Posted inଫୁରସତ

ଦିଲ୍ଲୀରୁ ଚୋରି କରି ବିହାରରେ ବାଣ୍ଟୁଥିଲେ ଟଙ୍କା, ସୁନାଗହଣା: ଧରାପଡ଼ିବା ପରେ..

ନୂଆଦିଲ୍ଲୀ: ହରିଶ୍ଚନ୍ଦ୍ରଙ୍କୁ ଦାନବୀର ବୋଲି କୁହାଯାଏ। ହେଲେ ଦିଲ୍ଲୀରେ ଏଭଳି ଜଣେ ଚୋର ଧରାପଡ଼ିଛନ୍ତି, ଯାହାଙ୍କୁ ଦାନବୀରଙ୍କଠାରୁ କମ୍‌ ନୁହେଁ ବୋଲି କୁହାଯାଉଛି। କଥାଟି ସିନେମା କାହାଣୀ ପରି ଲାଗିଲେ ହେଁ ସତ। ତେବେ ଫରକ ଏତିକି ଲୁଟେରାଜଣଙ୍କ ନିଜସ୍ବ ସ୍ବାର୍ଥ ପାଇଁ ଏଭଳି କରିଆସୁଥିଲେ।

ଦିଲ୍ଲୀଠାରୁ ଆରମ୍ଭ କରି ଦକ୍ଷିଣ ଭାରତର ବିଭିନ୍ନ ସହରରେ ଲୁଟ୍‌ପାଟ କରୁଥିବା ଜଣେ ଚୋର, ଚୋରି ଟଙ୍କାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଦେଉଥିଲେ। ଏହାକୁ ନେଇ କେହିକେହି ତାଙ୍କୁ ଗରିବଙ୍କ ‘ରବିନ୍‌ହୁଡ୍‌’ ବୋଲି କହୁଥିଲେ। ସେ ହେଲେ ମହମ୍ମଦ ଇର୍ଫାନ ଓରଫ ରବିନହୁଡ୍‌ ଉଜାଲେ। ସେ ନିଜର ଗ୍ରାମ ବିହାରର ସୀତାମଣ୍ଡିରେ ଧନୀବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ବିଶେଷକରି ସେ ଆବଶ୍ୟକ ବେଳେ ସମସ୍ତଙ୍କୁ ସହାୟତା କରିବାକୁ ଆଗକୁ ଆସୁଥିଲେ। ସମୟ ସମୟରେ ଗ୍ରାମରେ ହେଲ୍ଥକ୍ୟାମ୍ପ କରି ଲୋକଙ୍କ ସ୍ବାସ୍ଥ୍ୟପରୀକ୍ଷା କରୁଥିଲେ। ଗରିବଙ୍କ ପାଇଁ ଭଗବାନଙ୍କ ଭଳି ଛବି ହେତୁ ୨୦୨୧ରେ ହେବାକୁ ଥିବା ଜିଲା ପରିଷଦ ନିର୍ବାଚନରେ ନିଜ ଅଞ୍ଚଳରୁ ସେ ଲଢ଼ିବାକୁ ଚାହୁଁଥିଲେ। ହେଲେ ପୋଲିସ ହାତରେ ଧରାପଡ଼ିବା ପରେ ସବୁ ଫସର ଫାଟିଛି।

ଅଭିଯୁକ୍ତ କହିଛନ୍ତି, ସେ ନିଜର ସାଥୀଙ୍କ ସହ ମିଶି ୟୁପି, ପଞ୍ଜାବ, ବାଙ୍ଗାଲୋର ଏବଂ ଦିଲ୍ଲୀରେ ଲୁଟ୍‌ କରୁଥିଲେ। ଯେଉଁ ଘର ବନ୍ଦ ଥିଲା ଅଥବା ଘର ଲୋକ ବାହାରକୁ ଯାଇଥିଲେ ସେମାନଙ୍କୁ ମଉକା ମିଳୁଥିଲା। ନଗଦ ଟଙ୍କା ସହ ସୁନାଗହଣା ମଧ୍ୟ ସେମାନେ ଲୁଟୁଥିଲେ। ଅଞ୍ଚଳର ଲୋକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିବା ପାଇଁ ଗରିବଙ୍କୁ ଟଙ୍କା ପଇସା ଦାନ କରୁଥିଲେ। ଏଥିସହ ଗାଡ଼ିର ସଉକ ଥିବା ଯୋଗୁ ସେ ଦୁଇଟି ଦାମୀ କାର୍‌ କିଣିଥିଲେ ବୋଲି ସେ କହିଛନ୍ତି। ତେବେ ପୋଲିସ ତାଙ୍କ ଗ୍ୟାଙ୍ଗ୍‌ର ଅନ୍ୟ ୩ଜଣଙ୍କୁ ଗିରଫ କରିଛି। ସେଥିରେ ଜଣେ ମହିଳା ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri