Posted inଜାତୀୟ

ୟୁଏନ୍‌ଏସ୍‌ସିର ସମ୍ପ୍ରସାରଣ ଦାବି ଉଠିଲା

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଜି୨୦ ସମ୍ମିଳନୀର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ସମ୍ପ୍ରସାରଣ ଦାବିକୁ ଦୋହରାଇବା ସହ ବିଶ୍ୱର ନୂଆ ବାସ୍ତବତାର ପ୍ରତିଫଳନ ଲାଗି ବୈଶ୍ୱିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିଲେ। ଅନେକ ସ୍ପଷ୍ଟ ଓ ବାସ୍ତବ ପ୍ରଭାବ ସୁନିଶ୍ଚିତ କରିଥିବା ଭାରତର ଜି୨୦ ଅଧ୍ୟକ୍ଷତାକୁ ବିଶ୍ୱ ନେତାମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ବିକାଶଶୀଳ ଅର୍ଥନୀତିଗୁଡ଼ିକର ସ୍ବାର୍ଥକୁ ନେଇ ଭାରତ ସ୍ବର ଉଠାଇଥିବାରୁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ଏହାର ପ୍ରଶଂସା କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦରେ ନୂଆ ବିକାଶଶୀଳ ଦେଶଗୁଡ଼ିକୁ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟତା ମିଳିବା ରାଜନୈତିକ ସାମର୍ଥ୍ୟ ବଢ଼ାଇବା ସହ ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ସେମାନଙ୍କ ପ୍ରତିନିଧିତ୍ୱ ବଢ଼ାଇବ ବୋଲି ଲୁଲା କହିଥିଲେ।
ଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ ଜି୨୦ ସମିଟ୍‌ ରବିବାର ଶେଷ ହୋଇଛି। ସମ୍ମିଳନୀର ଉଦ୍‌ଯାପନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସ୍କୃତ ଶ୍ଳୋକ ଆବୃତ୍ତି କରି ସାରା ବିଶ୍ୱ ପାଇଁ ଶାନ୍ତି କାମନା କରିଥିଲେ। ଅଧିବେଶନ ଶେଷରେ ମୋଦି ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭାଙ୍କୁ ଗାଭେଲ ହସ୍ତାନ୍ତର କରିଛନ୍ତି। ଭୂରାଜନୈତିକ ପ୍ରସଙ୍ଗ ଜି୨୦ ଆଲୋଚନାକୁ ପଥଚ୍ୟୁତ ନ କରୁ ବୋଲି ଆସନ୍ତା ବର୍ଷ ପାଇଁ ବ୍ରାଜିଲ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଅବସରରେ ଲୁଲା କହିଥିଲେ। ଦ୍ୱନ୍ଦ୍ୱ ବଦଳରେ ଆମେ ଶାନ୍ତି ଓ ସହଯୋଗ ଚାହୁଁ ବୋଲି ବ୍ରାଜିଲ ରାଷ୍ଟ୍ରପତି ମତ ଦେଇଥିଲେ। ରବିବାର ଉଦ୍‌ଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦି ସମିଟ୍‌ରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କରିବା ଲାଗି ନଭେମ୍ବର ଶେଷ ଭାଗରେ ଜି୨୦ର ଭର୍ଚୁଆଲ୍‌ ସମିଟ୍‌ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ। ନୂଆ ବୈଶ୍ୱିକ ଢାଞ୍ଚାରେ ବିଶ୍ୱର ନୂଆ ବାସ୍ତବତାର ପ୍ରତିଫଳନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେବା ସହ ଜାତିସଂଘ ଭଳି ବୈଶ୍ୱିକ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଲାଗି ପ୍ରସ୍ତାବ ରଖିଥିଲେ। ତେବେ ଭାରତର ଜି୨୦ ଅଧ୍ୟକ୍ଷତା ଆନୁଷ୍ଠାନିକ ଭାବେ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିବ।

ଭାରତ ମଣ୍ଡପମ୍‌ରେ ଚାରା ରୋପଣ

ଜି୨୦ ସମ୍ମିଳନୀ ଆୟୋଜନ ସ୍ଥଳ ଭାରତ ମଣ୍ଡପମ୍‌ର ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜି୨୦ ନେତାମାନେ ପ୍ରତୀକାତ୍ମକ ବୃକ୍ଷରୋପଣ ଉତ୍ସବରେ ସାମିଲ ହୋଇଥିଲେ। ‘ଏକ ଭବିଷ୍ୟତ’ ଶୀର୍ଷକ ଉପରେ ସମିଟ୍‌ର ତୃତୀୟ ଅଧିବେଶନ ଆରମ୍ଭ ସମୟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ଏବଂ ତାଙ୍କ ବ୍ରାଜିଲ ପ୍ରତିପକ୍ଷ ଲୁଲା ଡା ସିଲ୍‌ଭା ମୋଦିଙ୍କୁ ସେମାନଙ୍କ ଦେଶର ଗଛ ଚାରା ପ୍ରଦାନ କରିଥିଲେ। ଜି୨୦ ପ୍ରତିନିଧି ମୁଖ୍ୟମାନେ ପ୍ରତୀକାତ୍ମକ ଚାରାରୋପଣ ଉତ୍ସବରେ ସାମିଲ ହେବା ପରିବେଶୀୟ ସଚେତନତାକୁ ଉଜ୍ଜୀବିତ କରିବାର ଏକ ସାମୂହିକ ଉଦ୍ୟମ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଛନ୍ତି।

୨ ବିଲିୟନ ଡଲାର ଯୋଗାଇବ ବ୍ରିଟେନ୍‌

ସ୍ବଚ୍ଛ ଜଳବାୟୁ ପାଣ୍ଠିକୁ ବ୍ରିଟେନ୍‌ ସର୍ବାଧିକ ୨ ବିଲିୟନ ଡଲାର ଯୋଗାଇଦେବ ବୋଲି ରବିବାର ପ୍ରତିଶ୍ରୁତି ଦେଇଛି। ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଏହା ସହାୟକ ହେବ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ଏବଂ ବିଶ୍ୱର ସବୁଠୁ ଅସୁରକ୍ଷିତ ଲୋକମାନଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଏହି ସହାୟତା ଘୋଷଣା କରିଥିବା ବ୍ରିଟିଶ ହାଇ କମିଶନ କହିଛନ୍ତି।

ବିଆର୍‌ଆଇରୁ ଓହରିଲା ଇଟାଲୀ

ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)ରୁ ଇଟାଲୀ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ଏହାର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌ଙ୍କୁ ଜଣାଇଦେଇଛନ୍ତି। ଜି୨୦ ସମିଟ୍‌ ଅବସରରେ ଇଟାଲୀର ଏହି ନିଷ୍ପତ୍ତି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଶକ୍ତ ଧକ୍କା ହୋଇଛି। ବେଜିଂ ତୃତୀୟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଫୋରମ୍‌ ପାଇଁ ବିଶ୍ୱ ନେତାମାନଙ୍କ ସମ୍ମିଳନୀର ଆୟୋଜନ କରିବାକୁ ଯାଉଥିବାବେଳେ ବିଆର୍‌ଆଇରୁ ଓହରିଯିବାକୁ ଇଟାଲୀ ନିଷ୍ପତ୍ତି ନେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?