦକ, ପୂର୍ବତନ କୋଷାଧ୍ୟକ୍ଷ ଏବଂ ନିଯୁକ୍ତି ପାଇଥିବା ଡେମୋନଷ୍ଟ୍ରେଟର। ଶିକ୍ଷାନୁଷ୍ଠାନରେ ଟଙ୍କା ନେଇ ଚାକିରି ପ୍ରଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
୧୯୮୯ରେ ପ୍ରତିଷ୍ଠା ହୋଇଥିଲା ବେଲଟିକିରି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ୨୦୦୮ରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଶିକ୍ଷାନୁଷ୍ଠାନ ବ୍ଲକଗ୍ରାଣ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ସେତେବେଳେ ଏଥିଲାଗି ସରକାର ସର୍ତ୍ତ ରଖିଥିଲେ। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡେମୋନଷ୍ଟ୍ରେଟର ପଦବୀ ରହିଥିବ, ସେହି ପଦବୀକୁ ବ୍ଲକଗ୍ରାଣ୍ଟ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଥିଲା। ଏହା ଜଣାପଡ଼ିବା ପରେ ଡେମୋନଷ୍ଟ୍ରେଟର ପଦବୀ ପୂରଣ ଲାଗି ଆରମ୍ଭ ହୋଇଥିଲା ଚଞ୍ଚକତା। ତତ୍କାଳୀନ କଲେଜ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟିରେ ଥିବା କେତେଜଣ ସଦସ୍ୟ ଜାଲିଆତି କରି ଜଣେ ମହିଳାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିଲେ। ସମ୍ପୃକ୍ତ ମହିଳା ୧୯୯୪ରୁ ଟିଚିଂ ଷ୍ଟାଫ୍‌ ଥିବା ଦର୍ଶାଇ ବେଆଇନ ଭାବେ ୨୦୦୯ରେ ତାଙ୍କୁ ଡେମୋନଷ୍ଟ୍ରେଟର ଭାବେ ନିଯୁକ୍ତି ଦିଆଯାଇଥିଲା। ଏପରି କି ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟ ଏଥିଲାଗି କଲେଜର ଜଣେ କର୍ମଚାରୀଙ୍କୁ ୨୦୦୯ ମାର୍ଚ୍ଚରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜାଣିବା ପରେ କିରାଣି ଗଙ୍ଗାଧର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ ନ ହେବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ୨୦୧୫ ମେ ୩୦ରେ ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ୨୦୧୫ରେ ତତ୍କାଳୀନ ସଦର ଥାନା ପୋଲିସ ଅଧିକାରୀ କେସ୍‌ରେ ମେରିଟ୍‌ ନାହିଁ ବୋଲି କହି ଫାଇନାଲ ରିପୋର୍ଟ କରିଦେଇଥିଲେ। ଏହାପରେ ଅଭିଯୋଗକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ପକ୍ଷରୁ ତତ୍କାଳୀନ ଢେଙ୍କାନାଳ ଶାଖା ଡିଏସ୍‌ପିଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା ଏବଂ ଏହି ଘଟଣା ତଦନ୍ତ ପରିସରଭୁକ୍ତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନ ତଳେ କଟକ ଭିଜିଲାନ୍ସ ଡିଭିଜନରେ ସମ୍ପୃକ୍ତ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଅଭିରାମ କର କୁହନ୍ତି, ବେଆଇନ ଭାବେ ଡେମୋନଷ୍ଟ୍ରେଟର ନିଯୁକ୍ତିକୁ ନେଇ ଅଭିଯୋଗ ଆସିବା ପରେ ୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଖୁବଶୀଘ୍ର ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri