Posted inଫୁରସତ

ଦିଲ୍ଲୀରୁ ଚୋରି କରି ବିହାରରେ ବାଣ୍ଟୁଥିଲେ ଟଙ୍କା, ସୁନାଗହଣା: ଧରାପଡ଼ିବା ପରେ..

ନୂଆଦିଲ୍ଲୀ: ହରିଶ୍ଚନ୍ଦ୍ରଙ୍କୁ ଦାନବୀର ବୋଲି କୁହାଯାଏ। ହେଲେ ଦିଲ୍ଲୀରେ ଏଭଳି ଜଣେ ଚୋର ଧରାପଡ଼ିଛନ୍ତି, ଯାହାଙ୍କୁ ଦାନବୀରଙ୍କଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି। କଥାଟି ସିନେମା କାହାଣୀ ପରି ଲାଗିଲେ ହେଁ ସତ। ତେବେ ଫରକ ଏତିକି ଲୁଟେରାଜଣଙ୍କ ନିଜସ୍ବ ସ୍ବାର୍ଥ ପାଇଁ ଏଭଳି କରିଆସୁଥିଲେ।

ଦିଲ୍ଲୀଠାରୁ ଆରମ୍ଭ କରି ଦକ୍ଷିଣ ଭାରତର ବିଭିନ୍ନ ସହରରେ ଲୁଟ୍‌ପାଟ କରୁଥିବା ଜଣେ ଚୋର, ଚୋରି ଟଙ୍କାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଦେଉଥିଲେ। ଏହାକୁ ନେଇ କେହିକେହି ତାଙ୍କୁ ଗରିବଙ୍କ ‘ରବିନ୍‌ହୁଡ୍‌’ ବୋଲି କହୁଥିଲେ। ସେ ହେଲେ ମହମ୍ମଦ ଇର୍ଫାନ ଓରଫ ରବିନହୁଡ୍‌ ଉଜାଲେ। ସେ ନିଜର ଗ୍ରାମ ବିହାରର ସୀତାମଣ୍ଡିରେ ଧନୀବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ବିଶେଷକରି ସେ ଆବଶ୍ୟକ ବେଳେ ସମସ୍ତଙ୍କୁ ସହାୟତା କରିବାକୁ ଆଗକୁ ଆସୁଥିଲେ। ସମୟ ସମୟରେ ଗ୍ରାମରେ ହେଲ୍ଥକ୍ୟାମ୍ପ କରି ଲୋକଙ୍କ ସ୍ବାସ୍ଥ୍ୟପରୀକ୍ଷା କରୁଥିଲେ। ଗରିବଙ୍କ ପାଇଁ ଭଗବାନଙ୍କ ଭଳି ଛବି ହେତୁ ୨୦୨୧ରେ ହେବାକୁ ଥିବା ଜିଲା ପରିଷଦ ନିର୍ବାଚନରେ ନିଜ ଅଞ୍ଚଳରୁ ସେ ଲଢ଼ିବାକୁ ଚାହୁଁଥିଲେ। ହେଲେ ପୋଲିସ ହାତରେ ଧରାପଡ଼ିବା ପରେ ସବୁ ଫସର ଫାଟିଛି।

ଅଭିଯୁକ୍ତ କହିଛନ୍ତି, ସେ ନିଜର ସାଥୀଙ୍କ ସହ ମିଶି ୟୁପି, ପଞ୍ଜାବ, ବାଙ୍ଗାଲୋର ଏବଂ ଦିଲ୍ଲୀରେ ଲୁଟ୍‌ କରୁଥିଲେ। ଯେଉଁ ଘର ବନ୍ଦ ଥିଲା ଅଥବା ଘର ଲୋକ ବାହାରକୁ ଯାଇଥିଲେ ସେମାନଙ୍କୁ ମଉକା ମିଳୁଥିଲା। ନଗଦ ଟଙ୍କା ସହ ସୁନାଗହଣା ମଧ୍ୟ ସେମାନେ ଲୁଟୁଥିଲେ। ଅଞ୍ଚଳର ଲୋକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିବା ପାଇଁ ଗରିବଙ୍କୁ ଟଙ୍କା ପଇସା ଦାନ କରୁଥିଲେ। ଏଥିସହ ଗାଡ଼ିର ସଉକ ଥିବା ଯୋଗୁ ସେ ଦୁଇଟି ଦାମୀ କାର୍‌ କିଣିଥିଲେ ବୋଲି ସେ କହିଛନ୍ତି। ତେବେ ପୋଲିସ ତାଙ୍କ ଗ୍ୟାଙ୍ଗ୍‌ର ଅନ୍ୟ ୩ଜଣଙ୍କୁ ଗିରଫ କରିଛି। ସେଥିରେ ଜଣେ ମହିଳା ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri