ପୂର୍ବାପେକ୍ଷା ଟ୍ରାକ୍ଟର ଚାହିଦା ବଢୁଛି: ସଞ୍ଜିତ କୁମାର

କୃଷି ପ୍ରଧାନ ଦେଶ ଭାରତରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଉଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। କୃଷି ଯନ୍ତ୍ରପାତି ଭାବେ ଟ୍ରାକ୍ଟରର ସବୁଠାରୁ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ବର୍ତ୍ତମାନ ଏ କ୍ଷେତ୍ରରେ ଟ୍ରାକ୍ଟରକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର (ଫାର୍ମ ଡିଭିଜନ), ଓଡ଼ିଶା ଏରିଆ ମ୍ୟାନେଜର ସଞ୍ଜିତ କୁମାର। ଟ୍ରାକ୍ଟର ବ୍ୟବହାର ଫଳରେ ସମୟ ବଞ୍ଚିବା ସହ ସ୍ବଳ୍ପ ମୂଲ୍ୟରେ ଚାଷୀର ଚାଷ କାର୍ଯ୍ୟ ଅନେକାଂଶରେ ହୋଇଯାଉଛି। ଟ୍ରାକ୍ଟର କମ୍ପାନୀଗୁଡିକ ନୂଆ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ବର୍ଗର ଟ୍ରାକ୍ଟର ବଜାରରେ ଉପଲବ୍ଧ କରାଉଛନ୍ତି। ଓଡ଼ିଶା ବଜାରରେ ମହିନ୍ଦ୍ରା ଟ୍ରାକ୍ଟରର ଚାହିଦା ଏବଂ ଅନ୍ୟ ଯୋଜନା ସମ୍ପର୍କରେ କୁମାରଙ୍କ ସହ ଧରିତ୍ରୀର ଆଳାପ।

ଓଡ଼ିଶା ବଜାରକୁ କିପରି ଦେଖୁଛନ୍ତି। ଏ ନେଇ କେତେ ଆଶାବାଦୀ ?
ଓଡ଼ିଶା ହେଉଛି ଆମ ପାଇଁ ଏକ ପ୍ରମୁଖ ବଜାର। ଦୀର୍ଘ ବର୍ଷ ହେବ ଏଠାରେ ଆମେ ୧ ନମ୍ବର ଟ୍ରାକ୍ଟର ବିକ୍ରେତା ଭାବେ ସୁନାମ ଅର୍ଜନ କରିଛୁ। ଓଡ଼ିଶାରେ ଖଣି ଓ ଶିଳ୍ପ ସଂଖ୍ୟା ବୃଦ୍ଧି ପାଉଛି। ଟ୍ରାକ୍ଟରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। କୃଷି ପାଇଁ ବର୍ତ୍ତମାନ ଟ୍ରାକ୍ଟରର ଆବଶ୍ୟକତା ସର୍ବାଧିକ ରହିଛି। କୃଷି ବାଦ୍‌ ଟ୍ରାକ୍ଟରକୁ ମଧ୍ୟ ଅନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଫଳରେ ପ୍ରତିବର୍ଷ ଓଡ଼ିଶା ବଜାରରେ ମହିନ୍ଦ୍ରା ଟ୍ରାକ୍ଟରର ଚାହିଦା ବଢୁଛି। ଆଗାମୀ ଦିନରେ ଏହା ଆହୁରି ବଢ଼ିବ ବୋଲି ଆମେ ଆଶାବାଦୀ।

