ଭାଗ ଜମି ବିକ୍ରି ବନ୍ଦ, ସରଳୀକରଣ ନିୟମ ପ୍ରଣୟନ ଲାଗି ମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୧୭ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ୨୦୨୨ ମେ ୧ଠାରୁ ଭାଗ ଜମି ବିକ୍ରୟ କରିବା ବନ୍ଦ ହୋଇଯାଇଛି। ଏହି ସମସ୍ୟା ସମାଧାନ ନେଇ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ଗସ୍ତ ସମୟରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୂତନ ନିୟମ ପ୍ରକାରରେ ଜଣେ ବ୍ୟକ୍ତି ନିଜ ଜମିର କିଛି ଅଂଶ ବିକ୍ରି କରି ପାରିବ ନାହିଁ। ଯାହାଦ୍ୱାରା ବିନା କାରଣରେ ତା’ର ସମସ୍ତ ଜମି ବିକ୍ରି କରିବାକୁ ବାଧ୍ୟ ହୋଇ ଭୂମିହୀନ ହେବାକୁ ପଡୁଛି। କୌଣସି ଗରିବ ଶ୍ରେଣୀର ବ୍ୟକ୍ତି ଛୋଟିଆ ଜାଗାଟିଏ କିଣି ଘର କରିପାରୁ ନାହାନ୍ତି। ଭଡ଼ା ଘରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛନ୍ତି ଓ ସାସ୍ଥ୍ୟଗତ ସମସ୍ୟା ହେଲେ ମଧ୍ୟ ଆବଶ୍ୟକ ସୁଳେ ନିଜ ସମ୍ପତ୍ତିର ଆଶିଂକ ଭାଗ ମଧ୍ୟ ବିକ୍ରି କରି ପାରୁ ନାହାନ୍ତି। ନିଜର ପୈତୃକ ସମ୍ପତ୍ତିକୁ ଭାଗ ବଣ୍ଟନ ମଧ୍ୟ କରିପାରୁନାହାନ୍ତି। ଜମି ବିକ୍ରି ବନ୍ଦ ଯୋଗୁ ସହର ବିକାଶ ନିର୍ମାଣରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ମଧ୍ୟ ହେଉଛି। ଏହି ସବୁ ଅସୁବିଧାର ସମାଧାନ ପାଇଁ ଓଡ଼ିଶା ସରକାର ଏକ ସରଳୀକରଣ ଉପାୟ ବାହାର କରି କିଣାବିକା, ନିର୍ମାଣ କାର୍ଯ୍ୟ, ଜନସାଧାରଣଙ୍କ ରୋଜଗାର ଇତ୍ୟାଦି, ସହର, ଗାଁର ବିକାଶକୁ ଦୃଷ୍ଟିରେ ରଖି ସରଳୀକରଣ ନିୟମ ଆଇନ ପ୍ରଣୟନ କରିବାକୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଲୋହିତ କୁମାର ମଙ୍ଗରାଜ, ସନ୍ତୋଷ କୁମାର ପାଢ଼ୀ, ସୁନୀଲ କୁମାର ପାଣିଗ୍ରାହୀ, ଅଜିତ କୁମାର ସୁବୁଦ୍ଧି, ଧନୁର୍ଦ୍ଧର ପାତ୍ର, ପ୍ରଦୀପ ସିଂ, ସଂଜୀବ କୁମାର ଦାଶ, ପ୍ରଭାତ ତ୍ରିପାଠୀ, ସଂଗ୍ରାମ ମହାନ୍ତି, ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri