Advertisement
Posted inଖେଳ

କ୍ୟାପଟେନ ବଦଳାଇଲା ନାହିଁ କ୍ୟାପିଟାଲ୍ସ

ଦୁବାଇ,୧୬।୯: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ। ଏ ନେଇ ଗୁରୁବାର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯାଇଛି। ଆହତ ସମସ୍ୟା କାରଣରୁ ପୂର୍ବତନ ଅଧିନାୟକ ଶ୍ରେୟାସ ଆୟାର ଚଳିତ ସିଜନର ପ୍ରାରମ୍ଭିକ ପର୍ଯ୍ୟାୟରେ ଖେଳି ନ ଥିଲେ। ତାଙ୍କ ଅନୁପସ୍ଥିତିରେ ପନ୍ତଙ୍କୁ ନେତୃତ୍ୱ ଦିଆଯାଇଥିଲା। କିନ୍ତୁ ଏବେ ଶ୍ରେୟାସ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଦଳକୁ ଫେରିଛନ୍ତି। ତଥାପି ପନ୍ତଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ଏବେ ପଏଣ୍ଟ ଟେବୁଲରେ ୧୨ ପଏଣ୍ଟ ସହ ଶୀର୍ଷରେ ଅଛି। ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ୭ ମ୍ୟାଚ୍‌ରୁ ୬ଟିରେ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬.୫ ବର୍ଷ ପରେ ଅନ୍ତର୍ଜାତୀୟ ଟି-୨୦ରେ ବୋଲିଂ କଲେ କୋହଲି: ଦେଲେ ଏତିକି ରନ୍‌

ଦୁବାଇ,୧।୯: କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲି ଅନେକ ରେକର୍ଡ ହାସଲ କରିଛନ୍ତି। ୩ ଫର୍ମାଟରେ ବିରାଟ ହାରାହାରି ୫୦ ପାଖାପାଖି...

ଇର୍ଫାନଙ୍କ ସମେତ ୫ ଆଥ୍‌ଲେଟ ପଜିଟିଭ

ନୂଆଦିଲ୍ଲୀ, ୧୪ା୫(ପି.ଟି.)-ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ୫ଜଣ ଆଗଧାଡ଼ି ଆଥ୍‌ଲେଟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍‌ଏଫ୍‌ଏ

ସିଡନୀ,୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ...

ବାଲେ ଦାନ କଲେ ୫ଲକ୍ଷ ପାଉଣ୍ଡ

ଲଣ୍ଡନ, ୨୪ା୪ (ଏଏଫ୍‌ପି)-କରୋନାରେ ଆକ୍ରାନ୍ତଙ୍କ ରୋଗୀଙ୍କ ଚିକିତ୍ସା ଷ୍ଟାର ଫୁଟ୍‌ବଲ ଖେଳାଳି ଗ୍ୟାରେଥ୍‌ ବାଲେ କାର୍ଡିଫ୍‌ସ୍ଥିତ ଏକ ହସ୍ପିଟାଲକୁ ୫ ଲକ୍ଷ ପାଉଣ୍ଡ (୬୧୫,୦୦୦ ଡଲାର)...

ଦ୍ୱିତୀୟଥର ବାପା ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ଦ୍ୱିତୀୟ ଥର ବାପା ହୋଇଛନ୍ତି। ଶିଶୁର ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ...

ଆଜରବୈଜାନ ଗ୍ରାଁ. ପ୍ରି. ହେବନାହିଁ

ବାକୁ, ୨୩ା ୩ (ଏପି)-ଆଜରବୈଜାନ ଫର୍ମୁଲା ଓ୍ବାନ୍‌ ଗ୍ରାଁପ୍ରିକୁ ସୋମବାର ସ୍ଥଗିତ ଘୋଷଣା କରାଯାଇଛି। ମହାମାରୀ କରୋନା ଭାଇରସ୍‌ ଆଶଙ୍କା ଯୋଗୁ ଜୁନ୍‌ ମାସ ମଧ୍ୟ...

କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ...

ପୁଣି ଫେଲ୍‌ ମାରିଲେ କୋହଲି: ଲଜ୍ଜାଜନକ ରେକର୍ଡର ହେଲେ ଅଧିକାରୀ

ଅହମଦାବାଦ,୫।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଗତ ୧୫ ମାସ ଧରି ଗୋଟିଏ ଅନ୍ତର୍ଜାତୀୟ ଶତକ ପାଇଁ ଅପେକ୍ଷା...

Advertisement
Archives

Model This Week