ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜାକୁ ବିରୋଧ କରାଯାଇଛି। ସର୍ବଭାରତୀୟ ହିନ୍ଦୁ ଜାଗରଣ ମଞ୍ଚର ଆହ୍ବାନରେ ଏକ ବିକ୍ଷୋଭ ଶୋଭାଯାତ୍ରା ଶୁକ୍ରବାର ସହର ପରିକ୍ରମା କରିଛି।

ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜା ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ବାଂଲାଦେଶରେ ଥିବା ହିନ୍ଦୁଙ୍କ ଧନ ଜୀବନକୁ ସୁରକ୍ଷା ଦେବା, ହିନ୍ଦୁମାନଙ୍କ ସୁରକ୍ଷା ଲାଗି ଭାରତ ସରକାର ଆନ୍ତର୍ଜାତୀୟସ୍ତରରେ ସ୍ବର ଉତ୍ତୋଳନ କରିବାକୁ ପ୍ରଦତ୍ତ ସ୍ମାରପତ୍ରରେ ଉଲ୍ଲେଖ କରି ସେମାନେ ଦାବି କରିଛନ୍ତି ।

ହିନ୍ଦୁ ସମାଜର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଇସକନ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇ ବନ୍ଦୀ କରି ରଖିଛନ୍ତି। ଭାରତରେ ବାଂଲାଦେଶୀ ରହଙ୍ଗିଆଙ୍କ ଅନୁପ୍ରବେଶରେ ରୋକ ଲଗାଇବା ସହ ଏହି ସମ୍ପ୍ରଦାୟର ଲୋକଙ୍କୁ ଚିହ୍ନଟ କରି ଭାରତରୁ ବିଦା କରାଯାଉ ବୋଲି କର୍ମକର୍ତ୍ତାମାନେ ଦାବି କରିଛନ୍ତି।ନଚେତ ହିନ୍ଦୁ ଧର୍ମର ସନ୍ଥ ଶାସ୍ତ୍ର ବଦଳରେ ଅସ୍ତ୍ର ଧରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଶୋଭାଯାତ୍ରା ହିନ୍ଦୁ ସୁରକ୍ଷା ମଞ୍ଚ ଆବାହକ ଚରଣ ସେନ ଦାସ, ସଂଯୋଜକ କୈଳାସ ଚନ୍ଦ୍ର ଗୌଡ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ହରିହର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri