Posted inଜାତୀୟ

ଏମ୍‌ବିଏ ଛାତ୍ରଙ୍କୁ ଅପହରଣ, ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରାଗଲା

ନୂଆଦିଲ୍ଲୀ,୮।୨: ଏମ୍‌ବିଏ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ଦୁଇ ଦିନ ପରେ ତାଙ୍କୁ ଅପହରଣ ପରେ ବନ୍ଧୁକ ଦେଖାଇ ନ୍ୟୁଡ୍‌ ଭିଡିଓ ଶୁଟ୍‌ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି।

ଦକ୍ଷିଣ ଦିଲ୍ଲୀରେ ରହୁଥିବା ଛାତ୍ର ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସମୟ ଥାଉ ଥାଉ ପରିବାର ବର୍ଗ ତାଙ୍କୁ ହସ୍ପିଟାଲ ନେଇଯିବାରୁ ତାଙ୍କ ଜୀବନ ବଞ୍ଚି ପାରିଥିଲା। ତା’ ପରେ ଏକ ଭିଡିଓ ପାଇଁ ତାଙ୍କୁ ବ୍ଲାକମେଲ ଓ ଧମକ ଦିଆଯାଉଥିବା ଘଟଣା ସାମ୍ନାକୁ ଆସିଥିଲା।

୨୦୨୦ ଅକ୍ଟୋବର ୨୩ ତାରିଖରେ ୩ ଅଭିଯୁକ୍ତ ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ। ସେମାନେ ଗଞ୍ଜେଇ, ଚରସ ଓ ପିସ୍ତଲ ସହ ଭିଡିଓ କରିଥିଲେ। ପରେ ସେମାନେ ତାଙ୍କ ନାମରେ ମିଛ ମାମଲା ରୁଜୁ କରିବାକୁ ଧମକ ଦେଇଥିଲେ ଏବଂ ଏଥିଲାଗି ମାଗିଥିଲେ ୨୦ ଲକ୍ଷ ଟଙ୍କା।

ପୀଡ଼ିତ ପରିବାର ୫ ଲକ୍ଷ ଦେବା ପରେ ମଧ୍ୟ ଛାତ୍ରଙ୍କ ନ୍ୟୁଡ୍‌ ଭିଡିଓ ତାଙ୍କ ସମ୍ପର୍କୀୟ ଓ ସାଙ୍ଗମାନଙ୍କ ମଧ୍ୟରେ ଶେୟାର କରି ଦେଇଥିଲେ। ଗତ ୧ ତାରିଖରେ ବଳକା ଟଙ୍କା ନ ଦେଲେ ଛାତ୍ରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଛାତ୍ର ଜଣଙ୍କ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କନଷ୍ଟେବଳ ଧମରମପାଲ ଛାତ୍ରଙ୍କୁ ଧମକାଇଥିଲେ। ଏଥିରେ ସେ ହତାଶ ହୋଇ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏଭଳି ଘଟଣା ପରେ ପୋଲିସ ରବିବାର ଛାତ୍ରଙ୍କ ଅଭିଯୋଗ ରେଜିଷ୍ଟର କରିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ପୀଡ଼ିତ ଛାତ୍ରଙ୍କ ପରିବାର ସୋମବାର ପୋଲିସକୁ ଭେଟିଥିଲେ। ଉକ୍ତ କନଷ୍ଟେବଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ୍‌ ମିଡ଼ିଆରେ ଆଇଏସ୍‌ ସ୍ଲିପର ସେଲ୍‌ର ନକଲି ଆକାଉଣ୍ଟ: ସିଏଏ ବିରୋଧରେ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ

ନୂଆଦିଲ୍ଲୀ, ୯।୩: ସୋସିଆଲ ମିଡ଼ିଆରେ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ର ନକଲି ଆକଉଣ୍ଟ ଉପରେ ଏବେ ଭାରତୀୟ ଗୋଇନ୍ଦା ବିଭାଗ ନଜର ରଖିଛି। ଏହାଦ୍ୱାରା ଆଇଏସ୍‌...

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ...

କରୋନା ମୁକାବିଲା ଲାଗି ଚାଇନାକୁ ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭାଇରସ ଭାରତରେ ଆରମ୍ଭ ହୋଇ ନ ଥିବାରୁ ବ୍ରିଟିଶ ଅର୍ଥନୀତିଜ୍ଞ ଜିମ୍‌ ଓ ନିଲ୍‌ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଭାରତର ବ୍ୟବସ୍ଥାକୁ...

ରାମ ମନ୍ଦିର ନିର୍ମାଣ ପାଇଁ ଭିକାରିମାନେ ଦେଲେ ୨୪୨୫ଟଙ୍କା

ରାମଗଡ଼,୫ ।୨: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ପ୍ରଭୁ ରାମଙ୍କ ମନ୍ଦିର ଲାଗି ବିଭିନ୍ନ ବ୍ୟକ୍ତି ବିଶେଷ ସଙ୍ଗଠନ ଆଦି ଚାନ୍ଦା ଦେବାରେ ଲାଗିଛନ୍ତି । ହେଲେ...

ରାଜସ୍ଥାନ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ବ ତୀବ୍ର

ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର...

ଶଶି ଥରୁର କହିଲେ ପେଟ୍ରୋଲ ୬ ଟଙ୍କା

ନୂଆଦିଲ୍ଲୀ,୧୮।୨: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦ ଦିନ ଧରି ଲଗାତର ବଢ଼ି ଚାଲିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କାରେ ବି...

କଂଗ୍ରେସ ପାଖରେ ମୁଣ୍ଡ ନୁଆଁଇ ପାରନ୍ତି ଉଦ୍ଧବ

ମୁମ୍ବାଇ,୨୯।୧୧: ବହୁ ବାଦବିବାଦ ପରେ ଶେଷରେ ମହାରାଷ୍ଟ୍ରରେ ଶିବସେନା ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇ ସରକାର ଗଠନ କରିଛି। ଆଉ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ...

ଚାଇନା ଉପରେ ବି ହେଉ ସର୍ଜିକାଲ୍‌ ଷ୍ଟ୍ରାଇକ୍‌…

ମୁମ୍ବାଇ,୧୮।୧୦: ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶିବସେନା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଏନେଇ ସୋମବାର ସଞ୍ଜୟ ରାଉତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା...

Advertisement
Archives

Model This Week