ବଢୁଛି ଇ-ଯାନ ଚାହିଦା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଛି। ତୈଳ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କ୍ରୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ସହରାଞ୍ଚଳ ପ୍ରଦୂଷଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଇ- ଯାନକୁ ପ୍ରୋତ୍ସାହନ ଦେବା ସକାଶେ ଇଲେକ୍ଟ୍ରିିକ ଭେହିକଲ ପଲିସ-୨୦୨୧ କାର୍ଯ୍ୟକାରୀ କରିଛନ୍ତି। ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ରେ ସମୁଦାୟ ପଞ୍ଜୀକୃତ ହୋଇଥିବା ଯାନରୁ ୦.୭୧ ପ୍ରତିଶତ ଇ-ଯାନ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୨.୮୧ ପ୍ରତିଶତରେ ପହଞ୍ଚିଛି। ୨୦୨୧-୨୨ରେ ରାଜ୍ୟରେ ମୋଟ ୭ ଲକ୍ଷ ୮ ହଜାର ୫୦୦ ଗାଡି ପଞ୍ଜୀକୃତ ହୋଇଛି। ସେଥିରୁ ୧୪ ହଜାର ୪୧୧ ଇଲେକ୍ଟ୍ରିକ ଭେହିକଲ ରହିଛି। ତେବେ ପଞ୍ଜୀକୃତ ହୋଇଥିବା ଯାନରୁ ୮୦ ପ୍ରତିଶତ ଦୁଇଚକିଆ ଯାନ ରହିଛି ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ସରକାରୀ ପ୍ରୋତ୍ସାହନ ଏବଂ ତେଲ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କିଣିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଯାନ ଚାର୍ର୍ଜିଂ ଷ୍ଟେଶନ କରାଗଲେ ବିକ୍ରି ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ଗତ ୪ ମାସ ମଧ୍ୟରେ ଯାନ କ୍ରେତାମାନଙ୍କୁ ସବ୍‌ସିଡି ଆକାରରେ ପ୍ରାୟ ୧୫ ଲକ୍ଷ ଟଙ୍କା ଦିଆଗଲାଣି ବୋଲି ସେ କହିଛନ୍ତି।
ଇ-ଯାନ କ୍ରୟ କରିଥିବା ସୁଦର୍ଶନ ସାହୁ କହିଛନ୍ତି ଯେ ଯାନବାହନ ଦାମ ଅଧିକ ରହିଛି। ସରକାର କମ୍ପାନୀଗୁଡ଼ିକୁ ଟିକସ ଛାଡ କଲେ ଦର କମିବ। ସାଧାରଣ ଲୋକ ଏହାକୁ କିଣି ପାରିବେ। ଏହାଛଡ଼ା ଏହି ଯାନକୁ ଚାର୍ଜ କରିବାକୁ କୌଣସି ସୁବିଧା ନାହିଁ। ଗାଡ଼ିର ସୁରକ୍ଷା ନେଇ ମଧ୍ୟ ଆଶଙ୍କା ରହିଛି। ଏସବୁର ସୁବିଧା କରାଗଲେ ଇ-ଯାନ କିଣିବାକୁ ଲୋକଙ୍କ ଆଗ୍ରହ ବଢ଼ିବ।
ଏଠାରେ ସୂଚନାଯୋଗ୍ୟ ଯେ ଇ-ଭେହିକଲକୁ ପ୍ରୋତ୍ସାହନ ଦେବା ସକାଶେ ଇଲେକ୍ଟ୍ରିି ଭେହିକଲ ପଲିସିରେ ସବ୍‌ସିଡି ବ୍ୟବସ୍ଥା ରହିଛି। ୨ ଚକିଆ ପାଇଁ ଯାନ ମୂଲ୍ୟର ୧୫ ପ୍ରତିଶତ ଅର୍ଥାତ୍‌ ୫ ହଜାର ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ୩ ଚକିଆ ଯାନ ପାଇଁ ୧୫ ପ୍ରତିଶତ ଓ ସର୍ବାଧିକ ୧୦ ହଜାର ଟଙ୍କା ଏବଂ ୪ ଚକିଆ ଯାନ ପାଇଁ ୫୦ ହଜାର ଟଙ୍କା ରିହାତି ଦେବେ । ୨୦୨୫ ମଧ୍ୟରେ ଯେଉଁମାନେ ଇଲେକ୍ଟ୍ରିକ ଯାନ କିଣିବେ ସେମାନଙ୍କୁ ଉକ୍ତ ରିହାତି ପ୍ରଦାନ କରାଯିବ। ଯେଉଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଯାନ ପଞ୍ଜୀକୃତ ହୋଇଥିବ ସେହି ଅଞ୍ଚଳର କ୍ରେତାଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଉକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ୨୦୨୧ ସେପ୍ଟେମ୍ବର ପହିଲା ପରେ କିଣିଥିଲେ ଉକ୍ତ ସବ୍‌ସିଡି ରାଶି ମିଳିବ ।
ସରକାରୀ କର୍ମଚାରୀମାନଙ୍କ ପାଇଁ ଇ-ଯାନ କ୍ରୟ ସକାଶେ ସରକାର ସୁଧବିହୀନ ଆଡ୍‌ଭାନ୍ସ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ସରକାରୀ କର୍ମଚାରୀ ଇ-ଭେହିକଲ କିଣିବେ ତାଙ୍କୁ ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଆସନ୍ତା ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆଡ୍‌ଭାନ୍ସ ଆକାରରେ ଅର୍ଥ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି କର୍ମଚାରୀଙ୍କୁ ଇଲେକ୍ଟ୍ରିକ ଅପରେଟେଡ ମୋଟର କାର ପାଇଁ ଆଡଭାନ୍ସ ମିଳିବ। ତେବେ ଏହି ଆଡ୍‌ଭାନ୍ସ ଇ-ଯାନ ମୂଲ୍ୟର ୭୫% ଅଥବା ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ସେହିପରି ଇଲେକ୍ଟ୍ରିକ ମୋଟରସାଇକେଲ, ସ୍କୁଟର, ସ୍କୁଟି ଇତ୍ୟାଦି ପାଇଁ ରାଜ୍ୟ ସରକାର ଗ୍ରୁପ୍‌-ସି ଓ ଡି କର୍ମଚାରୀଙ୍କୁ ସୁଧବିହୀନ ଆଡଭାନ୍ସ ଯୋଗାଇ ଦେବେ। ଉକ୍ତ ଯାନ କ୍ରୟ ପାଇଁ ମୂଲ୍ୟର ୭୫ ପ୍ରତିଶତ ଅଥବା ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡ୍‌ଭାନ୍ସ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri