କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!

ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା ରୋଗୀଙ୍କ ଚିକିତ୍ସା ବିଲ ୧ କୋଟି ୬୦ ଲକ୍ଷ ହୋଇଥିବା ଜଣାପଡିଛି । ଏହି ବିଲ୍ କରୋନା ରୋଗୀଙ୍କ ପରିବାର ଜନଙ୍କୁ ହସ୍ତାନ୍ତର କରିବା ପରେ ଏବେ ଘରୋଇ ହସ୍ପିଟାଲର ଅସଲ ଚେହେରା ପଦାକୁ ଆସିଗଲାଣି । ତେବେ ଉକ୍ତ ବିଲକୁ ନେଇ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଦେଶରେ ପ୍ରାଇଭେଟ ହସ୍ପିଟାଲ ଉପରେ ରେଗୁଲେଶନ ପାଇଁ ଦାବି କରିଛନ୍ତି । ପୀଡ଼ିତ କରୋନା ରୋଗୀ ଜଣଙ୍କ ଏପ୍ରିଲ ୨୮ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କୁ ସେପ୍ଟେମ୍ବର ୬ରେ ଡିସଚାର୍ଯ୍ୟ କରାଯାଇ ପରିବାର ଲୋକଙ୍କ ହାତରେ କୋକଟିଏରୁ ଅଧିକ ଟଙ୍କାର ବିଲ୍ ଧରାଇ ଦେଇଥିଲେ । ରୋଗୀଙ୍କ ପରିଜନ ମାଲବିୟ ନଗରର ବିଧାୟକ ତଥା ଆମ ଆଦମୀ ପାର୍ଟି ନେତା ସୋମନାଥ ଭାରତୀଙ୍କ ନିକଟକୁ ଯାଇଥିଲେ । ଏହାପରେ ସୋମନାଥ ଭାରତି କହିଛନ୍ତି, ଆଶ୍ଚର୍ଯ୍ୟର କଥା କରୋନା ଚିକିତ୍ସା ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ବିଲ୍ । କାହାକୁ ବି ଆପଣ ଏତେ ଟଙ୍କା ମାଗିଲେ ଯେ କେହି ହଡବଡେଇ ଯିବା ସ୍ୱାଭାବିକ । ତେଣୁ ସେ ହସ୍ପିଟାଲକୁ ପ୍ରଶ୍ନ କରିଛନ୍ତି କି କରୋନା ରୋଗୀଙ୍କ ଦେହରେ ଏମିତି କ’ଣ ଲାଗିଲା ଯେ ଏତେ ଟଙ୍କାର ବିଲ୍ । ତେଣୁ ହସ୍ପିଟାଲ ଡିସକାଉଣ୍ଟ ଦେବାକୁ ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼...

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ : ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ଓ୍ବାଶିଂଟନ, ୨୩।୧: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା...

ବୁଧବାର ନିଷ୍ପତ୍ତି ଶୁଣାଇବେ ଚାଷୀ

ନୂଆଦିଲ୍ଲୀ,୭।୧୨: ବର୍ଷେ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯିବ।...

ବିହାରରେ ଚାଲିଛି ଚୋରା ମଦ ବେପାର: ନୀତିଶଙ୍କୁ ସବୁ ଜଣା ବୋଲି ଅଭିଯୋଗ କଲେ ଚିରାଗ

ପାଟନା, ୨୪।୧୦: ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଏଲ୍‌ଜେପି ମୁଖ୍ୟ ଚିରାଗ ପାସଓ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚିରାଗ କହିଛନ୍ତି...

କରୋନା କଟକଣା: ଘରେ ପାଳିଲେ ଗୁଡ୍‌ ଫ୍ରାଇଡେ

ବଲାଙ୍ଗୀର, ୧୦ା୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରିଛନ୍ତି କେନ୍ଦ୍ର ସରକାର । ଲକ୍‌ଡାଉନ ଯୋଗୁ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ...

ଶପଥ ଗ୍ରହଣ ପରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ

ନୂଆଦିଲ୍ଲୀ,୧୮।୬: ଲୋକ ସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୋମବାର ଏମ୍‌ପି ଭାବେ ପ୍ରାୟ ୨୬ ଜଣ ସଦସ୍ୟ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ କଂଗ୍ରେସ...

ଥୋମାସ୍‌, ଉବର କପ୍‌ ଫାଇନାଲ୍ସ ପୁଣି ଘୁଞ୍ଚିଲା: ଅକ୍ଟୋବର ୩ରୁ ୧୧ ମଧ୍ୟରେ ଆୟୋଜନ ହେବ

ନୂଆଦିଲ୍ଲୀ,୨୯।୪ (ପି.ଟି.): ଦ୍ୱିତୀୟଥର ପାଇଁ ଥୋମାସ ଓ ଉବର କପ୍‌ ଫାଇନାଲ୍ସକୁ ଘୁଞ୍ଚାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି...

ନିଲମ୍ବିତ ଏମ୍‌ପିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଭେଟିଛନ୍ତି। ନିଲମ୍ବିତ...

Advertisement
Archives

Model This Week