ଜିଏସ୍‌ଟି ଲାଗୁହେବା ପରେ ବଜାରକୁ କିପରି ଦେଖୁଛନ୍ତି। ଏହାଦ୍ୱାରା କ’ଣ ଲାଭ ମିଳିଛି?
ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବାଠାରୁ ବଡ଼ ବଡ଼ ବ୍ୟବସାୟିକ ଅନୁଷ୍ଠାନ ପାଇଁ ଏହା ଏକ ବରଦାନ ହୋଇଛି। ଏହା ପୂର୍ବରୁ ଅନେକ ପ୍ରକାର ଟିକସ ଦେବାକୁ ପଡୁଥିଲା। ବର୍ତ୍ତମାନ ସେସବୁ ଆଉ ଦେବାକୁ ପଡୁନାହିଁ। ଆମଦାନୀ କ୍ଷେତ୍ରରେ ମଧ୍ୟ ଆଉ ସମସ୍ୟା ହେଉନାହିଁ। ବ୍ୟବସାୟ ଓ ବ୍ୟବସାୟୀଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଉଛି। ଆଗରୁ ସବୁ ପ୍ରକାର ଟିକସକୁ ମିଶାଇଲେ ବର୍ତ୍ତମାନଠାରୁ ଅଧିକ ରହୁଥିଲା। ଜିଏସ୍‌ଟି ହେବା ଦ୍ୱାରା ମାତ୍ର ୧୨% ଟିକସ ଦେବାକୁ ପଡୁଛି। ଏହାଦ୍ୱାରା ଉଭୟ ଉପତ୍ାଦନକାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ ଚାହିଦା ଓ କାରବାର ବୃଦ୍ଧିରେ ସହାୟକ ହେଉଛି।

ବ୍ୟବସାୟ ଉପରେ କରୋନା କିପରି ପ୍ରଭାବ ପକାଇଛି। ପ୍ରଥମ ଲହର ଅପେକ୍ଷା ୨ୟ ଲହରକୁ କିପରି ସାମ୍ନା କରୁଛନ୍ତି?
୨୦୧୯-୨୦ ଆର୍ଥିକ ବର୍ଷ ଶେଷ ଆଡ଼କୁ କୋଭିଡ୍‌ ସଂକ୍ରମଣର ପ୍ରଭାବ ପରିଲକ୍ଷିତ ହୋଇଥିଲା। କରୋନା ନିୟନ୍ତ୍ରଣ ଲାଗି ସରକାର ସାରା ଦେଶରେ କଟକଣା ଜାରି କଲେ। କାରଖାନା ଓ ଶୋ’ରୁମ୍‌ ବନ୍ଦ ରହିବା ଯୋଗୁ କମ୍ପାନୀ ବ୍ୟାପକ କ୍ଷତି ସହିଛି। ମହାମାରୀ ଯୋଗୁ ସବୁ ବର୍ଗ ଆଶଙ୍କା ମଧ୍ୟରେ ରହିଛନ୍ତି। ପ୍ରଥମ ଲହର ପ୍ରାୟ ସବୁ କ୍ଷେତ୍ରକୁ କ୍ଷତି ପହଞ୍ଚାଇଛି। ପ୍ରଥମ ଅପେକ୍ଷା ୨ୟ ଲହରରେ ସରକାର ନିୟମରେ ବିଭିନ୍ନ ପରିବର୍ତ୍ତନ ସହ କୃଷି ଓ ଆନୁଷଙ୍ଗିକ ସମସ୍ତ କ୍ଷେତ୍ରକୁ ଖୋଲା ରଖିଥିଲେ। ଗାଡ଼ି ପଞ୍ଜୀକରଣ ବନ୍ଦ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ବିକ୍ରି ସୁଯୋଗ ଥିଲେ ମଧ୍ୟ ପଞ୍ଜୀକରଣ ହେଉ ନ ଥିବାରୁ ସ୍ଥିତି ବିଗିଡିଯାଇଥିଲା। ପ୍ରଥମ ଲହରକୁ ସାମ୍ନା କରିବା ପାଇଁ ସମୟ ନ ଥିବା ବେଳେ ପ୍ରସ୍ତୁତ ମଧ୍ୟ ନ ଥିଲୁ। କିନ୍ତୁ ୨ୟ ଲହର ପାଇଁ ଆମେ ପ୍ରସ୍ତୁତି ସହ ଗ୍ରାହକଙ୍କୁ ଆବଶ୍ୟକ ସେବା ଯୋଗାଇ ଦେଇ ଆସିଛୁ।

