ଚାହିଦା ବଢ଼ାଇବ ସ୍କ୍ରାପେଜ୍‌ ପଲିସି

ସଫଳତାର ଅର୍ଥ ବ୍ୟକ୍ତିଠୁ ବ୍ୟକ୍ତି ଭିନ୍ନ ହୋଇଥାଏ। ଏହା ରାତାରାତି ଆସେ ନାହିଁ। ଏଥିପାଇଁ ସ୍ବପ୍ନ ଲୋଡ଼ା, ଯାହା ରାତିରେ ଶୋଇବାକୁ ଦେବ ନାହିଁ। ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଉପରେ ଧ୍ୟାନ ଦେବାକୁ ହେବ। ଥକି ପଡ଼ିଲେ ବି କଠିନ ପରିଶ୍ରମ ଜାରି ରଖିବାକୁ ପଡ଼ିବ। ସେମାନଙ୍କୁ ଖୁସି ଦେଲା ଭଳି ନିଜ ପାଇଁ କ୍ୟାରିୟର ବାଛନ୍ତୁ ବୋଲି ଯୁବ ସମାଜକୁ ପରାମର୍ଶ ଦେଇଛନ୍ତି ଉତ୍କଳ ଅଟୋମୋବାଇଲ୍ସ ପ୍ରାଇଭେଟ ଲିଃ ଡାଇରେକ୍ଟର ଶୌନକ ରାଜ ପାରିଖ।

ଆପଣଙ୍କ ବ୍ୟବସାୟ ଉପରେ କି ପ୍ରଭାବ ପକାଇଛି ?
ଆମ ସହ ଜଡ଼ିତ ସମସ୍ତ ଡିଲର, ଡିଷ୍ଟ୍ରିବ୍ୟୁଟର, ସପ୍ଲାୟର ଓ ଅନ୍‌ଲାଇନ୍‌ ଗ୍ରାହକଙ୍କ ଉପରେ କୋଭିଡ୍‌-୧୯ ପ୍ରଭାବ ପକାଇଛି। ଲକ୍‌ଡାଉନ୍‌ ସମୟରେ ଦେଶର ଅଟୋମୋବାଇଲ୍ସ ଇଣ୍ଡଷ୍ଟ୍ରି ଦୈନିକ ପ୍ରାୟ ୨,୩୦୦ କୋଟି ଟଙ୍କାର କ୍ଷତି ସହୁଥିଲା। ଏଥିପାଇଁ ଏ କ୍ଷେତ୍ରରେ ପ୍ରାୟ ୩.୪୫ ଲକ୍ଷ ଚାକିରି ହରାଇଛନ୍ତି। ଏହା ବ୍ୟତୀତ ୨୮୬ ଅଟୋ ଡିଲର ଦୋକାନ ପୂରା ବନ୍ଦ କରି ଦେଇଛନ୍ତି। ୨୦୨୦ର ପ୍ରଥମ ତ୍ରୈମାସିକ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଓଡ଼ିଶାରେ ମୋଟରଯାନରୁ ରାଜସ୍ବ ଆଦାୟ ୫୮% କମ୍‌ ହୋଇଯାଇଥିଲା। କାର୍ଯ୍ୟକାରୀ ପୁଞ୍ଜି ଅଟକି ରହିବାରୁ ମାର୍ଚ୍ଚରେ ବିଏସ୍‌-IVର ବିକ୍ରି ଆଶାନୁରୂପ ହୋଇ ନ ଥିଲା। ବିଏସ୍‌ -VI ମଡେଲର ଉତ୍ପାଦନ ଓ ଉପଲବ୍ଧତା ବିଳମ୍ବିତ ହେବାରୁ ବିକ୍ରି ଆହୁରି ହ୍ରାସ ପାଇଥିଲା। ବିଏସ୍‌ -VI ମୂଲ୍ୟ ବୃଦ୍ଧି ଯୋଗୁ ଏହାର ଚାହିଦା କମିଥିଲା। ଫଳରେ ଡିଲରମାନେ ପ୍ରଭାବିତ ହୋଇଥିଲେ।

ଗ୍ରାହକଙ୍କ କ୍ରୟ ମନୋବୃତ୍ତି ଉପରେ ମତ?
ଗ୍ରାହକଙ୍କ ଆଚରଣ ବଦଳିବାରେ ଲାଗିଛି। ସେମାନଙ୍କ କିଣିବା ନିଷ୍ପତ୍ତିରେ ଡିଜିଟାଲ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଲୋକେ କୌଣସି ଗାଡ଼ି କିଣିବା ପୂର୍ବରୁ ଅନ୍‌ଲାଇନ୍‌ରେ ଅନୁଧ୍ୟାନ କରୁଛନ୍ତି। ଏପରି କି ଛୋଟ ଛୋଟ ସହରରେ ବି ଏହା ଘଟୁଛି।

କ୍ଷେତ୍ରରେ ଉତ୍କଳ ହୁଣ୍ଡାଇର ଭିନ୍ନତା କ’ଣ ?
ଆମ ଅଫର୍‌ ସବୁ ହୁଣ୍ଡାଇ ଗାଇଡ୍‌ଲାଇନ୍‌ ଆଧାରିତ। ଷ୍ଟକ୍‌ ଉପଲବ୍ଧତା ଓ ପ୍ରତିଯୋଗିତାରେ ପ୍ରଚଳିତ ସ୍କିମ୍‌ ଆଦି ଅନେକ ଦିଗକୁ ବିଚାର କରି ପ୍ରତିମାସରେ ବଦଳିଥାଏ।

ଶିଳ୍ପ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି। ସହାୟତା ଲାଗି ସରକାର କି ପଦକ୍ଷେପ ନେବା ଉଚିତ?
ସ୍କ୍ରାପ୍‌ ନୀତି: କେନ୍ଦ୍ର ସରକାର ସ୍କ୍ରାପେଜ ପଲିସି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଚାହିଦା ବଢ଼ିବ।
ଉଚ୍ଚ ଟିକସ ବ୍ୟବସ୍ଥା: ଅଟୋମୋବାଇଲ କ୍ଷେତ୍ରରେ ଅଭିବୃଦ୍ଧିରେ ଅନ୍ୟତମ ମୁଖ୍ୟ ବାଧକ ସାଜୁଛି ଆଫର୍ଡେବିଲିଟି। ବିଭିନ୍ନ କାରଣରୁ ଗାଡ଼ିର ମୂଲ୍ୟ ବୃଦ୍ଧି ଘଟୁଛି, ଯଥା- ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଓ ନିର୍ଗମନ ମାନ ବୃଦ୍ଧି (ଭାରତ ଷ୍ଟେଜ୍‌-୬ ନିର୍ଗମନ, ନିୟମ), ୨୮% ଜିଏସ୍‌ଟି ଭଳି ଉଚ୍ଚ ଟିକସ ହାର, କାର୍‌ ଉପରେ ସେସ୍‌ ୩ ରୁ ୪୮% , ଟିସିଏସ୍‌- ୧%, ରାଜ୍ୟ ସଡ଼କ ଓ ପଞ୍ଜୀକରଣ ଟିକସ ଇତ୍ୟାଦି। ଏସବୁ କାରଣ ମିଶି ଦର ବୃଦ୍ଧି ହେଉଛି, ଯାହାର ସମାଧାନ ଲୋଡ଼ା।

ସୃଷ୍ଟି ଓ ସରକାରୀ ରାଜସ୍ବ
ବୃଦ୍ଧି ଦିଗରେ ଅଟୋମୋବାଇଲ ଡିଲରଙ୍କ
ବଡ଼ ଭୂମିକା ରହିଛି। ତେଣୁ ଆପଣ ରାଜ୍ୟ ସରକାରଙ୍କଠାରୁ
କି ଆଶା ରଖନ୍ତି ?
ଅଟୋମୋବାଇଲ କ୍ଷେତ୍ର ହେଉଛି ଦେଶର ଏକ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ। ଏଥିରେ ପ୍ରାୟ ୩୭ ନିୟୁତ ଲୋକ ନିୟୋଜିତ। କିନ୍ତୁ ମହାମାରୀ ଯୋଗୁ ଏଥିରେ କେବଳ ବେକାରି ବଢ଼ିନାହାନ୍ତି, ବରଂ ଡିଲରଶିପ୍‌ର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଳ୍ପର ଖର୍ଚ୍ଚ ପରିଚାଳନାରେ ରାଜ୍ୟ ସରକାରଙ୍କ ବଡ଼ ଭୂମିକା ଥାଏ। ସରକାରଙ୍କ ଟିକସ ବ୍ୟବସ୍ଥା ଅତି ଉଚ୍ଚରେ ରହିଛି। ପେଟ୍ରୋଲ ଟିକସ ଯୋଗୁ କାର୍‌ କିଣିବା କଷ୍ଟକର ହେଉଛି। କାର୍‌ କିଣିବା ସାମର୍ଥ୍ୟ ଏକପ୍ରକାର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଛି। ଏସବୁ କାରଣରୁ ଅଟୋମୋବାଇଲ ଶିଳ୍ପ ପ୍ରଭାବିତ ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ସମେତ ଝାଡ଼ଖଣ୍ଡ, ଗୁଜରାଟ ଭଳି କିଛି ରାଜ୍ୟରେ ଜିଏସ୍‌ଟି ପୂର୍ବରୁ ରୋଡ୍‌ ଟ୍ୟାକ୍ସ ହିସାବ ହୁଏ। କିନ୍ତୁ ଓଡ଼ିଶାରେ ଏକ୍ସ ଶୋ’ ରୁମ୍‌ ମୂଲ୍ୟ ଉପରେ ରୋଡ୍‌ ଟ୍ୟାକ୍ସ ହିସାବ ହୋଇଥାଏ। ଫଳରେ ଯାନ ମୂଲ୍ୟ ବଢ଼ିବା ଦ୍ୱାରା ଗ୍ରାହକଙ୍କ କ୍ରୟ କ୍ଷମତା ପ୍ରଭାବିତ ହେଉଛି। ବିକ୍ରିକୁ ଲକ୍ଷ୍ୟ କଲେ ରୋଡ୍‌ ଟ୍ୟାକ୍ସ ବଢ଼ାଇ ନ ଥିବା ରାଜ୍ୟଗୁଡ଼ିକରେ ଯାନ ବିକ୍ରି ଅଧିତ୍କ ରହିଥିଲା। ଆମ ସରକାର ଏ ଦିଗରେ ଧ୍ୟାନ ଦେବା ଉଚିତ।

ଡିଲରଶିପ୍‌ ବ୍ୟବସାୟକୁ ଆସିବା ପାଇଁ କିଭଳି ପ୍ରେରଣା ପାଇଲେ ?
ମୁଁ ଅଟୋମୋବାଇଲ ଶିଳ୍ପରେ ଜନ୍ମ ନେଇଛି ଏବଂ ବଢ଼ିଛି। ଏହି ବ୍ୟବସାୟ ମୋ ରକ୍ତରେ ଅଛି। ଏହାଛଡ଼ା ଏହି ଶିଳ୍ପରେ ବିଭିନ୍ନ ଭୂମିକା, ଜ୍ଞାନ ଓ ଅନୁଭୂତି ମତେ ଏ ବ୍ୟବସାୟକୁ ଆସିବାକୁ ପ୍ରେରିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri