Posted inଜାତୀୟ

Woman power in Delhi Assembly: ଇତିହାସ ରଚିଲା ଦିଲ୍ଲୀ ରାଜନୀତି, ଗୃହର ମୁଖ୍ୟ ପଦବୀରେ ଦୁଇ ମହିଳା ହେବେ ମୁହାଁମୁହିଁ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀ ବିଧାନସଭା ଇତିହାସରେ ପ୍ରଥମ ଥର। ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ଜଣେ ମହିଳା। ଦେଶର ରାଜନଧାନୀ ଦିଲ୍ଲୀରେ ଶାସକ ଦଳ ଏବଂ ବିରୋଧୀ ଦଳରେ ଦୁଇ ଜଣ ମହିଳା ଶୀର୍ଷ ପଦବୀରେ ରହିବେ। ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ରେଖା ଗୁପ୍ତାଙ୍କୁ ଭାଜପା ମୁଖ୍ୟମନ୍ତ୍ରୀ କରିଛି, ଅନ୍ୟପଟେ ଆପ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଆପ ନେତା Atishi Marlenaଙ୍କୁ ବିରୋଧୀ ଦଳ ନେତା ଭାବରେ ବାଛିଛି।

Woman power in Delhi Assembly ପାର୍ଟି କାର୍ଯ୍ୟାଳୟରେ ଆପ ବିଧାୟକମାନଙ୍କ ବୈଠକ ପରେ ପାର୍ଟିର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ବିଧାୟକ ସର୍ବସମ୍ମତିକ୍ରମେ Atishi Marlenaଙ୍କୁ ସେମାନଙ୍କର ନେତା ଭାବରେ ର୍ନିବାଚିତ କରିଛନ୍ତି। ରାୟ କହିଛନ୍ତି ଯେ ଆତିଶୀ ଦିଲ୍ଲୀ ରାଜନୀତିରେ ଜଣେ ବଡ଼ ଚେହେରା। ଏବଂ ଆଶା କରାଯାଉଛି ଯେ ସେ ଦଳର ବିଚାରଧାରା ଏବଂ ରଣନୀତିକୁ ଆଗକୁ ନେବେ।

Woman power in Delhi Assembly ଦିଲ୍ଲୀ ବିଧାନସଭାର ଇତିହାସ ବିଷୟରେ କହିବାକୁ ଗଲେ, ସୱାଧୀନତା ପରେ ପ୍ରଥମ ସରକାର କଂଗ୍ରେସର ଥିଲା ଯେଉଁଥିରେ ଚୌଧୁରୀ ବ୍ରହ୍ମ ପ୍ରକାଶ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ କିଛି ମାସ ପରେ ସେ ଇସ୍ତଫା ଦେଇଥିଲେ, ତାଙ୍କ ପରେ ଆଉ ଜଣେ କଂଗ୍ରେସ ବିଧାୟକ ଗୁରୁମୁଖ ନିହାଲ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

Woman power in Delhi Assembly ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ, ଦିଲ୍ଲୀ ବିଧାନସଭା ଭଙ୍ଗ କରାଯାଇଥିଲା ଏବଂ ତା’ପରେ ୧୯୯୩ ମସିହାରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ବିଧାନସଭା ଗଠନ କରାଯାଇଥିଲା। ଯେଉଁଥିରେ ଭାଜପା ସରକାର ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ କ୍ଷମତାରେ ଥିଲା। ଯେଉଁଥିରେ ଭାଜପା ସୁଷମା ସୱରାଜଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। କିନ୍ତୁ ସେତେବେଳେ ମଧ୍ୟ ବିରୋଧୀ ଦଳ ନେତା ଭାବରେ କୌଣସି ମହିଳା ନ ଥିଲେ। ଶୀଲା ଦୀକ୍ଷିତ ୧୯୯୮ ମସିହାରେ ର୍ନିବାଚନ ଲଢ଼ିଥିଲେ ଏବଂ ତା’ପରେ ସେ ତିନି ଥର ପାଇଁ ଦିଲ୍ଲୀରେ କ୍ଷମତା ସମ୍ଭାଳିଥିଲେ।

କିନ୍ତୁ ଭାରତୀୟ ଜନତା ପାର୍ଟିର କୌଣସି ମହିଳା ବିରୋଧୀ ନେତା ନଥିଲେ। ଏହା ପରେ, ଯେତେବେଳେ AAP 2013, 15 ଏବଂ 20 ରେ କ୍ଷମତାକୁ ଆସିଲା, ଭାଜପା ପକ୍ଷରୁ କୌଣସି ମହିଳାଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇ ନଥିଲା। ଏବେ ପରିସ୍ଥିତି ଏପରି ହୋଇଛି ଯେ ଉଭୟ ପକ୍ଷର ମହିଳାମାନେ ଗୃହର ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚି ସାରିଛନ୍ତି। ଏବେ ଏହା ଦେଖିବା ଆକର୍ଷଣୀୟ ହେବ ଯେ ଗୃହର କାର୍ଯ୍ୟଧାରାରେ କି ପ୍ରକାରର ପରିବର୍ତ୍ତନ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?