ସମାଧାନ ହେବ କ୍ରେତା-ବିକ୍ରେତାଙ୍କ ସମସ୍ୟା

ଭୁବନେଶ୍ୱର,୨୦।୨: ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟ ସରକାର ଘରୋଇ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ ଲଗାଇଥିବାରୁ ଉଭୟ କ୍ରେତା ଓ ବିକ୍ରେତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏପରିକି ବିକ୍ରେତା (ଆପାର୍ଟମେଣ୍ଟ ମାଲିକ)ମାନେ କୋଟି କୋଟି ଟଙ୍କାର କ୍ଷତି ସହୁଥିବା ବିଭିନ ସୂତ୍ରରୁ ଜଣାପଡ଼ିଛି। ନିକଟରେ ରାଜ୍ୟ ସରକାର ଆପାର୍ଟମେଣ୍ଟ ପଞ୍ଜୀକରଣ ସମ୍ପର୍କିତ ସମସ୍ୟାର ସମାଧାନ ସହ ନୂତନ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କନ୍‌ଫେଡେରେଶନ ଅଫ୍‌ ରିଅଲ ଇଷ୍ଟେଟ ଡେଭଲପର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ (ସିଆରଇଡିଆଇ ବା କେଡ୍ରାଇ) ର ଓଡ଼ିଶା ଶାଖା (କ୍ରେଡାଇ ଓଡ଼ିଶା) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ କ୍ରେଡାଇ ଓଡ଼ିଶାର ସଭାପତି ସ୍ବଦେଶ କୁମାର ରାଉତରାୟ, ସାମ୍ପାଦକ ଅନିଲ କୁମାର ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରାଙ୍କ ସମେତ କ୍ରେଡାଇ ଭୁବନେଶ୍ୱର ଚାପ୍ଟରର ସଭାପତି ସୋଫିଆ ଫ୍ରିଦସ ପ୍ରମୁଖ ଯୋଗଦେଇ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ଓଡ଼ିଶା ଆପାର୍ଟମେଣ୍ଟ ଓନରଶିପ ରୁଲ୍‌ସ-୨୦୨୪ ଏବଂ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ନୂତନ ପଞ୍ଜୀକରଣ ନିୟମାବଳୀ ସମ୍ପର୍କରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା କରାଯାଇଥିଲା। ସେହିଭଳି ସରକାରଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣରେ କେତେକ ମୌଳିକ ସମସ୍ୟା ରହିଥିବାବେଳେ ଏହାର ସମାଧାନ ସହିତ କ୍ରେଡାଇ ଓଡ଼ିଶାର କେତେକ ପ୍ରସ୍ତାବ ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ବିଜ୍ଞପ୍ତି ପ୍ରକାଶ କରାଯାଉ ବୋଲି କ୍ରେଡାଇ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ଟ୍ୟୁସନ ବାହାନାରେ ନାବାଳକଙ୍କୁ ବଳାତ୍କାର କରି ଫସିଲେ ଶିକ୍ଷକ, ପୂରା ଘଟଣା ଜାଣିଲେ…

କଟକ,୨୪।୬(ପ୍ରଭୁ କଲ୍ୟାଣ ପାଲ): ଅପ୍ରାକୃତିକ ଯୌନ ଲାଳସା ହେଲା କାଳ। ନାବାଳକଙ୍କୁ ବଳାତ୍କାର କରି ଫସିଲେ ଉର୍ଦ୍ଦୁ ଶିକ୍ଷକ। ଟ୍ୟୁସନ ବାହାନାରେ ନାବାଳକକୁ ବାରମ୍ବାର ପକାଉଥିଲେ ଲୋଲୁପ…

୯ରେ ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୨୪।୬ (ରବିନାରାୟଣ ଜେନା): ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ ଜୁଲାଇ ୯ରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ…

୪ରେ ଆସିପାରନ୍ତି ଅମିତ୍‌ ଶାହା

ଭୁବନେଶ୍ୱର,୨୪।୬ (ସୁନିତ୍‌ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଶାହାଙ୍କ ରାଜ୍ୟ ଗସ୍ତ ନେଇ ପ୍ରସ୍ତାବନା ରହିଛି। ମାତ୍ର…

ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର; ରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର, ୨୪।୬ (ଦିଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri