ଅଢ଼େଇ ଲକ୍ଷରେ ଡେମୋନଷ୍ଟ୍ରେଟର

ଢେଙ୍କାନାଳ ଅଫିସ, ୧୩।୩

ଡେମୋନଷ୍ଟ୍ରେଟର ନିଯୁକ୍ତିରେ ଜାଲିଆତି। ଟିଚିଂ ଷ୍ଟାଫ୍‌ ଦର୍ଶାଇ ଦିଆଯାଇଥିଲା ଚାକିରି। ଏଥିଲାଗି ନିଆଯାଇଥିଲା ଅଢ଼େଇ ଲକ୍ଷ ଟଙ୍କା। ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟକିରି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବର୍ତ୍ତମାନର ସେକେଣ୍ଡ୍‌ କ୍ଲର୍କ ଭାବେ କାର୍ଯ୍ୟରତ ଗଙ୍ଗାଧର ସାମଲ। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଡିଭିଜନରେ କେସ୍‌ ନଂ. ୬/୨୧ରେ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାପରେ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ପ୍ରିନ୍ସିପାଲ, ପୂର୍ବତନ ପ୍ରିନ୍ସିପାଲ, ପରିଚାଳନା କମିଟିର ଦୁଇ ପୂର୍ବତନ ସମ୍ପାଦକ, ପୂର୍ବତନ କୋଷାଧ୍ୟକ୍ଷ ଏବଂ ନିଯୁକ୍ତି ପାଇଥିବା ଡେମୋନଷ୍ଟ୍ରେଟର। ଶିକ୍ଷାନୁଷ୍ଠାନରେ ଟଙ୍କା ନେଇ ଚାକିରି ପ୍ରଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
୧୯୮୯ରେ ପ୍ରତିଷ୍ଠା ହୋଇଥିଲା ବେଲଟିକିରି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ୨୦୦୮ରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଶିକ୍ଷାନୁଷ୍ଠାନ ବ୍ଲକଗ୍ରାଣ୍ଟ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ସେତେବେଳେ ଏଥିଲାଗି ସରକାର ସର୍ତ୍ତ ରଖିଥିଲେ। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡେମୋନଷ୍ଟ୍ରେଟର ପଦବୀ ରହିଥିବ, ସେହି ପଦବୀକୁ ବ୍ଲକଗ୍ରାଣ୍ଟ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଥିଲା। ଏହା ଜଣାପଡ଼ିବା ପରେ ଡେମୋନଷ୍ଟ୍ରେଟର ପଦବୀ ପୂରଣ ଲାଗି ଆରମ୍ଭ ହୋଇଥିଲା ଚଞ୍ଚକତା। ତତ୍କାଳୀନ କଲେଜ କର୍ତ୍ତୃପକ୍ଷ ଏବଂ ପରିଚାଳନା କମିଟିରେ ଥିବା କେତେଜଣ ସଦସ୍ୟ ଜାଲିଆତି କରି ଜଣେ ମହିଳାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିଲେ। ସମ୍ପୃକ୍ତ ମହିଳା ୧୯୯୪ରୁ ଟିଚିଂ ଷ୍ଟାଫ୍‌ ଥିବା ଦର୍ଶାଇ ବେଆଇନ ଭାବେ ୨୦୦୯ରେ ତାଙ୍କୁ ଡେମୋନଷ୍ଟ୍ରେଟର ଭାବେ ନିଯୁକ୍ତି ଦିଆଯାଇଥିଲା। ଏପରି କି ସମ୍ପୃକ୍ତ ମହିଳାଙ୍କ ସମ୍ପର୍କୀୟ ଏଥିଲାଗି କଲେଜର ଜଣେ କର୍ମଚାରୀଙ୍କୁ ୨୦୦୯ ମାର୍ଚ୍ଚରେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜାଣିବା ପରେ କିରାଣି ଗଙ୍ଗାଧର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ତଦନ୍ତ ନ ହେବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ୨୦୧୫ ମେ ୩୦ରେ ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ୨୦୧୫ରେ ତତ୍କାଳୀନ ସଦର ଥାନା ପୋଲିସ ଅଧିକାରୀ କେସ୍‌ରେ ମେରିଟ୍‌ ନାହିଁ ବୋଲି କହି ଫାଇନାଲ ରିପୋର୍ଟ କରିଦେଇଥିଲେ। ଏହାପରେ ଅଭିଯୋଗକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ପକ୍ଷରୁ ତତ୍କାଳୀନ ଢେଙ୍କାନାଳ ଶାଖା ଡିଏସ୍‌ପିଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା ଏବଂ ଏହି ଘଟଣା ତଦନ୍ତ ପରିସରଭୁକ୍ତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ଏହାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନ ତଳେ କଟକ ଭିଜିଲାନ୍ସ ଡିଭିଜନରେ ସମ୍ପୃକ୍ତ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ଡିଭିଜନ ଏସ୍‌ପି ଅଭିରାମ କର କୁହନ୍ତି, ବେଆଇନ ଭାବେ ଡେମୋନଷ୍ଟ୍ରେଟର ନିଯୁକ୍ତିକୁ ନେଇ ଅଭିଯୋଗ ଆସିବା ପରେ ୬ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଖୁବଶୀଘ୍ର ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍କି ଥାଇ ପାଣି ଚିନ୍ତା: କାମରେ ଆସୁନି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଭୁବନ, ୨୦।୭(ଡି.ଏନ.ଏ.) – ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବେଶ୍‌ ତତ୍ପରତା ଦେଖାଉଛନ୍ତି ସରକାର। ଏଥିପାଇଁ ଆରମ୍ଭ ହୋଇଛି ‘ବସୁଧା’। ଏହି ଯୋଜନା...

