Posted inଜାତୀୟ

ନୂଆ ଗାଇଡ୍‌ଲାଇନ ସହ ରାଜଧାନୀରେ ଖୋଲିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୩୦ ।୮: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଏକ ପ୍ରକାର ବନ୍ଦ ରହିଛି କହିଲେ ଚଳେ । ଇତିମଧ୍ୟରେ କରୋନାର ଦ୍ୱିତୀୟ ଲହର କମି ଯାଇଥିବା ବେଳେ ତୃତୀୟ ଲହର ଆରମ୍ଭ ହେବାକୁ ଗଲାଣି । ତଥାପି ଭୟର ବାତାବରଣ ମଧ୍ୟରେ ଏବେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଉଦ୍ୟମ କରାଯାଇଛି । ସେପ୍ଟେମ୍ବର ୧ରୁ କେବଳ କେବଳ ନବମରୁ ଦ୍ୱାଦଶ ଶ୍ରେଶୀ ପର୍ଯ୍ୟନ୍ତ ସ୍କୁଲ , କଲେଜ, କୋଚିଂ ଇନଷ୍ଟଚ୍ୟୁଟ ଆଦି ଖୋଲି ପାରିବ ବୋଲି ସରକାର କହିଛନ୍ତି । ସ୍କୁଲରେ ସିପ୍ଟ ହିସାବରେ ମାତ୍ର ୫୦ ପ୍ରତିଶତ ପିଲାଙ୍କୁ ନେଇ ପାଠପଢାଯିବ । ଏଥିପାଇଁ ନୂଆ ଗାଇଡ ଲାଇନ ବି ଜାରି କରାଯାଉଛି । ଯେମିତିକି ସ୍କୁଲର ଏଣ୍ଟ୍ରି ଗେଟରେ ଥର୍ମାଲ ସ୍କାନର ଜରୁରୀ । ସାନିଟାଇଜର ବ୍ୟବହାର କରିବା ଓ ପିଲାମାନଙ୍କ ମଧ୍ୟରେ ବ୍ୟବଧାନ ସହ ମାସ୍କ ଜରୁରୀ । ଉଭୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଶିକ୍ଷାର୍ଥୀମାନେ ମାସ୍କ ପିନ୍ଧିବା ଜରୁରୀ । ସ୍କୁଲ ପରିସରରେ ଏକ କ୍ୱାରାଣ୍ଟାଇନ ସେଣ୍ଟର ରହିବ । ଆବଶ୍ୟକ ପଡିଲେ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ଓ ଶିକ୍ଷକ କିମ୍ବା ଅନ୍ୟ କୌଣସି କର୍ମଚାରୀ ସେଠାରେ ରହିପାରିବେ । ଅଭିଭାବକଙ୍କ ବିନା ଅନୁମତିରେ ପିଲାମାନେ ସ୍କୁଲ ଆସିପାରିବେ ନାହିଁ । ଦୁଇଟି ସିପ୍ଟ ମଧ୍ୟରେ ଅତିକମ୍‌ରେ ଏକ ଘଣ୍ଟା ବ୍ୟବଧାନ ରହିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷାର୍ଥୀ ବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିବ ନାହିଁ । ସ୍କୁଲ ପରିସର ସଫାସୁତୁରା ରହିବା ସହ ପିଲାମାନଙ୍କ ଟିଫିନ ଖାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଯେମିତିକି ଗୋଟିଏ ସ୍ଥାନରେ ଗହଳି ନ ହୁଏ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?