ସୌନ୍ଦର୍ଯ୍ୟ ପାଇଁ ବରଦାନ କାକୁଡ଼ି: ଏଭଳି ବ୍ୟବହାର କରି…

ଖରାଦିନେ କାକୁଡ଼ି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଏହି କାକୁଡିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ଏହା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ ଜାଣନ୍ତୁ କିପରି ସୌନ୍ଦର୍ଯ୍ୟ ବଢ଼ାଏ କାକୁଡ଼ି।

ଉଜ୍ଜଳ ହୁଏ ତ୍ୱଚା : କାକୁଡିକୁ ତ୍ୱଚା ପାଇଁ ଏକ ପ୍ରାକୃତିକ ସ୍କ୍ରବର ଏବଂ ଟୋନର୍‌ ରୂପେ ବ୍ୟବହାର କରାଯାଇପାରିବ। ଏହା ମୁଖର କଳାଦାଗ ଦୂର କରିବାରେ ସାହାଯ୍ୟ କରିଥାଏ।

ତ୍ୱଚାକୁ ହାଇଡ୍ରେଟ କରିଥାଏ: ଏହାକୁ ମୁହଁରେ ପ୍ୟାକ୍‌ ପରି ଲଗାଇବା ଦ୍ୱାରା ମୁଖର ବ୍ରଣ, କଳା ଦାଗ ଇତ୍ୟାଦି ଦୂର ହୋଇଥାଏ। ଏହାର ରସ ପିଇବା ଦ୍ୱାରା ଏହା ତ୍ୱଚାକୁ ହାଇଡ୍ରେଟ କରି ବ୍ରଣ ଇତ୍ୟାଦି ସମସ୍ୟାରୁ ଦୂର କରିଥାଏ। ଏଥିରେ ଥିବା ଜିଙ୍କ୍‌ ଏବଂ ବାୟୋଟିନ୍‌ ଚର୍ମ କୁଞ୍ଚନ ହେବାକୁ ଦିଏ ନାହିଁ।

ସୁସ୍ଥ ଏବଂ ଉଜ୍ଜ୍ୱଳ କେଶ: କାକୁଡ଼ିରେ କେଶ ଆବଶ୍ୟକ କରୁଥିବା ପୋଟାସିୟମ, ମାଙ୍ଗାନିଜ, ସଲଫର୍‌ ଏବଂ ସିଲିକନ୍‌ ରହିଛି। ଏହା କେଶକୁ ସୁସ୍ଥ ଏବଂ ଉଜ୍ଜ୍ୱଳମୟ କରିଥାଏ। ଏହା କେଶର ମୂଳକୁ ମଜଭୂତ କରିଥାଏ। କେଶ ଝଡୁଥିଲେ ଅଣ୍ଡା ସହିତ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ମାସ୍କ ପରି ବ୍ୟବହାର କଲେ କେଶ ଝଡିବା ବନ୍ଦ ହୋଇଥାଏ ।

ଓଜନ ହ୍ରାସରେ କରେ ସାହାଯ୍ୟ: କାକୁଡିର ମଞ୍ଜି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଓଜନ କମ କରିବାକୁ ଚାହୁଁଥିବା ବ୍ୟକ୍ତି ଖାଲି ପେଟରେ କାକୁଡି ରସ ପିଇବା ଦ୍ୱାରା ଖୁବ ଭଲ ଫଳ ମିଳିଥାଏ। ଏଥିରେ ୯୦ ପ୍ରତିଶତ ଜଳ ଥିବାରୁ ଏହା ଶରୀରକୁ ହାଇଡ୍ରେଟ କରିଥାଏ ଏବଂ ଓଜନ ହ୍ରାସ କରିଥାଏ।

ହାଡ଼ ଶକ୍ତ କରିଥାଏ: କାକୁଡ଼ିରେ ଥିବା ସିଲିକନ୍‌ ଏବଂ ପୋଟାସିୟମ୍‌ ହାଡ଼ର ଗଣ୍ଠିକୁ ମଜବୁତ କରିଥାଏ। ଏହା ଦ୍ୱାରା ଅର୍ଥୋଥୋପିକ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ। ଏଥିରେ ଥିବା ସିଲିକା ହାଡ଼ରେ ଥିବା ସଂଯୋଗକାରୀ ଟିସୁର ଗଠନରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri