ବିଧାୟକଙ୍କୁ ଟିକେଟ ନ ଦେବାକୁ ଦାବି

କୁଜଙ୍ଗ,୫।୪ (ମନୋଜ ପ୍ରଧାନ):ପାରାଦୀପରେ ବିଜେଡି ଟିକେଟକୁ ନେଇ ଉଠିଥିବା ଝଡ଼ ଥମିବାର ନାଁ ଧରୁନାହିଁ । ଏନେଇ ଦୀର୍ଘ ଦୁଇମାସ ହେବ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଓ ଦଳୀୟ ସରପଞ୍ଚ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସମାବେଶ କରିଆସୁଥିଲେ । ମାତ୍ର ବର୍ଷୀୟାନ ରାଜନେତା ତଥା ବିଧାୟକଙ୍କ ପିତା ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତପରେ ସମସ୍ତ ରାଜନୈତିକ ପ୍ରକ୍ରିୟା ଠପ୍‌ ହୋଇଯାଇଥିଲା । ତାଙ୍କ ଦେହାନ୍ତର ୧୫ଦିନ ପରେ ପୁନର୍ବାର ବିଧାୟକ ବିରୋଧୀ ମେଳି ଯୋର ଧରିଛି । ଗୁରବାର କୁଜଙ୍ଗସ୍ଥିତ ବିଦ୍ୟୁଲତା ମଣ୍ଡପଠାରେ ପୂର୍ବତନ ସରପଞ୍ଚ ତଥା ଜଗତ୍‌ସିଂହପୁର ଜିଲା ବିଜେଡି ଉପସଭାପତି ସଂଗ୍ରାମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ କୁଜଙ୍ଗ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା ଅଭିଯୋଗ କରିଥିଲେ ଯେ, ବହୁ କର୍ମୀଙ୍କ ସହଯୋଗରେ ସମ୍ବିତ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ କୌଣସି କର୍ମୀଙ୍କ ଦୁଃଖ ସୁଖରେ ଭାଗିହେଉନାହାନ୍ତି । ତାଙ୍କ ପରିବାରରୁ କାହାକୁ ଟିକେଟ ଦିଆ ନ ଯାଉବୋଲି ଦାବି କରିଥିଲେ । ନଚେତ୍‌ ନବୀନ ନିବାସ ଘେରାଉ କରି ବିରୋଧ କରାଯିବ ବୋଲି ବେହେରା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଖବରଦାତା ସମ୍ମିଳନୀରେ ଅଗପାଳ ସରପଞ୍ଚ ବିପିନ ବିଶ୍ୱାଳ, ପଙ୍କପାଳ ସରପଞ୍ଚ ସରୋଜ ସେଠୀ, ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା, ପୂର୍ବତନ ସରପଞ୍ଚ ଭାରତ ଭୂଷଣ ନାୟକ, ପୂର୍ବତନ ସରପଞ୍ଚ ତପନ ସାମନ୍ତରାୟ, ଅଟଳ ଦାସ, ମନୋଜ ବେହେରା, ଅଟଳ ପରିଡା, ଦୀପକ ସ୍ବାଇଁ, ସୌମ୍ୟରଞ୍ଜନ ରାଉତ, କୈଳାସ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
ଏ ସମ୍ପର୍କରେ ବିଧାୟକ ରାଉତରାୟ କହିଛନ୍ତି, ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସମସ୍ତେ ଦାମବାବୁଙ୍କ ଦ୍ୱାରା ପରିଚିତ ା ସେ ମଧ୍ୟ ସମସ୍ତ କର୍ମୀଙ୍କୁ ସାଙ୍ଗରେ ନେଇ ଚାଲନ୍ତି । ଏଥିସହ କେଉଁ କ୍ଷେତ୍ରରେ ସେ କର୍ମୀମାନଙ୍କୁ ଅସହଯୋଗ କରିଛନ୍ତି ତା’ର ପ୍ରମାଣ ଦେବାକୁ ସେ କହିଥିଲେ। ଟିକେଟ ସମ୍ପର୍କରେ ବିଧାୟକ କହିଥିଲେ, ମୁଖ୍ୟମନ୍ତ୍ରୀ କାହାକୁ ଟିକେଟ ଦେବେ ନ ଦେବେ ତାହା ତାଙ୍କ ଉପରେ ନିର୍ଭର କରେ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?