Posted inଜାତୀୟ

‘ବାକ୍‌ ସ୍ବାଧୀନତା ସମ୍ପୂର୍ଣ୍ଣ ଅଧିକାର ନୁହେଁ’

ବମ୍ବେ,୧୩।୯(ପି.ଟି.): ଭାରତୀୟ ସମ୍ବିଧାନର ଧାରା-୧୯ରେ ଉଲ୍ଲେଖ ଥିବା ବାକ୍‌ ସ୍ବାଧୀନତା(ଫ୍ରିଡମ୍‌ ଅଫ୍‌ ସ୍ପିଚ୍‌ ଆଣ୍ଡ୍‌ ଏକ୍ସେପ୍ରେଶନ) ସମ୍ପୂର୍ଣ୍ଣ ଅଧିକାର ନୁହେଁ ବୋଲି ଶୁକ୍ରବାର ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଏଥିସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏବଂ ତାଙ୍କ ପୁତ୍ର ତଥା ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ବିରୋଧରେ ଟୁଇଟ୍‌ରେ ଅପମାନ ସୂଚକ ମନ୍ତ୍ରବ୍ୟ ଦେଇଥିବା ମହିଳାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟଙ୍କ ଯୁଗ୍ମ ଖଣ୍ଡପୀଠ ପ୍ରକାଶ କରିଛନ୍ତି। ସୁନୈନା ହୋଲେ(୩୮) ନାମ୍ନୀ ଜଣେ ମହିଳା ତାଙ୍କ ବିରୋଧରେ କରାଯାଇଥିବା ଏଫ୍‌ଆଇଆର୍‌କୁ ରଦ୍ଦ କରିବା ଉଦ୍ଦେଶ୍ୟରେ ଆଗତ କ୍ରିମିନାଲ ପିଟିଶନର ଶୁଣାଣି କରି ବିଚାରପତି ଏସ୍‌.ଏସ୍‌. ଶିନ୍ଦେ ଏବଂ ଏମ୍‌.ଏସ୍‌. କର୍ଣ୍ଣିକ ଏହି ରାୟ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ସୁନୈନା ଭିନ୍ନ ଭିନ୍ନ ସମୟରେ ଟୁଇଟ୍‌ରେ ୩ଟି ପୋଷ୍ଟ କରିଥିଲେ। ସେଥିରୁ ଗୋଟିଏ ଏପ୍ରିଲରେ ଲକ୍‌ଡାଉନ ଆରମ୍ଭରେ କରିଥିଲେ। ସେଥିରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଜଣେ ବ୍ୟକ୍ତି କୋଭିଡ୍‌-୧୯ ବିଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିଥିଲେ ଏବଂ ଏହି ପୋଷ୍ଟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ଦ୍ୱିତୀୟ ଟୁଇଟ୍‌ରେ ସେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବ୍ୟଙ୍ଗ କରିଥିଲେ। ସେହିପରି ତୃତୀୟ ଟୁଇଟ୍‌ରେ ସେ ଏକ ମେସେଜ୍‌ର ଉତ୍ତର ଦେଇଥିଲେ, ଯେଉଁଥିରେ ତାଙ୍କୁ ପଚରାଯାଇଥିଲା ଯେ, ସେ ଜଣେ ଉତ୍ତର ଭାରତୀୟ ହୋଇ ମହାରାଷ୍ଟ୍ରର ମନ୍ତ୍ରୀଙ୍କ ବିରୋଧରେ ଏପରି ସମାଲୋଚନା କିପରି କରୁଛନ୍ତି ଏବଂ ସେଥିରେ ସେ ଉତ୍ତର ଦେଇଥିଲେ ଯେ, ଯେହେତୁ ସେ ଭାରତୀୟ ସେ କୌଣସି ଭିନ୍ନତା ଅନୁଭବ କରୁନାହାନ୍ତି। ଏହାପରେ ତାଙ୍କ ବିରୋଧରେ ଆଇପିସି ଦଫା-୧୫୩(ଏ) (କୌଣସି ଧର୍ମ, ସମ୍ପ୍ରଦାୟ, ଜନ୍ମ ସ୍ଥାନ, ଭାଷାକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ମନୋଭାବ ସୃଷ୍ଟି କରିବା), ୪୯୯(ମାନହାନୀ) ଏବଂ ୫୦୫(ସର୍ବସାଧାରଣରେ ସମ୍ମାନହାନୀ ଭଳି ମନ୍ତବ୍ୟ ଦେବା)ରେ ମାମଲା ରୁଜୁ ହୋଇଥିଲା। ଅତିରିକ୍ତ ସରକାରୀ ଓକିଲ ଜେ.ପି. ୟାଗ୍ନିକ କୋର୍ଟରେ କହିଥିଲେ ଯେ, ହୋଲିଙ୍କୁ ପୋଲିସ ଏବଂ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥିତ ରହିବାକୁ ନୋଟିସ୍‌ ଜାରି କରାଯାଇଥିଲେ ସୁଦ୍ଧା ହାଜର ହୋଇ ନ ଥିଲେ କିମ୍ବା ତଦନ୍ତରେ ସହଯୋଗ କରୁନାହାନ୍ତି। ଅପରପକ୍ଷରେ ହୋଲିଙ୍କ ଓକିଲ ଚନ୍ଦ୍ରଚୁଡ଼ କହିଥିଲେ ଯେ, ସେ ଗିରଫକୁ ଭୟ କରି ପୋଲିସ ନିକଟରେ ହାଜର ହୋଇ ନ ଥିଲେ। ଉକ୍ତ ମାମଲାର ବିଚାର କରି ଅଦାଲତ ହୋଲିଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଗିରଫ ନ କରିବାକୁ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଆଇନ୍‌ଜୀବୀ ଚନ୍ଦ୍ରଚୁଡ଼ ଅଦାଲତରେ କହିଛନ୍ତି ଯେ, ହୋଲିଙ୍କ ଟୁଇଟ୍‌କୁ ନେଇ ଏବେ ରାଜନୀତି କରାଯାଉଛି। ତାଙ୍କର ବାକ୍‌ ସ୍ବାଧୀନତା ଉପରେ ଜାଣିଶୁଣି ଅଙ୍କୁଶ ଲଗାଯାଉଛି। ଏହାର ଉତ୍ତରରେ ଅଦାଲତ କହିଥିଲେ ଯେ, ବେଳେବେଳେ ନାଗରିକମାନେ ଭାବୁଛନ୍ତି ଯେ, ବାକ୍‌ ସ୍ବାଧୀନତା ତାଙ୍କର ସମ୍ପୂର୍ଣ୍ଣ ଅଧିକାର ଅଟେ। ସେମାନେ ଭୁଲି ଯାଉଛନ୍ତି ଯେ, ବାକ୍‌ ସ୍ବାଧୀନତାରେ ମଧ୍ୟ କିଛି କଟକଣା ରହିଥାଏ ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri