Posted inଜାତୀୟ

ଦିଲ୍ଲୀ ସରକାରଙ୍କ ରାଜସ୍ପରେ ବୃଦ୍ଧି, ସିଏଜି ରିପୋର୍ଟ…

ନୂଆଦିଲ୍ଲୀ, ୬।୭ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିଛି। ଅରବିନ୍ଦ କେଜ୍ରିୱାଲଙ୍କ ଶାସନରେ ଦିଲ୍ଲୀ ସରକାର କେବେ ବି କ୍ଷତି ହୋଇ ନାହିଁ। ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ୨୦୧୫ ଠାରୁ ରାଜସ୍ବରେ ବୃଦ୍ଧି ହେବାରେ ଲାଗିଛି।

ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ହୋଇଥିତ୍ବା ସିଏଜି ର ତଥ୍ୟ ଅନୁଯାୟୀ ଦିଲ୍ଲୀ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇଛି। ୨୦୧୯-୨୦୨୦ ବର୍ଷ ପାଇଁ ସିଏଜି ଅଡିଟ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ସରକାର ୭,୪୯୯ କୋଟି ଟଙ୍କାର ରାଜସ୍ବ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ଅଧିକ ରହିଛି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ସିଏଜି ରିପୋର୍ଟ ଆମର ସଚ୍ଚୋଟତାର ପ୍ରମାଣ। ସିଏଜି ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ ରେ ଦିଲ୍ଲୀ ସରକାରଙ୍କ ରାଜସ୍ବର ଅଧିକ ପରିମାଣ ୭,୪୯୯ କୋଟି ଟଙ୍କା ଥିଲା, ଯାହା ଦର୍ଶାଉଛି ଯେ ରାଜସ୍ବ ବ୍ୟୟ ପୂରଣ ପାଇଁ ଏହା ଯଥେଷ୍ଟ। ଏହି ରିପୋର୍ଟ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଲିଙ୍କ ଶେୟାର କରି ତାଙ୍କ ସରକାରଙ୍କୁ ପ୍ରଶଂସା କରିଛନ୍ତି।

ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡଦିଆ। ସିଏଜି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଦିଲ୍ଲୀ ସରକାର ୨୦୧୫-୧୬ ବର୍ଷ ପର୍ଯ୍ୟନ୍ତ ସବସିଡି ପାଇଁ ୧୮୬୭.୬ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ, ଯାହା ବର୍ତ୍ତମାନ ୩୫୯୨ କୋଟିରେ ପହଞ୍ଚିଛି। ଦିଲ୍ଲୀ ସରକାରଙ୍କ ବ୍ୟୟ ବୃଦ୍ଧି ହେବାର କାରଣ ହେଉଛି ବିଦ୍ୟୁତ ଉପରେ ସବସିଡି। ପ୍ରାୟ ୪୭ ଲକ୍ଷ ସଂଯୋଗରେ ୪୦୦ ୟୁନିଟ ମୂଲ୍ୟ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ସବସିଡି ପ୍ରଦାନ କରୁଛନ୍ତି। ଦିଲ୍ଲୀ ସରକାର ମଧ୍ୟ ଡିଟିସି ବସରେ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି। ଏହା ବ୍ୟତୀତ ସରକାର ଜଳ ବିଲରେ ମଧ୍ୟ ରିହାତି ପ୍ରଦାନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?