ଆଗକୁ କ’ଣ ସବୁ ଯୋଜନା ଅଛି?
ଓଡ଼ିଶାର ୩୦ ଜିଲାରେ କମ୍ପାନୀର କାରବାର ଭଲ ରହିଛି। ଏହାର ୨ଟି ଷ୍ଟକ୍‌ୟାର୍ଡ ସାଙ୍ଗକୁ ୩୫ଟି ସହଯୋଗୀ ଡିଲରଙ୍କ ଜରିଆରେ ବହୁ ଗ୍ରାହକଙ୍କୁ ଟ୍ରାକ୍ଟର ଯୋଗାଇ ଦିଆଯାଉଛି। ଓଡ଼ିଶାରେ ମହିନ୍ଦ୍ରା ଏସ୍‌ପି ପ୍ଲସ୍‌, ମହିନ୍ଦ୍ରା ଜିଭା ଓ ମହିନ୍ଦ୍ରା ଏକ୍ସପି ପ୍ଲସ୍‌ର ଚାହିଦା ଅଧିକ ରହିଛି। ବର୍ତ୍ତମାନ କୃଷି ପ୍ରତି ଲୋକଙ୍କର ଆଗ୍ରହ ବଢୁଥିବାରୁ ଟ୍ରାକ୍ଟର ବଜାରରେ ମଧ୍ୟ ଉସତ୍ାହ ଦେଖାଦେଇଛି। ଓଡ଼ିଶାରେ ୩୦% ରୁ ଊର୍ଦ୍ଧ୍ୱ ବଜାର ଅଂଶ ହାସଲ କରିଛୁ। ବାର୍ଷିକ ୩୦୦ କୋଟିର କାରବାର ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି।

 

ଗ୍ରାହକଙ୍କୁ କ’ଣ ସୁବିଧା ଓ ସହାୟତା ଦିଆଯାଉଛି?
ସରକାର ବିଭିନ୍ନ ପ୍ରକାର ସହାୟତା କୃଷକଙ୍କୁ ପ୍ରଦାନ କରୁଛନ୍ତି। ବିଭିନ୍ନ ସଂସ୍ଥା ଜରିଆରେ ଚାଷୀଙ୍କୁ ସବ୍‌ସିଡି ସହାୟତା ମଧ୍ୟ ମିଳୁଛି। ଗ୍ରାହକ ସରକାରୀ ସୁବିଧାର ଲାଭ କିଭଳି ନେଇ ପାରିବେ ସେ ନେଇ ସଚେତନତା ସୃଷ୍ଟି କରୁଛୁ। ବିକ୍ରି ପରବର୍ତ୍ତୀ ସେବା ମଧ୍ୟ ଯୋଗାଇ ଦେଉଛୁ। ଗ୍ରାହକଙ୍କୁ ସହାୟତା କଲେ କାରବାର ବୃଦ୍ଧି ପାଇବ ବୋଲି ଆମେ ବିଶ୍ୱାସ ରଖିଛୁ। କମ୍ପାନୀ ପକ୍ଷରୁ ‘ଏମ୍‌ ସୁରକ୍ଷା’ ସୁବିଧା ସବୁ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅଗ୍ରାଧିକାର ଦେଇ କମ୍ପାନୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାଏ।

ସରକାରଙ୍କଠାରୁ କମ୍ପାନୀ କ’ଣ ଆଶା କରୁଛି?
ଗୋଟିଏ ସଂସ୍ଥା ବା କମ୍ପାନୀ ସରକାରଙ୍କ ସହଯୋଗ ବିନା କିଛି କରିପାରିବ ନାହିଁ। ବର୍ତ୍ତମାନ ପୁରୁଣା ଦରରେ ସରକାରଙ୍କୁ ସହାୟତା ଯୋଗାଇ ଦେବା କଷ୍ଟକର। କେନ୍ଦ୍ର ସରକାର ତେଲ ଠାରୁ ଆରମ୍ଭକରି ଷ୍ଟିଲ୍‌ ଓ ବିଭିନ୍ନ ଯନ୍ତ୍ରପାତିର ଦର ବଢ଼ାଇଛନ୍ତି। ରାଜ୍ୟ ସରକାର ମଧ୍ୟ ସେମାନଙ୍କର ସବ୍‌ସିଡି ଓ ବକେୟା ଠିକ୍‌ ସମୟରେ ପୈଠ ନ କରିବା ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ସରକାର ଏଭଳି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣକରି ସହଯୋଗ ପ୍ରଦାନ କଲେ ଭଲ ହୁଅନ୍ତା।

– ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?