କ୍ଷମତାର ମୋହ

ରବିନାରାୟଣ ସାମଲ

ସାମ୍ରାଜ୍ୟବାଦୀ ଆମେରିକା ଆଫଗାନିସ୍ତାନରୁ ପଳାୟନ କଲା ପରେ ଆତଙ୍କବାଦୀ ତାଲିବାନ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ଏହାକୁ ଦଖଲ କରିନେଲା। ଏଭଳି କ୍ଷମତା ଲୋଭରେ ବର୍ବର ହୋଇଯିବା ଆଉ କ୍ଷମତା ବଳରେ ଅନ୍ଧ ହୋଇଯିବା ଘଟଣା ସାରା ପୃଥିବୀରେ ଅଭାବ ନାହିଁ। ଇତିହାସରେ ଏହାର ବହୁ ପ୍ରମାଣ ରହିଛି। ସିଂହାସନ ପାଇଁ କିଏ ବାପାକୁ ହତ୍ୟା କରିଛି ତ କିଏ ପୁତ୍ରକୁ ହତ୍ୟା କରିଛି। କିଏ ଭାଇକୁ ହତ୍ୟା କରିଛି ତ ଆଉ କିଏ କାହାର ବଂଶକୁ ନିପାତ କରିଦେଇଛି। ଆମେ ଅଜାତଶତ୍ରୁ ଓ ବିମ୍ବିସାର କଥା ଜାଣିଛନ୍ତି। ମୀବାରର ରାଜା ଅଜିତ୍‌ ସିଂ ତାଙ୍କ ପୁତ୍ର ଭକ୍ତ ସିଂଙ୍କ ଦ୍ୱାରା ନିହତ ହୋଇଛନ୍ତି। ଶିଶୁନାଗ ସାମ୍ରାଜ୍ୟର ମହାପଦ୍ମ ସିଂହାସନ ପାଇଁ ତାଙ୍କ ଭାଇମାନଙ୍କୁ ହତ୍ୟା କରିଛନ୍ତି। ସମ୍ରାଟ ଅଶୋକ ମହାପଦ୍ମଙ୍କ ପଥ ଅନୁସରଣ କରିଛନ୍ତି। ଔରଙ୍ଗଜେବ୍‌ ତାଙ୍କ ଭାଇ ଦାରାକୁ ଓ ଶାହାଜାହାନ ତାଙ୍କ ଭାଇ ଖୁସରାଓ ମିର୍ଜାଙ୍କୁ ହତ୍ୟା କରିଛନ୍ତି। ରୁଷିଆର ପିଟର୍‌ ଦି ଗ୍ରେଟ୍‌ ତାଙ୍କ ପୁଅ ଆଲେକ୍ସିଙ୍କୁ ହତ୍ୟା କରିଛନ୍ତି। ଇଜିପ୍ଟର କ୍ଲିଓପାଟ୍ରା ତାଙ୍କର ଭାଇ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ସ୍କଟ୍‌ଲାଣ୍ଡ୍‌ର ଜେମ୍ସ ପ୍ରଥମ ନିଜ ପରିବାରର ଅଧିକାଂଶ ଦାୟାଦଙ୍କୁ ଶାସ୍ତି ଦେଇଛନ୍ତି। ସାଉଦି ଆରବର ରାଜା ଫୈଜାଲ୍‌ଙ୍କୁ ତାଙ୍କ ପୁତୁରା ରାଜକୁମାର ଫୈଜାଲ୍‌ ହତ୍ୟା କରିଥିଲେ। ସେହିପରି ଓମାନ୍‌ରେ ସୁଲତାନ କ୍ୱାବୁସ୍‌ ତାଙ୍କ ପିତାଙ୍କୁ ବିତାଡ଼ିତ କରି ରାଜା ହୋଇଥିଲେ।
ଇଏ ତ ଗଲା ରାଜାରାଜୁଡ଼ା ବେଳର କଥା। ଏବେ ବି ପୃଥିବୀରେ ୪୦ଟିରୁ ଊର୍ଦ୍ଧ୍ୱ ଦେଶରେ ରାଜାଙ୍କ ଶାସନ ଚାଲିଛି। ସେହି ସବୁ ରାଜ ପରିବାରରେ ସିଂହାସନ ପାଇଁ କନ୍ଦଳ ଚାଲୁ ରହିଛି। ଗଣତାନ୍ତ୍ରିକ ଦେଶରେ ରାଜ ସିଂହାସନ ନ ଥିଲେ ବି କେଉଁଠି ପ୍ରଧାନମନ୍ତ୍ରୀ ତ ଆଉ କେଉଁଠି ରାଷ୍ଟ୍ରପତିି ରାଷ୍ଟ୍ରମୁଖ୍ୟ ।
ଉକ୍ତ ପଦବୀ ସକାଶେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତଥାକଥିତ ଗଣତାନ୍ତ୍ରିକ ପଦ୍ଧତିରେ ରାଷ୍ଟ୍ରମୁ୍‌ଖ୍ୟ ନିର୍ବାଚିତ ହେଉଛନ୍ତି। ଗତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବହୁମତରେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ। ମାତ୍ର ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ରାଷ୍ଟ୍ରପତି କରାଇ ନ ଦେବାକୁ ବିଭିନ୍ନ ଅପକୌଶଳ ଅବଲମ୍ବନ କରିଥିଲେ। କ୍ଷମତା ଲୋଭରେ ଟ୍ରମ୍ପ୍‌ ଗଣତାନ୍ତ୍ରିକ ପଦ୍ଧତିକୁ ପ୍ରତ୍ୟାଖ୍ୟାନ କରିଦେବାକୁ ସବୁମତେ ଉଦ୍ୟମ କରିଥିଲେ। ଭ୍ଲାଦିମିର୍‌ ପୁଟିନ୍‌ ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି। ସେ ୧୯୯୯ରୁ କେତେବେଳେ ରାଷ୍ଟ୍ରପତି ତ ଆଉ କେତେବେଳେ ପ୍ରଧାନମନ୍ତ୍ରୀ ରୂପେ ରହି ଆସିଛନ୍ତି। ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ରୂପେ ରହିବାକୁ ପଥ ପରିଷ୍କାର କରି ଦେଇଛନ୍ତି। ତାଙ୍କ ବିରୋଧରେ କେହି ପ୍ରତିବାଦ କି ସମାଲୋଚନା କଲେ ତାଙ୍କୁ ସନ୍ତ୍ରାସବାଦୀ ଭାବେ ପରିଗଣିତ କରି ଶାସ୍ତି ବିଧାନ କରିବାକୁ ଗତ ଜୁଲାଇ ମାସରେ ଏକ ଆଇନ ପ୍ରଣୟନ କରିଛନ୍ତି। ସୁଦାନ, ମ୍ୟାନ୍‌ମାର, ମାଲି, କାମ୍ବୋଡିଆ, ଇଥିଓପିଆ, ଜିମ୍ବାୱେ ଆଦି ଦେଶରେ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ସାମରିକ ଶାସନ ଚାଲୁ ରହିଛି।
ଆମ ଦେଶର ଶାସନ ବ୍ୟବସ୍ଥାକୁ ତ ଆମେ ଅଙ୍ଗେ ନିଭାଉଛନ୍ତି। ଏଠାରେ ଏକ ନିର୍ବାଚିତ ଗଣତାନ୍ତ୍ରିକ ସରକାର ଥିଲେ ମଧ୍ୟ ବିରୋଧୀ ଦଳଙ୍କ ସ୍ବରକୁ ଦବାଇ ଦେବାକୁ ରାଷ୍ଟ୍ରଯନ୍ତ୍ରକୁ ବ୍ୟବହାର କରାଯାଉଛି। ଗତବର୍ଷ ଉତ୍ତରପ୍ରଦେଶର ହଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରି ହତ୍ୟା କରାଯାଇଥିଲା। ଘଟଣାର ରିପୋର୍ଟ ସଂଗ୍ରହ କରିବାକୁ ଦିଲ୍ଲୀର ସାମ୍ବାଦିକ ସିଦ୍ଦିକ୍‌ କପନ୍‌ ଯାଉଥିଲା ବେଳେ ବାଟରେ ତାଙ୍କୁ ଗିରଫ କରାଯାଇଥିଲା। ଗଣମାଧ୍ୟମ ଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ୟୁଏପିଏ ଭଳି ଅନେକ ଆଇନ ଓ ଅଧ୍ୟାଦେଶ ଜାରି ହୋଇଛି।
ଦେଶରେ ଗଣତାନ୍ତ୍ରିକ ଧାରାରେ ନିର୍ବାଚନ ହେଉଥିଲେ ମଧ୍ୟ ବାସ୍ତବରେ ତାହା ରୂପାୟିତ ହେଉ ନାହିଁ। କ୍ଷମତା ହାତେଇବାକୁ ଏଠି ଜାତିକୁ ନେଇ ରାଜନୀତି କରାଯାଉଛି, ଧର୍ମକୁ ନେଇ ରାଜନୀତି କରାଯାଉଛି, ସମ୍ପ୍ରଦାୟକୁ ନେଇ ରାଜନୀତି କରାଯାଉଛି। ଅର୍ଥବଳ ଓ ବାହୁବଳ ନିର୍ବାଚନର ମୁଖ୍ୟ ଆଧାର ହୋଇଯାଇଛି। ସମ୍ବିଧାନରେ ଥିବା ‘ମୁକ୍ତ-ଅବାଧ-ନିରପେକ୍ଷ’ ନିର୍ବାଚନ ଏଠି ବେଦର ବାଣୀ ପାଲଟି ଯାଇଛି। ସ୍ବାର୍ଥାନ୍ବେଷୀ ନେତାମାନଙ୍କର ଦଳବଦଳ ପ୍ରାୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ନୀତି ନୈତିକତାକୁ ଜଳାଞ୍ଜଳି ଦେଇ ସୁବିଧାବାଦୀ ରାଜନେତାମାନେ ଆଜି ଏ ଦଳ ତ କାଲି ସେ ଦଳକୁ ଚାଲି ଯାଉଛନ୍ତି। ସାଧାରଣ ଜୀବନଯାତ୍ରାରେ କ୍ଷମତାର ମୋହ ପ୍ରାୟ ସର୍ବତ୍ର ଦେଖିବାକୁ ମିଳେ। ବିଭିନ୍ନ ସଂଘ, ୟୁନିୟନ୍‌ ଓ ଅନୁଷ୍ଠାନର ପଦପଦବୀରେ ରହିବାକୁ ଆଶାୟୀମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲେ। ଏହି ପ୍ରତିଦ୍ୱନ୍ଦ୍ୱିତା ବେଳେ ବେଳେ ଉଗ୍ର ରୂପ ଧାରଣ କରେ।
ମୋ: ୭୯୭୫୦ ୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri