ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ

ଅନୁଗୋଳ ଅଫିସ/ ଛେଣ୍ଡିପଦା,୨୨।୬  – ଅନୁଗୋଳ ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ନେତୃତ୍ୱରେ ମଙ୍ଗଳବାର ଜିଲା ମୁଖ୍ୟ ଡାକଘର ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ପଶି କେନ୍ଦ୍ରୀୟ ପୋଲିସ ଯେପରି ଭାବେ କଂଗ୍ରେସ କର୍ମୀଙ୍କ ଉପରେ ଲାଠିମାଡ଼ କଲା ତାହାର ପ୍ରତିବାଦରେ ଏହି ଗଣ ବିକ୍ଷୋଭ କରାଯାଇଥିଲା। ଏଥିରେ ଉପସ୍ଥିତ ବକ୍ତାମାନେ କେନ୍ଦ୍ର ସରକାରଙ୍କ ଆକ୍ଷେପ ରାଜନୀତିକୁ ନିନ୍ଦା କରିବା ସହ କଂଗ୍ରେସକୁ ଜନ ସମାଜରେ ନିନ୍ଦିତ କରିବା ପାଇଁ ଯେଉଁ ଅପଚେଷ୍ଟା କରାଯାଉଛି ତାହା ଗ୍ରହଣୀୟ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ପରେ ସେମାନେ ପଦଯାତ୍ରାରେ ରାଜା ସୋମନାଥ ସିଂହଙ୍କ ପ୍ରତିମୂର୍ତ୍ତି ଯାଏ ଯିବା ସହ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ରାଜ୍ୟ କଂଗ୍ରେସ ସମ୍ପାଦକ ସରୋଜ ପ୍ରଧାନ, ରାଜ୍ୟ କିଷାନ ସେଲ୍‌ ଉପସଭାପତି ଅମୀୟ ସାହୁ, ରାଜ୍ୟ ଓବିସି ସେଲ୍‌ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସାହୁ, ଜିଲା ମିଡିଆ ସେଲ୍‌ ଅଧ୍ୟକ୍ଷ ଗୋପାଳ ନାଥ, ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ତପସ୍ବିନୀ ବିଶ୍ବାଳ, ଜୟନ୍ତ ସାହୁ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂ, ରାକେଶ ମିଶ୍ର, ସଞ୍ଜୀବ କୁମାର ମାଣ୍ଡୋଠିଆ, ଅରୁଣ ସାହୁ, ରଶ୍ମି ରଞ୍ଜନ ସାହୁ, ସୈମ୍ୟରଞ୍ଜନ ସାହୁ, ଧର୍ମେନ୍ଦ୍ର ମିଶ୍ର, ନଗର ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ମହାପାତ୍ର, ବପୁନ ଦେହୁରୀ, ଗୋପାଳ ପ୍ରଧାନ, ବିଜୟ କେତନ ପ୍ରଧାନ, ରାକେଶ ପୃଷ୍ଟି ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ବ୍ଲକ କଂଗ୍ରେସ ସଭାପତି ଅମୂଲ୍ୟ ବେହେରା ପରିଚାଳନା କରିଥିଲେ। ସେହିପରି ଛେଣ୍ଡିପଦା ବ୍ଲକ କଂଗ୍ରେସ ପକ୍ଷରୁ ସବ୍‌ପୋଷ୍ଟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି କୃତାର୍ଥ ଦେହୁରୀଙ୍କ ନେତୃତ୍ୱରେ ବ୍ଲକ ଉପସଭାପତି ପ୍ରିୟବ୍ରତ ନାୟକ, ସାଧାରଣ ସମ୍ପାଦକ ସୁରେଶ ସାହୁ, କୋଷାଧ୍ୟକ୍ଷ ଜିତେନ କୁମାର ସାହୁଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri