![](https://www.dharitri.com/wp-content/uploads/2021/08/33.jpg)
ନୂଆଦିଲ୍ଲୀ,୧।୮: ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଯମୁନାରେ ବିପଦ ସଂକେତ ୨୦୫.୩୩ ମିଟର ଥିବା ବେଳେ ରବିବାର ପୂର୍ବାହ୍ନ ସୁଦ୍ଧା ଜଳସ୍ତର ୨୦୫.୩୨ ମିଟର ରେକର୍ଡ କରାଯାଇଛି।
ଯମୁନାର ଜଳସ୍ତର ବଢୁଥିବାରୁ ତଳି ଅଞ୍ଚଳରେ ବାସ କରୁଥିବା ୧୦୦ରୁ ଅଧିକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ, ନଗର ନିଗମ ଏବଂ ସ୍ବାସ୍ଥ୍ୟ ବିଭାଗଙ୍କୁ ସତର୍କ ରହିବାକୁ କୁହାଯାଇଛି।