Posted inଖେଳ

ମୁମ୍ବାଇରେ ଏକାଠି ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି

ମୁମ୍ବାଇ, ୨୫।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିମାନେ ମଙ୍ଗଳବାର ମୁମ୍ବାଇରେ ଏକାଠି ହୋଇଛନ୍ତି। ଖେଳାଳିମାନେ ଅତିକମ୍‌ରେ ୭ ଦିନ କ୍ୱାରାଣ୍ଟାଇନ୍‌ରେ ରହିବାକୁ ବାଧ୍ୟ। ପ୍ରଥମ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଖେଳାଳିମାନେ ହେଲେ ଈଶାନ୍ତ ଶର୍ମା, ଉମେଶ ଯାଦବ, ଅଲରାଉଣ୍ଡର ଲଳିତ ଯାଦବ ଓ ଲେଗ୍‌ ସ୍ପିନର ଅମିତ ମିଶ୍ର। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହୋଇଥିବା ଗତ ସଂସ୍କରଣର ଫାଇନାଲରେ ପ୍ରବେଶ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ ଲିଗ୍‌ରେ ଏହାର ପ୍ରଥମ ମ୍ୟାଚ ଏପ୍ରିଲ ୧୦ରେ ଚେନ୍ନାଇ ସୁପରକିଙ୍ଗ୍ସ ସହିତ ଖେଳିବ। ଖେଳାଳିମାନେ ଅତିକମ୍‌ରେ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ। ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରେ ବ୍ରେକ୍‌ ନେଇଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ବାୟୋ-ବବ୍‌ଲ ଜୀବନ ବିତାଇବା ଦିଗରେ ଅଗ୍ରସର ହୋଇଛନ୍ତି। ” ଦୁଇ ସପ୍ତାହ ଘରେ ରହି ପରିବାର ଓ ବନ୍ଧୁମାନଙ୍କ ସହ ସମୟ ବିତାଇଛି। ଏବେ ପୁଣି କ୍ୱାରାଣ୍ଟାଇନକୁ ଫେରୁଛି ଏବଂ ଆଗାମୀ କିଛି ମାସ କ୍ରିକେଟକୁ ଉପଭୋଗ କରିବାକୁ ବ୍ୟଗ୍ର“ ବୋଲି ରାହାନେ ଟୁଇଟ୍‌ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ଐତିହାସିକ ଟେଷ୍ଟ ସିରିଜ ବିଜୟରେ ରାହାନେ ଭାରତର ନେତୃତ୍ୱ ନେଇଥିଲେ। କ୍ୟାପିଟାଲ୍ସ ଆଇପିଏଲର ପ୍ରଥମାର୍ଦ୍ଧ ନିୟମିତ ଅଧିନାୟକ ଶ୍ରେୟାସ ଆୟାରଙ୍କ ବିନା ଖେଳିବା ଆଶଙ୍କା ଜାତ ହୋଇଛି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ ଆୟାର ଆହତ ହୋଇଥିଲେ। ତାଙ୍କ କାନ୍ଧ ଖସିଥିବାରୁ ସେ ଦିନିକିଆ ସିରିଜର ଅବଶିଷ୍ଟ ୨ଟି ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ଆୟାରଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ, ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ କିମ୍ବା ସିନିୟର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦିଲ୍ଲୀ ଦଳର ନେତୃତ୍ୱ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ: ଶେଷ ଓଭରରେ ୨୬ ରନ

ଦୁବାଇ,୧ା୯: ଏସିଆ କପ୍‌ ଟି୨୦ କ୍ରିକେଟରେ ଚମତ୍କାର ଧୂଆଁଧାର ଇନିଂସ ପରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ହଂକଂ ବିପକ୍ଷ...

ଭାରତ ପକ୍ଷରୁ ଖେଳିବା ପାଇଁ ଅନ୍ୟ ଦେଶର ଅଧିନାୟକ ପଦ ଛାଡିଲେ, ଏବେ ରଣଜୀ ଟ୍ରଫିରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଲୀ,୩୧।୧୦:୨୦୧୮ ଦୁବାଇରେ ଖେଳାଯାଇଥିବା ଏସିଆ କପରେ ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଅଶୁଂମାନ ରଥ ଏବେ ଭାରତ ପାଇଁ ରଣଜୀ ଖେଳିବାକୁ...

ଟି୨୦ ବିଶ୍ୱକପ୍‌ ୨୦୨୨ ଯୋଗ୍ୟତା:୧୫ ସ୍ଥାନ ପାଇଁ ୮୬ ଦଳ, ଖେଳାଯିବ ୨୨୫ ମ୍ୟାଚ

ଦୁବାଇ, ୧୫ା୧୨ (ପି.ଟି.)-ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ୍‌ ୨୦୨୨ର ୧୫ଟି ସ୍ଥାନ ପାଇଁ ଲଢେଇ କରିବେ ୮୬ଟି ଟିମ୍‌। ୧୩ ମାସ ଧରି ଖେଳାଯିବ ୨୨୫...

ତେନ୍ଦୁଲକରଙ୍କ କ୍ରିକେଟ ଜୀବନର ଖାସ୍‌ ଦିନ

ନୂଆଦିଲ୍ଲୀ,୨୯।୬: ଲିଟ୍‌ଲ ମାଷ୍ଟର ଭାବେ ପରିଚିତ ଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ବେଶ୍‌ ଗୁରୁତ୍ୱ ବହନ କରେ। ଠିକ୍‌ ୧୪ ବର୍ଷ ତଳେ...

ଶ୍ରୀସନ୍ଥଙ୍କ ବାସନ୍ଦ ଅବଧି ୭ ବର୍ଷକୁ କମିଲା: ଆସନ୍ତାବର୍ଷ ଅଗଷ୍ଟରେ ଶେଷ ହେବ

ନୂଆଦିଲ୍ଲୀ,୨୧।୮(ପି.ଟି.)- ସ୍ପଟ୍‌ ଫିକ୍ସିଂ ମାମଲରେ ଛନ୍ଦି ହୋଇପଡିଥିବାର ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ଶେଷରେ ଆଶ୍ୱାସ୍ତି ମିଳିଛି। ତଥା କଥିତ ଏହି ଫିକ୍ସିଂ ମମଲାରେ...

ଦିନିକିଆ ସିରିଜରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୧୫ା୩(ପି.ଟି.): ନିୟମିତ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ସ୍ଥାନରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ଦାୟିତ୍ୱ ବହନ କରିବେ। ଅନ୍ତିମ ଦୁଇ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡଇନ୍‌ କ୍ୟାପ୍‌ଟେନ ରହିଥିବା...

ସଚିନ ନୁହେଁ, ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଭୟ କରୁଥିଲେ ଶୋଏବ ଅଖତର

ନୂଆଦିଲ୍ଲୀ,୧୩।୧୨: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ବିଶ୍ୱର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍‌ଙ୍କୁ ନିଜ ଦ୍ରୁତ ବୋଲିଂରେ ଆଉଟ୍‌ କରିଛନ୍ତି। ଅନେକ ବ୍ୟାଟ୍ସମ୍ୟାନ୍‌ ତାଙ୍କ...

କୋହଲିଙ୍କ ଅନୁପସ୍ଥିତିରେ ରୋହିତ ନେତୃତ୍ୱ ନେବା ଉଚିତ: ଇର୍ଫାନ

ନୂଆଦିଲ୍ଲୀ,୧୦।୧୧(ପି.ଟି.): ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟେଷ୍ଟ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେ ନୁହଁ ରୋହିତ ଶର୍ମା ଦଳରେ ନେତୃତ୍ୱ ନେବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ...

Advertisement
Archives

Model This Week