Posted inଜାତୀୟ

କଇଁଚିରେ କାଟି ଦେଲେ ମହିଳାଙ୍କ ବେକ

ନୂଆଦିଲ୍ଲୀ,୧୪।୧: ଉତ୍ତରପୂର୍ବ ଦିଲ୍ଲୀରେ ଲୁଟ ବେଳେ ୫୨ ବର୍ଷୀୟ ମହିଳାଙ୍କ ବେକକୁ କଇଁଚିରେ କାଟି ଦେଇଥିଲେ। ତା’ ପରେ ପୀଡ଼ିତାଙ୍କ ମୁଣ୍ଡକୁ ଇଟା ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗୁରୁବାର ପୋଲିସ ପକ୍ଷରୁ କୁହାଯାଇଛି।

ଗତ ୧୧ ତାରିଖରେ କରାଓ୍ବାଲ ନଗରରେ ହତ୍ୟାକାଣ୍ଡ ଘଟିଥିଲା। ପୀଡ଼ିତାଙ୍କୁ ତାରା ବୋଧ ଭାବେ ଚିହ୍ନଟ କରାଯାଇଥିବା ବେଳେ ଅପରାଧରେ ଜଡ଼ିତ ଥିବା ଅମନ, ଆକାଶ, ମନୀଶ ଓ ବୈଭବ ଜୈନଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ ଉତ୍ତରପ୍ରଦେଶର ଲୋନି ଅଞ୍ଚଳର ବୋଲି ଉତ୍ତରପୂର୍ବ ଦିଲ୍ଲୀ ଡିସିପି ସଞ୍ଜୟ କୁମାର ସେନ କହିଛନ୍ତି।

ଅମନ ଓ ଆକାଶ ଲୋନି ଅଞ୍ଚଳରେ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ପୋଲିସ ଆଗରେ। ନୂଆ ବ୍ୟବସାୟ ପାଇଁ ପୀଡ଼ିତାଙ୍କୁ ଯୋଗାଯୋଗ କରିଥିଲେ ଅମନ। ଘରେ ପ୍ରବଳ ଟଙ୍କା ଥିବା ଜାଣିବା ପରେ ଅମନ ସାଙ୍ଗଙ୍କ ସହ ମିଶି ଲୁଟ ଯୋଜନା କରିଥିଲେ। ଘଟଣା ଦିନ ଅଭିଯୁକ୍ତମାନେ ପୀଡ଼ିତଙ୍କ ଘରେ ପହଞ୍ଚି ପୀଡ଼ିତାଙ୍କୁ କଇଁଚି ଓ ଇଟାରେ ଆକ୍ରମଣ ହତ୍ୟା କରିଥିଲେ। ପରେ ତାଙ୍କର ସମସ୍ତ ସୁନାଗହଣା ଏବଂ ଟଙ୍କା ଲୁଟି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?