Posted inଜାତୀୟ

କରୋନା ସମୟରେ ଭଲ କାମ କରିଥିବା ଶିକ୍ଷକଙ୍କୁ ସମ୍ମାନୀତ କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୪ ।୯: କରୋନା ସମୟରେ ଦିଲ୍ଲୀର ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଏବେ ଏଭଳି କେତେଜଣ ଶିକ୍ଷକଙ୍କୁ ଦିଲ୍ଲୀ ସରକାର ସମ୍ମାନୀତ କରିବାକୁ ଯାଉଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏହା ଘୋଷଣା କରିଛନ୍ତି । ସିସୋଡିଆ କହିଛନ୍ତି କରୋନା ସମୟରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । କ୍ୱାରାଣ୍ଟାଇନ ସେଣ୍ଟରରେ ଡ୍ୟୁଟି କରିବା ସହ ସ୍କୁଲରେ ରାଶନ ବାଣ୍ଟିବା, ଟିକା ଲଗାଇବାରେ ସାହାଯ୍ୟ କରିବା, ଇନଫୋର୍ସମେଣ୍ଟ ସବୁକାମ ଶିକ୍ଷକମାନେ କରିଛନ୍ତି । କେବଳ ଏତିକି ନୁହେଁ ଯେଉଁମାନେ କରୋନା ସମୟରେ ଅନ୍‌ଲାଇନ୍ କ୍ଲାସ ବି କରିଛନ୍ତି । ଶିକ୍ଷକମାନେ ମନଦେଇ ପିଲାଙ୍କ୍‌ୁ ଦିଲ୍ଲୀ ବାହାରକୁ ଯିବାକୁ ଦେଇ ନାହାଁନ୍ତି । ଅନଲାଇନ୍ କ୍ଲାସ ନବା ସହ ଯେଉଁ ପିଲାଙ୍କର ଅର୍ଥର ଅଭାବ ରହିଛି ସେମାନଙ୍କ ମୋବାଇଲ ବି ରିଚାର୍ଜ କରିଛନ୍ତି ଏହି ଶିକ୍ଷକ । ତେଣୁ ଚଳିତ ବର୍ଷ ଯେଉଁ ଶିକ୍ଷକ ସମ୍ମାନ ହେବ ତାହା ସବୁଠାରୁ ଅଲଗା ହେବ । କେବଳ ସରକାରୀ ନୁହେଁ ବେସରକାରୀ ସ୍କୁଲର ଶିକ୍ଷକ ତଥା ଅତିଥି ଶିକ୍ଷକଙ୍କୁ ବି ଏଥିରେ ସାମିଲ କରାଯାଇଥିବା ସିସୋଡିଆ କହିଛନ୍ତି । ପୂର୍ବରୁ ୧୫ ବର୍ଷର ଅନୁଭବ ଥିବା ଶିକ୍ଷକଙ୍କୁ ସମ୍ମାନୀତ କରାଯାଉଥିବା ବେଳେ ଏବେ ଏହାକୁ କମାଇ ୩ ବର୍ଷ କରି ଦିଆଯାଇଛି । ସୂଚନାଯୋଗ୍ୟ, ରବିବାର ଗୁରୁଦିବସ ପଡୁଥିବା ବେଳେ ଏହା ପୂର୍ବରୁ ଦିଲ୍ଲୀ ସରକାର ଏଭଳି ଘୋଷଣା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri