Posted inଜାତୀୟ

ଚାଇନା ମାଲ୍‌ ଚାହିଦା କମୁଛି

ନୂଆଦିଲ୍ଲୀ ,୧୯।୧୨ (ଆଇଏଏନ୍‌ଏସ୍‌) : ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ନେଇ ଚଳିତ ବର୍ଷ ୫୮ ପ୍ରତିଶତ ଭାରତୀୟ ‘ମେକ୍‌ ଇନ୍‌ ଚାଇନା’ ସାମଗ୍ରୀ କିଣା ହ୍ରାସ କରିଛନ୍ତି। ଫେଶନ, ପୋଷାକ, ଯାନ ଉପକରଣ ଏବଂ ଯନ୍ତ୍ରାଂଶ ବର୍ଗରେ ଭାରତୀୟ ବିକଳ୍ପ ଭଲ ଦାମ୍‌ ଏବଂ ଉତ୍ତମ ମାନରେ ମିଳୁଥିବା ୨୬ ପ୍ରତିଶତ ଭାରତୀୟ କହିଛନ୍ତି। ୫୯ ପ୍ରତିଶତ ଭାରତୀୟ ସେମାନଙ୍କ ମୋବାଇଲ ଫୋନ୍‌ରେ କୌଣସି ଚାଇନା ଆପ୍‌ ରଖି ନ ଥିବା ସର୍ଭେରୁ ଜଣାପଡ଼ିଛି। ତେବେ ୨୯ ପ୍ରତିଶତ ସେମାନଙ୍କ ଫୋନ୍‌ରେ ଗୋଟିଏ କିମ୍ବା ଅଧିକ ଚାଇନା ଆପ୍‌ ରଖିଥିବା ସ୍ବୀକାର କରିଛନ୍ତି। ସୋସିଆଲ କମ୍ୟୁନିଟି ଏନ୍‌ଗେଜ୍‌ମେଣ୍ଟ ପ୍ଲାଟ୍‌ଫର୍ମ ‘ଲୋକାଲ ସର୍କଲ୍ସ’ ଏହି ତଥ୍ୟ ଦେଇଛି। ମୋଟ ୩୧୯ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ସର୍ଭେରେ ଭାଗ ନେଇଥିଲେ।

ସର୍ଭେ ଅନୁଯାୟୀ ଚାଇନା ସାମଗ୍ରୀ ତୁଳନାରେ ଏହାର ଭାରତୀୟ ବିକଳ୍ପ ମୂଲ୍ୟ ଏବଂ ମାନ ଦୃଷ୍ଟିରୁ ଭଲ ହୋଇଥିବାବେଳେ ଉତ୍ତମ ଗ୍ରାହକ ସେବା ମିଳୁଥିବା ୨୮ ପ୍ରତିଶତ କହିଛନ୍ତି। ୧୧ ପ୍ରତିଶତ ଉତ୍ତମ ମାନର ଭାରତୀୟ ସାମଗ୍ରୀ କିଣିବାକୁ ଚାହୁଁଥିବାବେଳେ ୮ ପ୍ରତିଶତ ବିଦେଶୀ ବିକଳ୍ପ ଚାହିଁଛନ୍ତି। ବଜାର, ଷ୍ଟୋର ଏବଂ ଅନ୍‌ଲାଇନରେ ମେକ୍‌ ଇନ୍‌ ଚାଇନା ସାମଗ୍ରୀ ନ ପାଇ ୮ ପ୍ରତିଶତ ଅନ୍ୟ ଦେଶର ସାମଗ୍ରୀ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି। ଗତ ୧୨ ମାସରେ ଚାଇନାର ବୈଦ୍ୟୁତିକ ଉପକରଣ ସର୍ବାଧିକ ୩୫ ପ୍ରତିଶତ କିଣିଥିବାବେଳେ ୧୪ ପ୍ରତିଶତ କେବଳ ପାର୍ବଣ ଋତୁରେ ବିଦ୍ୟୁତ୍‌ ଲାଇଟିଂ ଓ ଲ୍ୟାମ୍ପ୍‌ ଆଦି ସାମଗ୍ରୀ କିଣିଛନ୍ତି। ଚାଇନା ଖେଳନା ଏବଂ ମନୋହରି ସାମଗ୍ରୀ ମାତ୍ର ୫ ପ୍ରତିଶତ କିଣୁଥିବାବେଳେ ୫ ପ୍ରତିଶତ ଚାଇନା ଗିଫ୍ଟ କିଣୁଥିବା କହିଛନ୍ତି। ଚଳିତ ବର୍ଷ ମାତ୍ର ୩ ପ୍ରତିଶତ ଚାଇନା ପ୍ରସ୍ତୁତ ବ୍ୟାଗ, ପୋଷାକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ କିଣିଛନ୍ତି, ଯାହା ଗତବର୍ଷ ୧୧ ପ୍ରତିଶତ ଥିଲା। ଭାରତ ଓ ଚାଇନା ମଧ୍ୟରେ ବାଣିଜ୍ୟ ନିଅଣ୍ଟ ବଢ଼ୁଥିବାବେଳେ ଏହି ସର୍ଭେ କରାଯାଇଥିଲା। ଚଳିତ ଆର୍ଥତ୍କ ବର୍ଷର ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ବାଣିଜି୍ୟକ ନିଅଣ୍ଟ ୫୧.୧ ବିଲିୟନ ଡଲାର ହୋଇଛି, ଯାହା ଗତବର୍ଷ ଏହି ସମୟରେ ୭୩.୩୧ ବିଲିୟନ ଡଲାର ଏବଂ ୨୦୨୦-୨୧ରେ ୪୪.୦୩ ବିଲିୟନ ଡଲାର ଥିଲା।

ସୂଚନାଯୋଗ୍ୟ, ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ବଢ଼ିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ୨୦୨୦ ଜୁନ୍‌ରେ ଦୁଇ ଦେଶର ସେନା ମଧ୍ୟରେ ଗଲଓ୍ବାନ୍‌ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିବାବେଳେ ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ପକ୍ଷର ଯବାନ ମୁହଁାମୁହିଁ ହୋଇଥିଲେ। ଆଗାମୀ ଦିନରେ ଅଧିକ ଭାରତୀୟ ମେକ୍‌ ଇନ୍‌ ଚାଇନା ସାମଗ୍ରୀ ବର୍ଜନ କରିପାରନ୍ତି ବୋଲି ସର୍ଭେରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri