କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳି କାଳୀପଡ଼ିଆରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କେନ୍ଦୁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୁରତାଜା, କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି, ଉପସଭାପତି ଗୋକୁଳ ମେହେର, କେନ୍ଦୁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ଦିବ୍ୟସିଂ ଦେହୁରୀ, ଶଙ୍କର୍ଷଣ ସାହୁ, ସେକ୍ସନ ସମ୍ପାଦକ ରବି ନାରାୟଣ ମହାନ୍ତ ପ୍ରମୁଖ ସାମିଲ ବକ୍ତବ୍ୟ ରଖିଥିଲେ। ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜିଏସ୍ଟି ଉଚ୍ଛେଦ ପାଇଁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।
କେନ୍ଦୁପତ୍ର ତୋଳାଳିମାନଙ୍କ ହିତାଧିକାରୀ ହେବା ପାଇଁ ୨୦୦୦ ଟଙ୍କା କେରି ମାପଦଣ୍ଡକୁ ଉଠାଯାଇ ୧୦୦୦ କରାଯିବା, ବନ୍ଧେଇ ଶ୍ରମିକମାନଙ୍କ ଲାଗି ଉଦ୍ଦିଷ୍ଟ ପ୍ରତି ଦଶ ବଣ୍ଡଲର ମାନଦଣ୍ଡ କରି ପୂର୍ବପରି ମାନଦଣ୍ଡ, ପୂର୍ବରୁ ୨୦୧୮ ପର୍ଯ୍ୟନ୍ତ ଚାଲି ଆସିଥିବା ଓ ଏହା ପରଠାରୁ ସ୍ଥଗିତ ଥିବା ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ପୁନଃ ପ୍ରଚଳନ, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି, କେନ୍ଦୁପତ୍ର ଦର ବୃଦ୍ଧି, କେନ୍ଦୁପତ୍ର ସଂସ୍ଥାକୁ ଉନ୍ନତ ଓ କଲ୍ୟାଣ ଅଭିମୁଖୀ କରିବାକୁ ୨୦୦ କୋଟି ଟଙ୍କାର ଏକ ରିଭୋଲଭିଙ୍ଗ ଫଣ୍ଡ ଆଦି ଦାବି ହୋଇଛି। ଗ୍ରାମସଭା ନାମରେ କେନ୍ଦୁପତ୍ର ପରିଚାଳନାକୁ ଘରୋଇକରଣ କରା ନ ଯାଉ। ଗତ ୩ ବର୍ଷ ମଧ୍ୟରେ ଅତ୍ୟଧିକ ପରିମାଣର ଦର ଦାମ୍ ବୃଦ୍ଧି ହୋଇଥିବାରୁ ୨୦୨୨ରେ ସର୍ବନିମ୍ନ ମଜୁରୀ ସଂଶୋଧନ ପାଇଁ ପଦକ୍ଷେପ ନିଆଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଡିସେମ୍ବର ୧୨ରେ ଓକିଲ ସଂଘ ନିର୍ବାଚନ
କଟକ ଅଫିସ,୯ା୧୧: ହାଇକୋର୍ଟ ବାର୍ ଆସୋସିଏଶନ୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ଆସନ୍ତା ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି...

ଭାଜପାର ନାମାଙ୍କନ ପରେ ବିଜେଡି, କଂଗ୍ରେସ ପ୍ରାର୍ଥୀ ଉପରେ ନଜର
ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ...

ଆଇଏଫ୍ଏସ୍ ଅଧିକାରୀ ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ସାମାଜିକ ବାସନ୍ଦ ବିରୋଧରେ ଆଇନ ପ୍ରଣୟନ ପାଇଁ ହାଇକୋର୍ଟରେ ମାମଲା : ସରକାରଙ୍କୁ ରିପୋର୍ଟ ତଲବ
କଟକ ଅଫିସ,୨୫।୬ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅନେକ ଅଗ୍ରଗତି ଘଟିଛି। ଏହା ସାଙ୍ଗକୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଅଗେଇ ଚାଲିଛି। କିନ୍ତୁ...

ସିଲ୍ ହେଲା ଆଉଏକ ନକଲି ଗୁଟ୍ଖା କାରଖାନା
ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ପୁରୁଣା ଆଇସ୍କ୍ରିମ ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ଗୁଟ୍ଖା ଓ ଜର୍ଦ୍ଦା କାରଖାନା। ବେଆଇନ ଭାବେ ହେଉଥିଲା କୋଟି କୋଟି ଟଙ୍କାର କାରବାର। ସୋମବାର...

ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ
ସମ୍ବଲପୁର, ୮।୩(ବ୍ୟୁରୋ): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ । ଜଙ୍ଗଲ ନିଆଁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ସଞ୍ଜୀତ କୁମାର ଏଭଳି କଡ଼ା ପଦକ୍ଷେପ...

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍ପି
ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜ୍ୟର ଆଶାକର୍ମୀମାନଙ୍କର ଦରମା ବୃଦ୍ଧି ନେଇ ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ଯ୍ୟାଳୟରେ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ସୁବାସ ସିଂଙ୍କ ନେତୃତ୍ୱରେ ୫ ଜଣ...

ଧନଞ୍ଜୟନ୍ ଦମ୍ପତିଙ୍କୁ ‘ଭରତମୁନୀ ସମ୍ମାନ’
ଭୁବନେଶ୍ୱର, ,୧୭ା୧୨(ବ୍ୟୁରୋ): ଏକାଦଶ ଭରତମୁନୀ ମହୋତ୍ସବ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟଅତିଥି ଭାବେ ଯୋଗଦେଇ...