କ୍ଷମତାର ମୋହ

ରବିନାରାୟଣ ସାମଲ

ସାମ୍ରାଜ୍ୟବାଦୀ ଆମେରିକା ଆଫଗାନିସ୍ତାନରୁ ପଳାୟନ କଲା ପରେ ଆତଙ୍କବାଦୀ ତାଲିବାନ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ଏହାକୁ ଦଖଲ କରିନେଲା। ଏଭଳି କ୍ଷମତା ଲୋଭରେ ବର୍ବର ହୋଇଯିବା ଆଉ କ୍ଷମତା ବଳରେ ଅନ୍ଧ ହୋଇଯିବା ଘଟଣା ସାରା ପୃଥିବୀରେ ଅଭାବ ନାହିଁ। ଇତିହାସରେ ଏହାର ବହୁ ପ୍ରମାଣ ରହିଛି। ସିଂହାସନ ପାଇଁ କିଏ ବାପାକୁ ହତ୍ୟା କରିଛି ତ କିଏ ପୁତ୍ରକୁ ହତ୍ୟା କରିଛି। କିଏ ଭାଇକୁ ହତ୍ୟା କରିଛି ତ ଆଉ କିଏ କାହାର ବଂଶକୁ ନିପାତ କରିଦେଇଛି। ଆମେ ଅଜାତଶତ୍ରୁ ଓ ବିମ୍ବିସାର କଥା ଜାଣିଛନ୍ତି। ମୀବାରର ରାଜା ଅଜିତ୍‌ ସିଂ ତାଙ୍କ ପୁତ୍ର ଭକ୍ତ ସିଂଙ୍କ ଦ୍ୱାରା ନିହତ ହୋଇଛନ୍ତି। ଶିଶୁନାଗ ସାମ୍ରାଜ୍ୟର ମହାପଦ୍ମ ସିଂହାସନ ପାଇଁ ତାଙ୍କ ଭାଇମାନଙ୍କୁ ହତ୍ୟା କରିଛନ୍ତି। ସମ୍ରାଟ ଅଶୋକ ମହାପଦ୍ମଙ୍କ ପଥ ଅନୁସରଣ କରିଛନ୍ତି। ଔରଙ୍ଗଜେବ୍‌ ତାଙ୍କ ଭାଇ ଦାରାକୁ ଓ ଶାହାଜାହାନ ତାଙ୍କ ଭାଇ ଖୁସରାଓ ମିର୍ଜାଙ୍କୁ ହତ୍ୟା କରିଛନ୍ତି। ରୁଷିଆର ପିଟର୍‌ ଦି ଗ୍ରେଟ୍‌ ତାଙ୍କ ପୁଅ ଆଲେକ୍ସିଙ୍କୁ ହତ୍ୟା କରିଛନ୍ତି। ଇଜିପ୍ଟର କ୍ଲିଓପାଟ୍ରା ତାଙ୍କର ଭାଇ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ସ୍କଟ୍‌ଲାଣ୍ଡ୍‌ର ଜେମ୍ସ ପ୍ରଥମ ନିଜ ପରିବାରର ଅଧିକାଂଶ ଦାୟାଦଙ୍କୁ ଶାସ୍ତି ଦେଇଛନ୍ତି। ସାଉଦି ଆରବର ରାଜା ଫୈଜାଲ୍‌ଙ୍କୁ ତାଙ୍କ ପୁତୁରା ରାଜକୁମାର ଫୈଜାଲ୍‌ ହତ୍ୟା କରିଥିଲେ। ସେହିପରି ଓମାନ୍‌ରେ ସୁଲତାନ କ୍ୱାବୁସ୍‌ ତାଙ୍କ ପିତାଙ୍କୁ ବିତାଡ଼ିତ କରି ରାଜା ହୋଇଥିଲେ।
ଇଏ ତ ଗଲା ରାଜାରାଜୁଡ଼ା ବେଳର କଥା। ଏବେ ବି ପୃଥିବୀରେ ୪୦ଟିରୁ ଊର୍ଦ୍ଧ୍ୱ ଦେଶରେ ରାଜାଙ୍କ ଶାସନ ଚାଲିଛି। ସେହି ସବୁ ରାଜ ପରିବାରରେ ସିଂହାସନ ପାଇଁ କନ୍ଦଳ ଚାଲୁ ରହିଛି। ଗଣତାନ୍ତ୍ରିକ ଦେଶରେ ରାଜ ସିଂହାସନ ନ ଥିଲେ ବି କେଉଁଠି ପ୍ରଧାନମନ୍ତ୍ରୀ ତ ଆଉ କେଉଁଠି ରାଷ୍ଟ୍ରପତିି ରାଷ୍ଟ୍ରମୁଖ୍ୟ ।
ଉକ୍ତ ପଦବୀ ସକାଶେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତଥାକଥିତ ଗଣତାନ୍ତ୍ରିକ ପଦ୍ଧତିରେ ରାଷ୍ଟ୍ରମୁ୍‌ଖ୍ୟ ନିର୍ବାଚିତ ହେଉଛନ୍ତି। ଗତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବହୁମତରେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ। ମାତ୍ର ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ରାଷ୍ଟ୍ରପତି କରାଇ ନ ଦେବାକୁ ବିଭିନ୍ନ ଅପକୌଶଳ ଅବଲମ୍ବନ କରିଥିଲେ। କ୍ଷମତା ଲୋଭରେ ଟ୍ରମ୍ପ୍‌ ଗଣତାନ୍ତ୍ରିକ ପଦ୍ଧତିକୁ ପ୍ରତ୍ୟାଖ୍ୟାନ କରିଦେବାକୁ ସବୁମତେ ଉଦ୍ୟମ କରିଥିଲେ। ଭ୍ଲାଦିମିର୍‌ ପୁଟିନ୍‌ ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି। ସେ ୧୯୯୯ରୁ କେତେବେଳେ ରାଷ୍ଟ୍ରପତି ତ ଆଉ କେତେବେଳେ ପ୍ରଧାନମନ୍ତ୍ରୀ ରୂପେ ରହି ଆସିଛନ୍ତି। ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ରୂପେ ରହିବାକୁ ପଥ ପରିଷ୍କାର କରି ଦେଇଛନ୍ତି। ତାଙ୍କ ବିରୋଧରେ କେହି ପ୍ରତିବାଦ କି ସମାଲୋଚନା କଲେ ତାଙ୍କୁ ସନ୍ତ୍ରାସବାଦୀ ଭାବେ ପରିଗଣିତ କରି ଶାସ୍ତି ବିଧାନ କରିବାକୁ ଗତ ଜୁଲାଇ ମାସରେ ଏକ ଆଇନ ପ୍ରଣୟନ କରିଛନ୍ତି। ସୁଦାନ, ମ୍ୟାନ୍‌ମାର, ମାଲି, କାମ୍ବୋଡିଆ, ଇଥିଓପିଆ, ଜିମ୍ବାୱେ ଆଦି ଦେଶରେ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ସାମରିକ ଶାସନ ଚାଲୁ ରହିଛି।
ଆମ ଦେଶର ଶାସନ ବ୍ୟବସ୍ଥାକୁ ତ ଆମେ ଅଙ୍ଗେ ନିଭାଉଛନ୍ତି। ଏଠାରେ ଏକ ନିର୍ବାଚିତ ଗଣତାନ୍ତ୍ରିକ ସରକାର ଥିଲେ ମଧ୍ୟ ବିରୋଧୀ ଦଳଙ୍କ ସ୍ବରକୁ ଦବାଇ ଦେବାକୁ ରାଷ୍ଟ୍ରଯନ୍ତ୍ରକୁ ବ୍ୟବହାର କରାଯାଉଛି। ଗତବର୍ଷ ଉତ୍ତରପ୍ରଦେଶର ହଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରି ହତ୍ୟା କରାଯାଇଥିଲା। ଘଟଣାର ରିପୋର୍ଟ ସଂଗ୍ରହ କରିବାକୁ ଦିଲ୍ଲୀର ସାମ୍ବାଦିକ ସିଦ୍ଦିକ୍‌ କପନ୍‌ ଯାଉଥିଲା ବେଳେ ବାଟରେ ତାଙ୍କୁ ଗିରଫ କରାଯାଇଥିଲା। ଗଣମାଧ୍ୟମ ଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ୟୁଏପିଏ ଭଳି ଅନେକ ଆଇନ ଓ ଅଧ୍ୟାଦେଶ ଜାରି ହୋଇଛି।
ଦେଶରେ ଗଣତାନ୍ତ୍ରିକ ଧାରାରେ ନିର୍ବାଚନ ହେଉଥିଲେ ମଧ୍ୟ ବାସ୍ତବରେ ତାହା ରୂପାୟିତ ହେଉ ନାହିଁ। କ୍ଷମତା ହାତେଇବାକୁ ଏଠି ଜାତିକୁ ନେଇ ରାଜନୀତି କରାଯାଉଛି, ଧର୍ମକୁ ନେଇ ରାଜନୀତି କରାଯାଉଛି, ସମ୍ପ୍ରଦାୟକୁ ନେଇ ରାଜନୀତି କରାଯାଉଛି। ଅର୍ଥବଳ ଓ ବାହୁବଳ ନିର୍ବାଚନର ମୁଖ୍ୟ ଆଧାର ହୋଇଯାଇଛି। ସମ୍ବିଧାନରେ ଥିବା ‘ମୁକ୍ତ-ଅବାଧ-ନିରପେକ୍ଷ’ ନିର୍ବାଚନ ଏଠି ବେଦର ବାଣୀ ପାଲଟି ଯାଇଛି। ସ୍ବାର୍ଥାନ୍ବେଷୀ ନେତାମାନଙ୍କର ଦଳବଦଳ ପ୍ରାୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଛି। ନୀତି ନୈତିକତାକୁ ଜଳାଞ୍ଜଳି ଦେଇ ସୁବିଧାବାଦୀ ରାଜନେତାମାନେ ଆଜି ଏ ଦଳ ତ କାଲି ସେ ଦଳକୁ ଚାଲି ଯାଉଛନ୍ତି। ସାଧାରଣ ଜୀବନଯାତ୍ରାରେ କ୍ଷମତାର ମୋହ ପ୍ରାୟ ସର୍ବତ୍ର ଦେଖିବାକୁ ମିଳେ। ବିଭିନ୍ନ ସଂଘ, ୟୁନିୟନ୍‌ ଓ ଅନୁଷ୍ଠାନର ପଦପଦବୀରେ ରହିବାକୁ ଆଶାୟୀମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲେ। ଏହି ପ୍ରତିଦ୍ୱନ୍ଦ୍ୱିତା ବେଳେ ବେଳେ ଉଗ୍ର ରୂପ ଧାରଣ କରେ।
ମୋ: ୭୯୭୫୦ ୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?