ଭଦ୍ରକ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ପୁରାତନ ଛାତ୍ର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଆସନ୍ତା ବର୍ଷ ୭୫ତମ ପୂର୍ତ୍ତି ଉତ୍ସବ ପାଳନ କରିବ। ଏଥିପାଇଁ ମହାବିଦ୍ୟାଳୟର ପୁରାତନ ଛାତ୍ରୀଛାତ୍ରମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ୭୫ବର୍ଷ ପୂର୍ତ୍ତି ଉତ୍ସବ ପୂର୍ବରୁ ଏହି ମହାବିଦ୍ୟାଳୟକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରିବାକୁ ଦାବି କରାଯାଇଛି। ଏ ନେଇ ଶୁକ୍ରବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଏଥିସହ ହେବାକୁ ଥିବା ଡାଇମଣ୍ଡ ଜୁବିଲି (୭୫ତମ ପୂର୍ତ୍ତି ଉତ୍ସବ)ରେ ରାଜ୍ୟ ସରକାରଙ୍କ ପକ୍ଷରୁ କିପରି ସହଯୋଗ ରହିବ ସେ ନେଇ ମଧ୍ୟ ସେମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ପୁରାତନ ଛାତ୍ରମାନଙ୍କ ତରଫରୁ ଆସନ୍ତା ବର୍ଷ କଲେଜ ପରିସରରେ ୫ ଦିନିଆ ଡାଇମଣ୍ଡ ଜୁବିଲି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଏଥିରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଏବଂ ରାଜ୍ୟର ବରିଷ୍ଠ ମନ୍ତ୍ରୀମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବାର ଯୋଜନା ରହିଛି। ପୁରାତନ ଛାତ୍ର ଜ୍ୟୋତିପ୍ରକାଶ ମହାନ୍ତି, ଜ୍ଞାନ ରଞ୍ଜନ ମହାନ୍ତି, ଅକ୍ଷୟ କୁମାର ଦାସ, ଦୀପକ, ବେହେରା, ମାନସ ସାହୁ, ରଞ୍ଜନ ପ୍ରଧାନ ଏବଂ ବିକ୍ରମ ମଲ୍ଲିକ ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ସହ ସହଯୋଗ କାମନା କରିଛନ୍ତି। ମନ୍ତ୍ରୀ ମଧ୍ୟ ଆଗାମୀ ଦିନରେ ପୁରାତନ ଛାତ୍ରମାନଙ୍କୁ କଲେଜର ବହୁବିଧ ଉନ୍ନତି ଏବଂ ଡାଇମଣ୍ଡ ଜୁବିଲି କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠଯୋଡି ନଦୀ ପଠାରେ ପଡିଛି ମହିଳାଙ୍କ ଗଳିତ ମୃତଦେହ, ଅର୍ଦ୍ଧ ଉଲଗ୍ନ….

କଟକ, ୨୬।୫(ପ୍ରଭୁକଲ୍ୟାଣ ପାଲ): ପୁରୀଘାଟ ଥାନା ଅନ୍ତର୍ଗତ କାଠଯୋଡି ନଦୀ ପଠାରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ହୋଇ…

ଆଜି କ୍ୱାଲିଫାୟର-୧, ଆର୍‌ସିବି-ଗୁଜରାଟ ମହାମୁକାବିଲା

ଧର୍ମଶାଳା, ୨୬ା୫: ଆଜି ଚଳିତ ଆଇପିଏଲ୍‌ର କ୍ୱାଲିଫାୟର-୧ ମହାମୁକାବିଲା। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ର ବିଜେତା…

ହଠାତ୍‌ ଫାଟିଲା ଚକ, ପୋଲ ତଳକୁ ଖସିପଡିଲା ଟ୍ରକ୍‌; ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବଲାଙ୍ଗୀର,୨୬।୫ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପଦ୍ମପୁର-ପାଟଣାଗଡ ରାସ୍ତା ଜୁରିଆ ବ୍ରିଜ୍‌ ତଳକୁ ଖସି ପଡ଼ିଲା ଟ୍ରକ୍‌ । ଦମକଳବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର…

ଦେବାଶିଷଙ୍କ ଭାଜପାରେ ଯୋଗଦାନକୁ ନେଇ ବିଜେଡି କ୍ଷୁବ୍ଧ, ନବୀନ ପଟ୍ଟନାୟକଙ୍କ ପାଖଲୋକ କହିଲେ, ‘ଭବିଷ୍ୟତରେ ସେ…’

ଭୁବନେଶ୍ୱର, ୨୬।୫: ଭାଜପାରେ ମିଶିଲେ ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ରାଜ୍ୟ ସଭାପତି ମନମୋହନ…

ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଖୁସି ଖବର! ଇରାନ ସହ ଡିଲ୍‌କୁ ନେଇ ୟୁ-ଟର୍ନ ନେଲେ ରୁବିଓ

ନୂଆଦିଲ୍ଲୀ,୨୬।୫: ଇରାନ ସହିତ ସମ୍ଭାବ୍ୟ ଚୁକ୍ତି ସମ୍ପର୍କରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ତାଙ୍କର ପୂର୍ବ ବକ୍ତବ୍ୟରୁ ଏକ ୟୁ-ଟର୍ନ ନେଇଛନ୍ତି। ପୂର୍ବରୁ, ସେ କହିଥିଲେ…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ: ଗୁଡାରିରେ ଆତଙ୍କ

ଗୁଡାରି,୨୬।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲାର ଗୁଡାରି ସହରରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ସୁନା ବ୍ୟବସାୟୀଙ୍କୁ ଡକାୟତ ଗ୍ୟାଙ୍ଗ ମରଣାନ୍ତକ…

ମୁଁ କେମିତି ବଞ୍ଚିବି…. କୋରାପୁଟ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ରୋଚକ ଦୃଶ୍ୟ, ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

କୋରାପୁଟ,୨୬।୫(ଅମିତାଭ ବେହେରା ): କୋରାପୁଟ ଜିଲାପାଳଙ୍କ ମିଳିତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜଣେ ମହିଳା କାନ୍ଦି କାନ୍ଦି ନିଜ ଅଭିଯୋଗ ଜଣାଇଛନ୍ତି । କୋରାପୁଟ…

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୨୬।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ମଦନପୁର ରାମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri