Posted inଜାତୀୟ

ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…

ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ସଦ୍ୟତମ ବିବୃତ୍ତିରେ ରାଜ୍ୟପାଳ ଧନଖର ପୁଣି ମମତାଙ୍କୁ ଟାର୍ଗେଟ କରିଛନ୍ତି।

ବିବୃତ୍ତିରେ ରାଜ୍ୟପାଳ କହିଛନ୍ତି, ଲୋକତନ୍ତ୍ର ବ୍ୟକ୍ତି ବିଶେଷଙ୍କ ଶାସନ ନୁହେଁ, ଏହା ଆଇନର ନିୟମ ଅନୁଯାୟୀ ଚାଲିଥାଏ। ଜଗଦୀପ ଧନଖର କହିଛନ୍ତି ଯେ ସମ୍ବିଧାନ ଅନୁଯାୟୀ ସିଏମ ମମତା ବାନାର୍ଜୀଙ୍କୁ ରାଜ୍ୟପାଳଙ୍କ ସହ ଆଲୋଚନା କରିବାକୁ ପଡିବ। ମୁଁ ଭାବୁଛି ସେ ନିଶ୍ଚିତ ଭାବରେ ଏହାକୁ ଗ୍ରହଣ କରିବେ।

ପଶ୍ଚିମବଙ୍ଗ ବିଧାନସଭାର ଆଗାମୀ ବଜେଟ ଅଧିବେଶନରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଏକ ପ୍ରସ୍ତାବ ଆଣିବା ବିକଳ୍ପ ଉପରେ ତୃଣମୂଳ କଂଗ୍ରେସ ବିଚାର କରୁଛି। ରାଜ୍ୟପାଳଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିବାର ସମ୍ଭାବନାକୁ ନେଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ସୂତ୍ରରୁ ପ୍ରକାଶ। ରାଜ୍ୟପାଳ ଯେଉଁଭଳି ଭାବରେ ବିଧାନସଭା ଏବଂ ବାଚସ୍ପତିଙ୍କୁ ଅପମାନିତ କରୁଛନ୍ତି ତାହା ରାଜ୍ୟର ରାଜନୈତିକ ଇତିହାସରେ କେବେ ଘଟି ନ ଥିଲା।

କିନ୍ତୁ ରାଜ୍ୟପାଳଙ୍କ ବିରୋଧରେ ଏଭଳି ପ୍ରସ୍ତାବ ନିଆଯାଇପାରିବ କି ନାହିଁ ଏବଂ ଏହାର ପରିଣାମ କ’ଣ ହେବ ସେ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ବଜେଟ ଅଧିବେଶନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ତୃଣମୂଳର ମୁଖ୍ୟ ସଚେତକ ତାପସ ରାୟ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ କିନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟ ଏବଂ ରାଜ୍ୟ ପ୍ରସଙ୍ଗରେ ତାଙ୍କର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ରାଜ୍ୟ ଇତିହାସରେ ବାଚସ୍ପତିଙ୍କୁ ଏପରି ଅପମାନିତ କେବେ କରାଯାଇ ନାହିଁ। ରାଜ୍ୟପାଳଙ୍କ ଆଚରଣକୁ ନିନ୍ଦା କରାଯିବା ଉଚିତ। ,


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri