Posted inଜାତୀୟ

ଲୋକତନ୍ତ୍ର ଆଇନ ଦ୍ୱାରା ପରିଚାଳିତ ହୋଇଥାଏ, ବ୍ୟକ୍ତି ବିଶେଷଙ୍କ ଶାସନରେ ନୁହେଁ…

ନୂଆଦିଲ୍ଲୀ, ୩୦।୧ : : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ଥମିବାର ନା ଧରୁନି। ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ସଦ୍ୟତମ ବିବୃତ୍ତିରେ ରାଜ୍ୟପାଳ ଧନଖର ପୁଣି ମମତାଙ୍କୁ ଟାର୍ଗେଟ କରିଛନ୍ତି।

ବିବୃତ୍ତିରେ ରାଜ୍ୟପାଳ କହିଛନ୍ତି, ଲୋକତନ୍ତ୍ର ବ୍ୟକ୍ତି ବିଶେଷଙ୍କ ଶାସନ ନୁହେଁ, ଏହା ଆଇନର ନିୟମ ଅନୁଯାୟୀ ଚାଲିଥାଏ। ଜଗଦୀପ ଧନଖର କହିଛନ୍ତି ଯେ ସମ୍ବିଧାନ ଅନୁଯାୟୀ ସିଏମ ମମତା ବାନାର୍ଜୀଙ୍କୁ ରାଜ୍ୟପାଳଙ୍କ ସହ ଆଲୋଚନା କରିବାକୁ ପଡିବ। ମୁଁ ଭାବୁଛି ସେ ନିଶ୍ଚିତ ଭାବରେ ଏହାକୁ ଗ୍ରହଣ କରିବେ।

ପଶ୍ଚିମବଙ୍ଗ ବିଧାନସଭାର ଆଗାମୀ ବଜେଟ ଅଧିବେଶନରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧରେ ଏକ ପ୍ରସ୍ତାବ ଆଣିବା ବିକଳ୍ପ ଉପରେ ତୃଣମୂଳ କଂଗ୍ରେସ ବିଚାର କରୁଛି। ରାଜ୍ୟପାଳଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିବାର ସମ୍ଭାବନାକୁ ନେଇ ଦଳ ମଧ୍ୟରେ ଆଲୋଚନା ଚାଲିଥିବା ସୂତ୍ରରୁ ପ୍ରକାଶ। ରାଜ୍ୟପାଳ ଯେଉଁଭଳି ଭାବରେ ବିଧାନସଭା ଏବଂ ବାଚସ୍ପତିଙ୍କୁ ଅପମାନିତ କରୁଛନ୍ତି ତାହା ରାଜ୍ୟର ରାଜନୈତିକ ଇତିହାସରେ କେବେ ଘଟି ନ ଥିଲା।

କିନ୍ତୁ ରାଜ୍ୟପାଳଙ୍କ ବିରୋଧରେ ଏଭଳି ପ୍ରସ୍ତାବ ନିଆଯାଇପାରିବ କି ନାହିଁ ଏବଂ ଏହାର ପରିଣାମ କ’ଣ ହେବ ସେ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ସାମ୍ବିଧାନିକ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ବଜେଟ ଅଧିବେଶନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ତୃଣମୂଳର ମୁଖ୍ୟ ସଚେତକ ତାପସ ରାୟ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ କିନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟ ଏବଂ ରାଜ୍ୟ ପ୍ରସଙ୍ଗରେ ତାଙ୍କର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ସେ କହିଛନ୍ତି, ରାଜ୍ୟ ଇତିହାସରେ ବାଚସ୍ପତିଙ୍କୁ ଏପରି ଅପମାନିତ କେବେ କରାଯାଇ ନାହିଁ। ରାଜ୍ୟପାଳଙ୍କ ଆଚରଣକୁ ନିନ୍ଦା କରାଯିବା ଉଚିତ। ,


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ସଂକ୍ରମଣ: ୧୦ ରାଜ୍ୟରୁ ୭୫% ମାମଲା

ନୂଆଦିଲ୍ଲୀ, ୨୭।୯: ଶନିବାର ୮୫,୩୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫% ଆକ୍ରାନ୍ତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ପରୀକ୍ଷା ବେଳେ ଶିକ୍ଷକଙ୍କୁ ଛାତ୍ରଙ୍କ ଛୁରାମାଡ଼

ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ରେ ଗୁରୁବାର ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ର ଶିକ୍ଷକଙ୍କୁ ଏକାଧିକ ଥର ଛୁରି ଭୁସିଛନ୍ତି। ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରେ...

ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ-କଶ୍ମୀରରେ ହେବ ସାଧାରଣ ନିର୍ବାଚନ: ଶାହ

ନୂଆଦିଲ୍ଲୀ,୨୮।୬: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବୃଦ୍ଧି କରିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସେଠାରେ ସାଧାରଣ ନିର୍ବାଚନ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀ...

ମୁଲାୟମ୍‌ଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଏସ୍‌ପି କହିଲା, ନେତାଙ୍କ ହୋଇଛି ଅପମାନ

ନୂଆଦିଲ୍ଲୀ,୨୬।୧: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ...

ଦ୍ରୋପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଭାଜପାର ପୂର୍ବତନ ସହଯୋଗୀ ଅକାଳୀ ଦଳ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ସହଯୋଗୀ ଅକାଳୀ ଦଳ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ଏନେଇ ଶୁକ୍ରବାର...

୭୨ ବର୍ଷରେ ପଦର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଜନ୍ମଦିନ ଅବସରରେ ମୋଦି ୪ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ...

ଭାଜପା ସହ ମିଶି କାମ କରିବାକୁ ଉତ୍ସୁକ ଅଛନ୍ତି କ୍ୟାପଟେନ

ଚଣ୍ଡିଗଡ଼,୧୯ ।୧୧: ଦେଶର କୃଷକଙ୍କ ପାଇଁ ଶୁକ୍ରବାର ଏକ ଶୁଭ ଦିନ ବୋଲି କୁହାଯାଉଛି । କେନ୍ଦ୍ର ସରକାର ଆଣିଥିବା ୩ ନୂଆ କୃଷି ନିୟମକୁ...

ହାପି ବାର୍ଥ ଡେ ଭାମିକା, ବର୍ଷକର ହେଲେ ବିରୁଷ୍କାଙ୍କ ଝିଅ

ମୁମ୍ବାଇ,୧୧ ।୧: ବଲିଉଡ୍ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କ ଝିଅ ଭାମିକା କୋହଲି ବର୍ଷକର ହୋଇଛନ୍ତି ।...

Advertisement
Archives

Model This Week