ଗଣତନ୍ତ୍ର ଚିନ୍ତା

ମିଶେଲ ବାଚ୍‌ଲେଟେ, ଡାରେନ ଓ୍ବାକର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ସମ୍ମିଳନୀ ଡିସେମ୍ବର ୯ରୁ ୧୦ ଯାଏ ଅନୁଷ୍ଠିତ ହେଉଛି। ଏଥିରେ ବିଶ୍ୱ ନେତୃବର୍ଗ ଏକାଠି ଆଲୋଚନାରେ ଭାଗ ନେଇଛନ୍ତି। ସୁଦାନରେ ନିଜ ଜୀବନକୁ ବିପଦରେ ପକାଇ ପ୍ରତିିବାଦକାରୀମାନେ ଗଣତନ୍ତ୍ର ସପକ୍ଷରେ ଯେଉଁ ସାହସିକତା ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ କିପରି ସାହାଯ୍ୟ କରାଯାଇପାରିବ ସେଥିପାଇଁ ସମବେତ ନେତୃବର୍ଗ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ। ୪ ମାସ ହେବ ଲକ୍ଷ ଲକ୍ଷ ଲୋକ ସୁଦାନ ରାଜରାସ୍ତାକୁ ଓହ୍ଲାଇ ସେଠାରେ ସାମରିକ ଶାସନ ଶେଷ କରି ଏକ ଉତ୍ତରଦାୟୀ ଗଣତାନ୍ତ୍ରିକ ସରକାର ପାଇଁ ଦାବି କରୁଛନ୍ତି। ହେଲେ ସୁଦାନ ସୁରକ୍ଷା ବଳ ସେମାନଙ୍କ ଉପରକୁ ଗୁଳି ଚଳାଇବା ଫଳରେ ବହୁ ପ୍ରତିବାଦକାରୀ ନିହତ ହୋଇଛନ୍ତି। କେବଳ ସୁଦାନର ଗଣତନ୍ତ୍ର ସପକ୍ଷବାଦଦୀ ଯେଉଁ ସାହସ ଦେଖାଇଛନ୍ତି ତାହା ଅନ୍ୟ କେଉଁଠି ଘଟିନାହିଁ ବୋଲି କହିପାରିବା ନାହିଁ। ବେଲାରୁଷରୁ ବଲିଭିଆ ଏବଂ ଏପରିକି ଇଂଲଣ୍ଡ ଓ ଆମେରିକାରେ ସିଭିଲ୍‌ ସୋସାଇଟି ସଂଗଠକ ଏବଂ ଜନଲ୍ୟାଣକାରୀ ସଂଗଠନଗୁଡ଼ିକ ଶାସକୀୟ ଦମନ,ଏକଚ୍ଛତ୍ରବାଦୀ ଏବଂ ଅନ୍ୟାୟକୁ ପ୍ରତିହତ କରିବା ଲାଗି ଦୃଢ ଅଭିଯାନ ଚଳାଉଛନ୍ତି। କିନ୍ତୁ ଦୁଃଖର କଥା,ସେମାନଙ୍କ କାର୍ଯ୍ୟର ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦିଆଯାଉନାହିଁ।
ବିଶ୍ୱରେ ସିଭିଲ୍‌ ସୋସାଇଟି ନେତୃବର୍ଗ ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ପ୍ରତି ବିପଦ ବଢୁଛି। ସାରା ବିଶ୍ୱରେ ବୃଦ୍ଧି ପାଉଥିବା ଜାତୀୟତାବାଦ, ଅସମାନତା ଏବଂ ରାଜନୈତିକ ଧ୍ରୁବୀକରଣ ବୃଦ୍ଧିପାଇଛି। ଏହାସହ ମହାମାରୀରେ ସର୍ବସାଧାରଣ ସ୍ଥାନରେ ଏକାଠି ହେବାର କଟକଣା ଏବଂ ବୃଦ୍ଧି ପାଇଥିବା ଅତ୍ୟାଧୁନିକ ସର୍ଭିଲାନ୍ସ ଟେକ୍‌ନୋଲୋଜି ଏକଚ୍ଛତ୍ରବାଦୀ ଶାସନକୁ ଶକ୍ତିଶାଳୀ କରିଛି। ୨୦୨୦ରେ କଲମ୍ବିଆରେ ୬୫ ଜଣ ପରିବେଶ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଜୁନ୍‌ରେ ଟୁଇଟର୍‌ର ଘରୋଇ ବ୍ୟବହାରକୁ ନାଇଜେରିଆ ସରକାର ବନ୍ଦ କରିଦେଇଥିଲେ ଓ ତାହା ଏଯାବତ ବଳବତ୍ତର ରହିଛି। ୨୦୨୦ ଅଗଷ୍ଟରେ ଉଗାଣ୍ଡା ସରକାର ୫୪ଟି ମାନବ ଅଧିକାର ସଂଗଠନର କାର୍ଯ୍ୟ ବନ୍ଦ କରି ଦେଇଛନ୍ତି। ଉଭୟ ଗଣତନ୍ତ୍ର ଓ ସାମରିକ ଶାସନ ଅଧୀନ ଦେଶଗୁଡ଼ିକରେ ଲୋକମାନଙ୍କର କାର୍ଯ୍ୟ ଉପରେ କଟକଣା ଲଗାଇବାର କଠୋର ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ଏହାର ଦୀର୍ଘମିଆଦୀ ପରିଣାମ ପରିଦୃଶ୍ୟ ହୋଇଛି। ଗଣମାଧ୍ୟମର କଣ୍ଠରୋଧ ହେଉଛି। ସମବେତ ହେବା ଏବଂ ବାକ୍‌ ସ୍ବାଧୀନତା ଭଳି ନାଗରିକ ଅଧିକାରଗୁଡ଼ିକୁ ନୂ୍ୟନ କରାଯାଉଛି। ଭବିଷ୍ୟତରେ ସାମାଜିକ ଅନୁଷ୍ଠାନଗୁଡ଼ିକ କିଭଳି ସରକାରଙ୍କୁ ଆଉ ଆକ୍ରମଣ କରି ନ ପାରିବେ ସେଥିପାଇଁ ଏଗୁଡ଼ିକୁ ଦୁର୍ବଳ କରିିଦିଆଯାଉଛି। ଏଥିପାଇଁ ଆମ ସିଭିଲ୍‌ ସୋସାଇଟି ଅନୁଦେୟୀ ଏବଂ ଅଂଶୀଦାରମାନେ ଏହାକୁ ନେଇ ବିବ୍ରତ ହୋଇ ପଡ଼ିଛନ୍ତି। ବିଭିନ୍ନ କାରଣରୁ ବିଭିନ୍ନ ଦେଶରେ ଅନୁଷ୍ଠାନଗୁଡ଼ିକୁ ସମାନ ରଣନୀତିରେ ଟାର୍ଗେଟ କରାଯାଉଛି। ଏଭଳି ଆକ୍ରମଣ ଜାରି ରହିବା ଠିକ୍‌୍‌ ନୁହେଁ। ଏହା ବିଶ୍ୱରେ ସିଭିଲ୍‌ ସୋସାଇଟି ସଂଗଠକ ଏବଂ କର୍ମକର୍ତ୍ତାଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଛି । ଗଣତନ୍ତ୍ରକୁ ସଂକଟକୁ ଠେଲି ଦେଉଛି। ଏକଚ୍ଛତ୍ରବାଦୀ ସରକାରଗୁଡ଼ିକ ସାମାଜିକ ଗ୍ରୁପଗୁଡ଼ିକୁ ଦୁର୍ବଳ କରିବା ସହ ସେମାନଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି। ଆମେ ସେମାନଙ୍କର ଏଭଳି ଦୃଷ୍ଟିକୋଣକୁ ସ୍ବୀକାର କରୁନାହଁୁ। ଗଣତନ୍ତ୍ରର ଶକ୍ତି ଓ ମୂଲ୍ୟବୋଧ ବଢେ ଲଗାତର ସଞ୍ଚାଳନ, ସୁରକ୍ଷା ଏବଂ ଭାଗୀଦାରି ବଳରେ। ଏଥିପାଇଁ ଗଣତନ୍ତ୍ରର ଶକ୍ତି ଆମ ପାଇଁ ନିଶ୍ଚିତ ଭାବେ ଗ୍ରହଣୀୟ। ଏହା ଯେଉଁ ଶାନ୍ତି ଓ ସ୍ଥିରତା ବଢାଏ ତାହା ଏକ ସମ୍ମିଳିତ ସାମାଜିକ ସମ୍ପର୍କରୁ ମିଳିଥାଏ, କଠୋର ନିୟମ ଦ୍ୱାରା ନୁହେଁ।
ବାଇଡେନ୍‌ଙ୍କ ଗଣତନ୍ତ୍ର ସମ୍ମିଳନୀ ଏହି ଚିନ୍ତାଧାରା ପୋଷଣ କରେ। ଗଣତାନ୍ତ୍ରିକ ନବୀକରଣ, ନାଗରିକ ଭାଗୀଦାରି ଏବଂ ବହୁପକ୍ଷୀୟ ସହଯୋଗକୁ ସମର୍ଥନ ଦେବା ଏହାର ମୁଖ୍ୟ ଲକ୍ଷ୍ୟ। ଦେଶରେ ସମାବେଶ କରିବା, ସଂଗଠିତ ହେବା, ବାକ୍‌ ଓ ତଥ୍ୟଗତ ଅଧିତ୍କାରଗୁଡ଼ିକ ପ୍ରତି ପୁନଃ ପ୍ରତିବଦ୍ଧତା ପ୍ରକାଶ କରିବା ଏବଂ ରଣନୀତିକ କୂଟନୀତି ମାଧ୍ୟମରେ ବିଶ୍ୱରେ ଉକ୍ତ ଅଧିକାରଗୁଡ଼ିକୁ ପ୍ରୋତ୍ସାହିତ କରିବା ଲାଗି ନେତୃବର୍ଗଙ୍କ ପାଇଁ ସୁଯୋଗ ଦେଇଛି। କିନ୍ତୁ ଏବେ ଯାଏ ପ୍ରତିବଦ୍ଧତା ବଚନରେ ସୀମିତ ରହିଆସିଛି। ଯେହେତୁ ଭର୍ଚୁଆଲ ଆଲୋଚନାରେ ଦେଶଗୁଡ଼ିକ ଭାଗ ନେଉଛନ୍ତି, ସେଥିପାଇଁ ସେମାନେ ସାମାଜିକ ସଂଗଠନଗୁଡ଼ିକର ସ୍ଥିତି ଓ ଅଧିକାର ଲାଗି ସର୍ବସମ୍ମତି କ୍ରମେ ବାକ୍‌ପଟୁତା ଛାଡ଼ି କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହେବା ଉଚିତ ଏବଂ ଏହି ଅଧିକାରଗୁଡ଼ିକୁ ସ୍ବୀକାର କରିବା ଆବଶ୍ୟକ। ମାନବ ଅଧିକାର କ୍ଷେତ୍ରରେ, ଅର୍ଥାତ୍‌ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ବାକ୍‌ ଏବଂ ସମାବେଶ ସ୍ବାଧୀନତା ବଢାଇବା ଯୋଗୁ ଏକଚ୍ଛତ୍ରବାଦ ବିରୋଧରେ ବ୍ୟକ୍ତିର ସ୍ବର ଉତ୍ତୋଳନ ଅଧିକାର ନିଶ୍ଚିତ କରାଯାଇପାରିବ। ଅନେକ ଦେଶରେ ବାକ୍‌ ସ୍ବାଧୀନତା ନିଶ୍ଚିତ କରିବାକୁ ହେଲେ ରାଜଦ୍ରୋହ ଆଇନ ଉଚ୍ଛେଦ କରିବାକୁ ପଡ଼ିବ । ଏହାସହ ଯେଉଁ ଦେଶରେ ଦମନକାରୀ ଶାସକ ରହିଛନ୍ତି ସେଠାକୁ ଅନ୍ୟ ଦେଶଗୁଡ଼ିକ ସର୍ଭିଲାନ୍ସ ଉପକରଣ ରପ୍ତାନୀ ବନ୍ଦ କରିବା ଉଚିତ। ସବୁଠୁ ଜରୁରୀ ହେଉଛି, ବୈଶ୍ୱିକ ନେତାମାନେ ସିଭିଲ୍‌ ସୋସାଇଟି ସଂଗଠନଗୁଡ଼ିକରେ ନିବେଶ ବଢ଼ାଇବା ଦରକାର। ଫଳରେ ଏକଚ୍ଛତ୍ରବାଦୀ କ୍ଷମତାରେ ଅଙ୍କୁଶ ଲାଗିପାରିବ। ମାନବ ଅଧିକାର ରକ୍ଷକ, ସ୍ଥାନୀୟ ସାମ୍ବାଦିକ, ସାମାଜିକ ସେବା ଏବଂ ଗୋଷ୍ଠୀକେନ୍ଦ୍ରଗୁଡ଼ିକୁ ଆବଶ୍ୟକ ସଂସାଧନ ଯୋଗାଇବା ପାଇଁ ପଦକ୍ଷେପ ନେବା ଦରକାର। ବାସ୍ତବରେ ଏବେ ସଂଗଠନଗୁଡ଼ିକୁ ସାମାଜିକ ସେବା କରିବାକୁ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ଓ ଏଭଳିି ସଂକଟରେ ଏହି ଆବଶ୍ୟକତା ପୂରଣ ହେଲେ ତାହା ସଂଗଠନଗୁଡ଼ିକୁ ସାହାଯ୍ୟ କରିବ। ସେମାନଙ୍କ ଦୀଘମିିଆଦୀ ଅଭିବୃଦ୍ଧିରେ ନିବେଶ ବଢ଼ାଇବ। ଫଳରେ ସଂଗଠନଗୁଡ଼ିକ ଆଗାମୀ ଦିନରେ ଜରୁରୀ ପରିସ୍ଥିତିକୁ ସାମ୍‌ନା କରିବାକୁ ପ୍ରସ୍ତୁତ ହୋଇପାରିବେ।
ଶେଷରେ ନେତୃମଣ୍ଡଳୀ ଏକ ସର୍ବସ୍ବୀକୃତ ସାଧାରଣ ଗଣତନ୍ତ୍ର ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏକାଠି ନିବିଡ଼ ସହଯୋଗ ଏବଂ ବହୁପକ୍ଷୀୟ ଭାଗୀଦାରି ବଢାଇବା ଦରକାର। ସରକାରଙ୍କ ଠାରୁ ଆରମ୍ଭ କରି ଜନକଲ୍ୟାଣକାରୀ ଓ ଘରୋଇ କ୍ଷେତ୍ର ଏବଂ ସିଭିଲ ସୋସାଇଟି ଯାଏ, ସମସ୍ତଙ୍କ ପାଇଁ ଉକ୍ତ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ। ଆଲୋଚନା ଓ କ୍ଷମତା ବଳରେ ସିଭିଲ ସୋସାଇଟିର କାର୍ଯ୍ୟ ସମ୍ପ୍ରସାରିତ କରିବା ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ଏଠାରେ ଏକ ସୁଯୋଗ ରହିଛି ଓ ଏଥିପାଇଁ ମଧ୍ୟ ଆମେ ଚୁକ୍ତିବଦ୍ଧ ହୋଇପାରିବା। ସର୍ବୋପରି ସିଭିଲ ସୋସାଇଟିଗୁଡ଼ିକର ସବୁଠୁ ଭଲ ରକ୍ଷକ ଦେଶ ଏ କ୍ଷ୍ରେତରେ ନାଗରିକମାନଙ୍କୁ କାର୍ଯ୍ୟରେ ଲଗାଇ ଏବଂ ସେମାନଙ୍କ ସଂସାଧନ ଓ ସୁରକ୍ଷା ବଳରେ ବେଶ୍‌ ଲୋକପ୍ରିୟ ହୋଇପାରିବ। ନାଗରିକମାନେ ସେମାନଙ୍କ ନିଜ ଅଧିକାର ଏବଂ ଜୀବିକା ରକ୍ଷା କରିବାକୁ ସକ୍ଷମ ହୋଇପାରିବେ ଓ ସେହି ରାଷ୍ଟ୍ର ନାଗରିକମାନଙ୍କୁ ଉକ୍ତ ଅଧିକାରଗୁଡ଼ିକୁ ନିଶ୍ଚିତ କରିବାର କ୍ଷମତା ହାସଲ କରିବ।
ସଭିଲ୍‌ ସୋସାଇଟି କାର୍ଯ୍ୟରେ ନାଗରିକମାନଙ୍କ ସକ୍ରିୟ ଭାଗୀଦାରି ପ୍ରବର୍ତ୍ତନକାରୀ ହୋଇପାରେ। ମାଲ୍‌ଡୋଭା, ମାଲେସିଆ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ଚଳିତ ବର୍ଷ ସେଠାରେ ଗଣତନ୍ତ୍ରର ବିପଜ୍ଜନକ ଅବକ୍ଷୟକୁ ଅଟକାଇବାକୁ ଯାଇ ଦମନକାରୀ ‘ଷ୍ଟେଟ୍‌ ଅଫ୍‌ ଏମର୍ଜେନ୍ସି’ଆଇନକୁ ସିଭିଲ ସୋସାଇଟି ସଂଗଠନଗୁଡ଼ିକ ରଦ୍ଦ କରିବାରେ ସାହାଯ୍ୟ କରିଥିଲେ। ଏହାସହ ୨୦୨୦ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରିବା ସମ୍ଭବତଃ ଆମେରିକା ଇତିହାସରେ ସବୁଠୁ ବଡ଼ ଗଣଆନ୍ଦୋଳନ ହୋଇଛି। ସଂଗ୍ରାମ ଯେଉଁଠି ଆରମ୍ଭ ହେଉ କିମ୍ବା ଯେତେଦିନ ଚାଲୁ ପଛେ, ଲୋକେ ଯେତେବେଳେ ସେମାନଙ୍କ ମୌଳିକ ଅଧିକାରର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୁଅନ୍ତି,ସେତେବେଳେ ସେମାନେ ସମସ୍ତଙ୍କ ପାଇଁ ଏକତା, ସମାନତା ଏବଂ ନ୍ୟାୟ ପ୍ରତିଷ୍ଠା କରିବାରେ ଅଭୁତପୂର୍ବ ପ୍ରଗତି ହାସଲ କରିଥାଆନ୍ତି। ଖାରତୁମ୍‌ଠାରୁ କୁଆଲାଲ୍‌ମପୁର ପର୍ଯ୍ୟନ୍ତ, ଆସନ୍ତୁ ସମସ୍ତେ ସିଭିଲ୍‌ ସୋସାଇଟି ଓ ଗଣତନ୍ତ୍ରର ସୁରକ୍ଷା କରିବା। କଥା ଓ କାମରେ ଯେଉଁ ପ୍ରଗତି କଥା କହୁଛେ ସେଥିରେ ଆଗେଇବା। ଏହା କିଭଳି ପରପିଢିରେ ଦୃଢ ରହିବ ତାହା ମଧ୍ୟ ନିଶ୍ଚିତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?