Posted inଜାତୀୟ

ସି୨+୫୦% ସୂତ୍ରରେ ଏମ୍‌ଏସ୍‌ପି ଲାଗୁ କରିବାକୁ ଏସ୍‌କେଏମ୍‌ର ଦାବି: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୨(ପି.ଟି.):ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ସରକାର ଡାଲି, ମକା ଏବଂ ତୁଳା କିଣିବେ ବୋଲି କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ୟୁନିୟନଗୁଡ଼ିକର ସର୍ବୋଚ୍ଚ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରଙ୍କ ପ୍ରସ୍ତାବରେ ସ୍ପଷ୍ଟତା ନାହିଁ। ଏହା ଚାଷୀମାନଙ୍କ ସ୍ବାର୍ଥ ବିରୋଧୀ। ମୁଖ୍ୟ ଦାବିଗୁଡ଼ିକରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏଭଳି ପ୍ରସ୍ତାବ ଦେଇଥିବା କହି ଏସ୍‌କେଏମ୍‌ ଏହାର ସମାଲୋଚନା କରିଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଇସ୍ତାହାରରେ ଦେଇଥିବା ପ୍ରସ୍ତୁତି ଅନୁଯାୟୀ ଉପରୋକ୍ତ ଫସଲ ସମେତ ମୋଟ ୨୩ଟି ଫସଲ କ୍ରୟ ଉପରେ ଏମ୍‌ଏସ୍‌ପିରେ ଆଇନଗତ ଗ୍ୟାରେଣ୍ଟି ଦିଆଯିବାକୁ କୃଷକ ସଂଗଠନ କହିଛି। ବର୍ତ୍ତମାନର ପ୍ରଚଳିତ ଏ୨+ଏଫ୍‌ଏଲ୍‌+୫୦% ସୂତ୍ର ପରିବର୍ତ୍ତେ ସ୍ବାମୀନାଥନ କମିଶନଙ୍କ ସୂତ୍ର ସି୨+୫୦% ଏମ୍‌ଏସ୍‌ପି ଲାଗୁ କରାଯିବା ଉପରେ କୃଷକ ସଂଗଠନ ଜୋର୍‌ ଦେଇଛି। ଏ୨+ଏଫ୍‌ଏଲ୍‌+୫୦% ସୂତ୍ର ହେଲା କୃଷକ ଚାଷକାର୍ଯ୍ୟରେ ଖର୍ଚ୍ଚ କରିଥିବା ମୋଟ ଅର୍ଥ, ନିଜ ପରିବାରର ଶ୍ରମ ସହିତ ଅଧିକ ୫୦ ପ୍ରତିଶତ ମିଶାଇ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା। ସେହିପରି ସି୨+୫୦% ସୂତ୍ର ହେଉଛି କୃଷିରେ ବ୍ୟୟ ଅର୍ଥ, ପରିବାର ସଦସ୍ୟଙ୍କ ଶ୍ରମ, ଜମିର ଭଡ଼ା, ନିଜ ପୁଞ୍ଜିର ସୁଧ ସହ ଅଧିକ ୫୦ ପ୍ରତିଶତ ମିଶାଇ ଏମ୍‌ଏସ୍‌ପି ଧାର୍ଯ୍ୟ କରିବା। ଏହା ବ୍ୟତୀତ କୃଷକମାନଙ୍କ ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ କରାଯିବା ପାଇଁ ଏସ୍‌କେଏମ୍‌ କହିଛି।
ରବିବାର ରାତିରେ କେନ୍ଦ୍ରମନ୍ତ୍ରୀ ଏବଂ କୃଷକ ନେତାମାନଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନାରେ ସରକାରଙ୍କ ପକ୍ଷରୁ ୫ ବର୍ଷ ପାଇଁ ସରକାରୀ ଏଜେନ୍ସି ଦ୍ୱାରା ଏମ୍‌ଏସ୍‌ପିରେ ଡାଲି, ମକା ଏବଂ କପା କିଣିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବ ଉପରେ ଅନ୍ୟ ଚାଷୀମାନଙ୍କ ସହିତ ଆଲୋଚନା କରାଯିବା ସହ କୃଷି ଏବଂ ଆଇନ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ। ଏହା ପରେ କେନ୍ଦ୍ରକୁ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ରବିବାର ରାତିରେ କୃଷକ ସଂଗଠନ କହିବା ସହ ଦିଲ୍ଲୀ ଚଲୋ ଅଭିଯାନ ୨୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି କହିଥିଲା। ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି ସହ ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା, କୃଷକ ଓ କୃଷି ଶ୍ରମିକଙ୍କୁ ପେନ୍‌ସନ, କୃଷିଋଣ ଛାଡ଼, ବିଦ୍ୟୁତ୍‌ ଦେୟ ନ ବଢ଼ାଇବା, ୨୦୨୧ ଲଖ୍‌ମୀପୁର ଖେରି ମାମଲାରେ ପୋଲିସ ମାମଲା ପ୍ରତ୍ୟାହାର କରିନେବା ସହ ନ୍ୟାୟ ପ୍ରଦାନ କରିବା, ଭୂ-ଅଧିଗ୍ରହଣ ଆଇନ, ୨୦୧୩ ପୁନର୍ବାର ଲାଗୁ କରିବା ଏବଂ ୨୦୨୦-୨୧ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀ ପରିବାରଗୁଡ଼ିକୁ କ୍ଷତିପୂରଣ ଦେବା ଆଦି ଦାବି ନେଇ କୃଷକ ସଂଗଠନଗୁଡ଼ିକର ଆହ୍ବାନରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଥିଲା। ହରିୟାଣା ପୋଲିସ୍‌ ଚାଷୀମାନଙ୍କୁ ଆଗକୁ ଯିବାକୁ ନ ଦେବାରୁ ସେମାନେ ପଟିଆଲା ଜିଲାର ଶମ୍ଭୁ ସୀମାରେ ଅଟକି ରହିଛନ୍ତି। କୃଷକ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ୩ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ରବିବାର ରାତିରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଏନ୍‌ସିସିଏଫ୍‌, ନାଫେଡ୍‌ ଏବଂ ଭାରତର କଟନ କର୍ପୋରେଶନ ଭଳି ସମବାୟ ସଂସ୍ଥା ଆଇନଗତ ଚୁକ୍ତି ସ୍ବାକ୍ଷର କରି ଚାଷୀମାନଙ୍କଠାରୁ ଡାଲି, ମକା ଓ କପା ଫସଲ ଆଗାମୀ ୫ ବର୍ଷ ପାଇଁ ଏମ୍‌ଏସ୍‌ପିରେ କିଣିବେ ବୋଲି ସରକାର ପ୍ରସ୍ତାବ ଦେଇଥିବା ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଥିଲେ। କୃଷକ ନେତାମାନେ ଏହା ଉପରେ ସୋମବାର ଓ ମଙ୍ଗଳବାର ଆଲୋଚନା କଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଥିଲେ। ସୋମବାର ବିଭିନ୍ନ କୃଷକ ୟୁନିୟନର ନେତାମାନଙ୍କ ସହ ଆଲୋଚନା ପରେ କେନ୍ଦ୍ରର ଦାବିକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପ୍ରତ୍ୟାଖ୍ୟାନ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ମଝି ଆକାଶରେ ଝଗଡ଼ା ଲାଗିଲେ ୨ ପାଇଲଟ୍‌, ବିମାନ ଜରୁରୀ ଅବତରଣ କରିବା ପରେ…

ଦୁବାଇ,୩୦ା୯: ବୁଧବାର ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନ ଏଫ୍‌ ଜେଡ୍‌ ୧୦୭୩କୁ ସାଉଦି ଆରବର ତାବୁକ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ଜରୁରୀକାଳିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?