Posted inଜାତୀୟ

ସୁପ୍ରିମକୋର୍ଟରେ ଏଏପିର ବଡ଼ ବିଜୟ

ନୂଆଦିଲ୍ଲୀ,୧୮ା୨: ମେୟର ନିର୍ବାଚନରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ରାୟ ଭାଜପାକୁ ଶକ୍ତ ଝଟକା ଦେଇଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପାଇଁ ବଡ଼ ବିଜୟ ସାବ୍ୟସ୍ତ ହୋଇଛି।
ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ ମେୟର ନିର୍ବାଚନ ଏମ୍‌ସିଡିର ପ୍ରଥମ ବୈଠକରେ ହେବ। ମେୟର ନିର୍ବାଚିତ ହେବା ପରେ ସେ ଡେପୁଟି ମେୟରର ନିର୍ବାଚନ କରାଇବେ। ଆମେ ଉଭୟ ପକ୍ଷଙ୍କ ଓକିଲଙ୍କ ଯୁକ୍ତି ଶୁଣିଛୁ। ମ୍ୟୁନିସିପାଲ କର୍ପୋରେଶନ୍‌ ପକ୍ଷରୁ ବଢ଼ାଯାଇଥିବା ଯୁକ୍ତିକୁ ଆମେ ଗ୍ରହଣ କରିପାରିବୁ ନାହିଁ। ମନୋନୀତ ସଦସ୍ୟମାନଙ୍କ ମତଦାନ ଅଧିକାର ନାହିଁ ବୋଲି ସାମ୍ବିଧାନିକ କଟକଣା ରହିଛି। ପ୍ରଥମ ବୈଠକରେ ହିଁ ଏହି ବାରଣ ଲାଗୁ ହେବ। ମେୟର ନିର୍ବାଚନ ଏବଂ ଏମ୍‌ସିଡିର ପ୍ରଥମ ବୈଠକ ପାଇଁ ୨୪ ଘଣ୍ଟା ମଧ୍ୟରେ ନୋଟିସ ଜାରି କରାଯିବ। କେତେ ତାରିଖରେ ମେୟର, ଡେପୁଟି ମେୟର କିମ୍ବା ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କ ନିର୍ବାଚନ ହେବ ତାହା ଉକ୍ତ ନୋଟିସରେ ଉଲ୍ଲେଖ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରକାଶ ଯେ, ଦିଲ୍ଲୀର ଶାସକ ଏଏପି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିବା ଶେଲି ଓବରୟ ଶୀଘ୍ର ନିର୍ବାଚନ କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଉପରାଜ୍ୟପାଳଙ୍କ ଅଫିସ, ଏମ୍‌ସିଡି ପ୍ରୋଟେମ୍‌ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ଓ ଅନ୍ୟମାନଙ୍କୁ ଓବରୟଙ୍କ ଆବେଦନ ଉପରେ ଜବାବ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି, ରାଜନାଥ

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ତାଙ୍କୁ ଜନ୍ମ...

‘ଏନ୍‌ଆର୍‌ସି-ଏନ୍‌ପିଆର୍‌ ଗରିବଙ୍କ ଉପରେ ଟାକ୍ସ’

ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ନେଇ ଶାସକ ଭାଜପା ଓ ବିରୋଧୀ...

ରାହୁଲଙ୍କୁ ରାମ କହିବା ନେଇ କଂଗ୍ରେସର ଘରକଳି ବଢ଼ିଲା, ଲକ୍ଷ୍ମଣ କହିଲେ ତୋଷାମଦର ସୀମା ପାର ହୋଇଛି…

ନୂଆଦିଲ୍ଲୀ,୧୯।୧୦ :  ରାହୁଲ ଗାନ୍ଧୀଙ୍କୁ ଶ୍ରୀରାମ କହିବା ନେଇ କଂଗ୍ରେସରେ ଘରକଳି ଆରମ୍ଭ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ସାନଭାଇ ତଥା ବିଧାୟକ ଲକ୍ଷ୍ମଣ...

ହାଇକମାଣ୍ଡଙ୍କ ଇଛା-ମୁଖ୍ୟମନ୍ତ୍ରୀ ପଦବୀ ମୋହରେ ଫଶି ରହିଛନ୍ତି ଗେହଲୋଟ…

ନୂଆଦିଲ୍ଲୀ, ୨୨।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ରାଜ୍ୟ ହେଉଛି ରାଜସ୍ଥାନ। ଏହାର କାରଣ ହେଉଛି ଅଶୋକ ଗେହଲୋଟ ଜାତୀୟ...

ଅନ୍‌ଲାଇନ୍‌ କ୍ଲାସ୍‌: ଛୋଟ ପିଲା ଅଧଘଣ୍ଟାରୁ ଅଧିକ ପଢ଼ିବେନି

ନୂଆଦିଲ୍ଲୀ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ସମସ୍ତ ସ୍କୁଲ କଲେଜକୁ ମାର୍ଚ୍ଚ ୧୬ଠାରୁ ବନ୍ଦ କରାଯାଇଛି। ଫଳରେ ୨୪...

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି...

ତିସ୍‌ ହଜାରି କୋର୍ଟରେ ତାଣ୍ଡବ: ପୋଲିସଙ୍କୁ ପିଟିଲେ ଓକିଲ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀର ତିସ୍‌ ହଜାରି କୋର୍ଟରେ ଶନିବାର ଅପରାହ୍ନରେ ଓକିଲ ଓ ପୋଲିସ ମଧ୍ୟରେ ସାମାନ୍ୟ କଥାକୁ ନେଇ ହୋଇଛି ଖଣ୍ଡଯୁଦ୍ଧ। ପରିସ୍ଥିତି ଅଣାୟତ୍ତ ହେବାରୁ...

ଲୁଣ, ତେଲ ପ୍ୟାକେଟରେ ମୋଦି, ଯୋଗୀଙ୍କ ଫଟୋ

ଲକ୍ଷ୍ନୌ,୧୨ା୧୨: ୮୦ ହଜାର ରାଶନ ଦୋକାନ ଜରିଆରେ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ଲୁଣ, ରିଫାଇଣ୍ଡ ତେଲ...

Advertisement
Archives

Model This Week