Posted inଜାତୀୟ

ତିରଙ୍ଗା ମାର୍ଚ୍ଚ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ଭୋରରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀର କନଟ୍ ପ୍ଲେସ୍‌ରେ CJPର ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶୁକ୍ରବାର ଭୋର୍ ପ୍ରାୟ ୪ଟା ୩୦ ମିନିଟ୍‌ରେ ସଂସଦ ମାର୍ଗ ଥାନା ବାହାରେ ପ୍ରଦର୍ଶନ କରୁଥିବା NSUI ଓ ଯୁବ କଂଗ୍ରେସ କର୍ମୀଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ଯୁବ କଂଗ୍ରେସ ଅଧ୍ୟକ୍ଷ ଉଦୟ ଭାନୁ ଚିବ୍‌, NSUIର ଜାତୀୟ ଅଧ୍ୟକ୍ଷ ବିନୋଦ ଜାଖଡ଼ଙ୍କ ସମେତ ଅନ୍ୟ ନେତା ଓ କର୍ମୀଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ କଂଗ୍ରେସ ଓ NSUI ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଛି।

NSUIର ଜାତୀୟ ଅଧ୍ୟକ୍ଷ ବିନୋଦ ଜାଖଡ଼ଙ୍କ ସମେତ ଅନେକ କର୍ମୀ ସଂସଦ ମାର୍ଗ ଥାନା ବାହାରେ ରାତିସାରା ଧାରଣାରେ ବସିଥିଲେ। ଦୁଇ ଦିନ ପୂର୍ବରୁ ସଂଗଠନର ମହିଳା କର୍ମୀ ଆଥିରା ଓ ରୁତୁଙ୍କ ସହ ପୋଲିସ ବସ୍‌ରେ କଥିତ ମାଡରପିଟ୍‌ ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ଏତଲା (FIR) ରୁଜୁ କରିବାକୁ ସେମାନେ ଦାବି କରୁଥିଲେ। ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ପକ୍ଷରୁ ତୀବ୍ର ଆପତ୍ତି ଉଠାଯାଇଛି। କଂଗ୍ରେସ ଏମପି ଜେବି ମାଥର ଓ ସିପିଆଇ ନେତ୍ରୀ ଆନି ରାଜା ମଧ୍ୟ ସଂସଦ ମାର୍ଗ ଥାନାରେ ପହଞ୍ଚିଥିବା ସୂଚନା ମିଳିଛି।

CJPର ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି କନଟ୍ ପ୍ଲେସ୍‌ର ସେଣ୍ଟ୍ରାଲ ପାର୍କକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । ପାର୍କର ପ୍ରତ୍ୟେକ ପ୍ରବେଶ ପଥରେ ବ୍ୟାରିକେଡ୍‌ ଲଗାଯାଇଥିବାବେଳେ ମେଟ୍ରୋ ଷ୍ଟେଶନ୍‌ର ଗେଟ୍‌ ନିକଟରେ ମଧ୍ୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । କନଟ୍ ପ୍ଲେସ୍‌କୁ ଯାଉଥିବା କେତେକ ରାସ୍ତାରେ ଯାତାୟାତ ମାର୍ଗ ପରିବର୍ତ୍ତନ କରାଯାଇଛି ।

ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ କରାଯାଇଥିବା ଖବର ମିଳିଛି। ପ୍ରାୟ ୬,୦୦୦ ପୋଲିସ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ୨୦୦ କମ୍ପାନୀ ମୁତୟନ ହୋଇଥିବା ସୂଚନା ଦିଆଯାଇଛି । କନଟ୍ ପ୍ଲେସ୍‌ ଓ ଏହାର ଆଖପାଖ ଅଞ୍ଚଳରେ ସମ୍ଭାବ୍ୟ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ଲୋକଙ୍କୁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍‌ ଆଡ୍‌ଭାଇଜରି ଯାଞ୍ଚ କରିବାକୁ ପରାମର୍ଶ ଦେଇଛି।

ଯାତ୍ରା ପାଇଁ ଅଧିକ ସମୟ ରଖିବା ସହ ସମ୍ଭବ ହେଲେ ବ୍ୟକ୍ତିଗତ ଗାଡ଼ି ବଦଳରେ ସାଧାରଣ ପରିବହନ ବ୍ୟବହାର କରିବାକୁ କୁହାଯାଇଛି। ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଡ଼ିଲେ ଅଧିକ ଟ୍ରାଫିକ୍‌ ଡାଇଭର୍ସନ୍‌ ଲାଗୁ କରାଯାଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?