୪ବର୍ଷ ହେଲା ଖୋଲିନାହିଁ ଚାବି

ରାସୋଳ, ୩୦।୯(ଡି.ଏନ୍‌.ଏ.): ଚାଷୀଙ୍କୁ ଦିଆଯିବ କୃଷି ସମ୍ପର୍କିତ ପରାମର୍ଶ। ଫସଲରେ ରୋଗପୋକ ବ୍ୟାପିଲେ ଏଥିରୁ ମୁକୁଳିବାର ବାଟ ବତାଇବେ ଅଧିକାରୀ। ସରକାରଙ୍କ ଚାଷଭିତ୍ତିକ ଯୋଜନାର ପ୍ରଚାର...

ଅଢ଼େଇ ବର୍ଷରେ ୪,୧୭୪ ଲାଇସେନ୍ସ ରଦ୍ଦ

ଢେଙ୍କାନାଳ ଅଫିସ,୨୬।୩:  ଗାଡ଼ିଚାଳକ ଫୁ’ କରିଦେଉଛନ୍ତି ଟ୍ରାଫିକ୍‌ ନିୟମ। ଟ୍ରାଫିକ୍‌ ପୋଷ୍ଟରେ ଲାଲ୍‌ ରଙ୍ଗର ବତି ଜଳୁଥିବା ସତ୍ତ୍ୱେ ଏହାକୁ ବେଖାତିର କରୁଛନ୍ତି। ବାଇକ୍‌ ଆରୋହୀମାନେ...

ଶିକ୍ଷାରେ ଶିକ୍ଷକ ସଙ୍କଟ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.) କରୋନା ମହାମାରୀ ସମୟରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଛି...

ଫାଣ୍ଡି ନିକଟରେ ଚୋରା କୋଇଲା ଡିପୋ

ପରଜଙ୍ଗ, ୧୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଅଞ୍ଚଳରେ ବେଆଇନ ଚୋରା କୋଇଲା ଡିପୋ ସଂଖ୍ୟା ବଢ଼ିବାରେ ଲାଗିଛି। ପୋଲିସ ଫାଣ୍ଡିଠାରୁ ଅନତି ଦୂରରେ ଏଭଳି...

୭ ସ୍ମାର୍ଟ ରୋଡ୍‌ ପାଇଁ ୧୨କୋଟି

ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍‌ ଫର୍‌ ଅର୍ବାନ ରୋଡ୍‌ ଏକ୍‌ଜିକ୍ୟୁଶନ (ଏସ୍‌ୟୁଆର୍‌ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍‌ ନିର୍ମାଣ...

ଚିନ୍ତା ବଢ଼ାଇଲେ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୩୦।୬ କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଢେଙ୍କାନାଳ ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ସମ୍ପୃକ୍ତ କର୍ମଚାରୀଜଣକ ସ୍ବାବ୍‌ ରିପୋର୍ଟ ଆସିବା...

କାଠକଣ୍ଢେଇ କାରିଗର କୋଣଠେସା

ସାତମାଇଲ, ୩୧ା୫ ଏକଦା ଓଡ଼ିଶାର ଦ୍ୱିତୀୟ ରଘୁରାଜପୁର ତଥା କାଠ କଣ୍ଢେଇର ଗଁା ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କନ୍ତିମିଲି...

Advertisement
Archives

Model This Week