Posted inଜାତୀୟ

କରାଚୀରେ ଜରୁରୀକାଳିନ ଅବତରଣ କଲା ଦିଲ୍ଲୀ-ଦୋହା ଫ୍ଲାଇଟ୍‌

ନୂଆଦିଲ୍ଲୀ,୨୧।୩: ଦିଲ୍ଲୀରୁ ଦୋହା ଯାଉଥିବା କାତାର ଏୟାରଓ୍ବେଜର ଏକ ଫ୍ଲାଇଟ୍‌ ପାକିସ୍ତାନର କରାଚୀ ବିମାନ ବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ତେବେ ବିମାନରେ ଟେକ୍‌ନିକାଲ ସମସ୍ୟା ଯୋଗୁ ବିମାନର ରୁଟ୍‌ ବଦଳି ଥିବା କୁହାଯାଇଛି। ଫ୍ଲାଇଟ୍‌ କ୍ୱିଆରଏସ୍‌୫୭୯ରେ ୧୦୦ରୁ ଅଧିକ ଯାତ୍ରୀ ଅଛନ୍ତି।

ଜଣେ କାର୍ଡିଓଲୋଜିଷ୍ଟ ଫ୍ଲାଇଟ୍‌ରେ ଯାତ୍ରୀଙ୍କ ପରିସ୍ଥିତି ଉପରେ ଟୁଇଟ୍‌ କରି ଲେଖିଛନ୍ତି, “କରାଚୀକୁ ଡାଇଭର୍ଟ କରାଯାଇଥିବା ଦିଲ୍ଲୀରୁ ଦୋହା କ୍ୱିଆର୍‌ଏସ୍‌୫୭୯ ଫ୍ଲାଇଟ୍‌ର ଷ୍ଟାଟସ କ’ଣ? କିଛି ସୂଚନା ଦିଆଯାଉ ନାହିଁ। ଫ୍ଲାଇଟ୍‌ରେ ଫସିଥିବା ଯାତ୍ରୀଙ୍କୁ ଖାଦ୍ୟ କିମ୍ବା ପାଣି ମଧ୍ୟ ମିଳୁନାହିଁ। କଷ୍ଟମର କେୟାର ପାଖରେ କିଛି ଉତ୍ତର ନାହିଁ। ଦୟାକରି ସାହାଯ୍ୟ କରନ୍ତୁ”।

ଅନ୍ୟ ଏକ ଭିଡିଓ ବାର୍ତ୍ତାରେ ଜଣେ ଯାତ୍ରୀ ରମେଶ ରାଲିୟା କହିଛନ୍ତି, ଅନେକ ଯାତ୍ରୀଙ୍କୁ ଦୋହାରୁ ଅନ୍ୟତ୍ର ଫ୍ଲାଇଟ ନେବାର ଥିଲା। କିନ୍ତୁ କରାଚୀରୁ ଏହି ଫ୍ଲାଇଟ୍‌ କେତେବେଳେ ଟେକ୍‌ ଅଫ୍‌ କରିବ ଜଣା ନାହିଁ। ସୋମବାର ସକାଳ ୩ଟା ୫୦ରେ ଦିଲ୍ଲୀରୁ ଟେକଅଫ୍‌ କରିଥିବା ଏହି ବିମାନ କରାଚୀରେ ସକାଳ ୫ଟା ୩୦ରେ ଅବତରଣ କରିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରିବାକୁ କୁହାଯାଇଥିଲା। ସକାଳ ୯ଟା ହେଲାଣି ଏପର୍ଯ୍ୟନ୍ତ ଫ୍ଲାଇଟ୍‌ କେବେ ଟେକ୍‌ ଅଫ୍‌ କରିବା କହୁ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri